ETV Bharat / bharat

ମାଙ୍ଗାଲୁରୁ ବିମାନବନ୍ଦରରୁ ହଟିଲା ଆଦାନୀ ଟ୍ୟାଗ୍ - ଆଦାନୀ ବିମାନବନ୍ଦର

ବିମାନ ବନ୍ଦରରୁ ହଟିଲା ଆଦାନୀ ଟ୍ୟାଗ୍। କମ୍ପାନୀର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବିମାନବନ୍ଦରରୁ ହଟିଛି ଆଦାନୀ ଟ୍ୟାଗ୍ । ଅଧିକ ପଢନ୍ତୁ...

ମାଙ୍ଗାଲୁରୁ ବିମାନବନ୍ଦରରୁ ହଟିଲା ଆଦାନୀ ଟ୍ୟାଗ୍

author img

By

Published : Sep 13, 2021, 7:03 AM IST

ବେଙ୍ଗାଲୁରୁ: ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଦୀର୍ଘ 1ମାସର ବିରୋଧ ପରେ ମଧ୍ୟ ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର (MIA)ର ହୋର୍ଡିଂ ଏବଂ ପ୍ରଦର୍ଶନରୁ 'ଆଦାନୀ ବିମାନ ବନ୍ଦର' ଟ୍ୟାଗକୁ ହଟାଇ ଦିଆଯାଇଛି । 2020 ଅକ୍ଟୋବରରୁ କମ୍ପାନୀକୁ ଦାୟିତ୍ବ ମିଳିବା ପରେ ବିମାନବନ୍ଦରରେ ଆଦାନି ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେଠାରେ ଲେଖାଥିବା ବୋର୍ଡଗୁଡିକୁ ବର୍ତ୍ତମାନ ପୁନରୁଦ୍ଧାର କରାଯାଉଥିବା ନେଇ ସମାଜସେବୀ ଦିଲରାଜ ଅଲଭା କହିଛନ୍ତି । ଆଉ ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ପ୍ରସଙ୍ଗରେ ଅଲଭା ମଧ୍ୟ ପ୍ରଶ୍ନ କରିଛନ୍ତି ।

ତେବେ ଅଲଭା କହିଛନ୍ତି ଯେ ଏହି ବିମାନବନ୍ଦର ହେଉଛି ଏକ ରାଷ୍ଟ୍ରାୟତ୍ତ ବିମାନବନ୍ଦର ଯାହା ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ଦ୍ବାରା ପରିଚାଳିତ । ଏ ସମ୍ପର୍କରେ ଚାଲିଥିବା ଆଇନଗତ ଯୁଦ୍ଧ ବର୍ତ୍ତମାନ ଫଳାଫଳ ଦେଇଛି ଏବଂ ଶୁକ୍ରବାର ଠାରୁ ବିମାନ ବନ୍ଦରର ମୂଳ ନାମ ବୋର୍ଡ ପୁନଃ ସ୍ଥାପିତ ହୋଇଛି । ଏନେଇ ଏମଆଇଏର ଅଫିସିଆଲ୍ ଫେସବୁକ୍ ଏବଂ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ସେପଟେ ବିମାନ ବନ୍ଦରର ବ୍ରାଣ୍ଡିଂ ଏବଂ ପ୍ରଦର୍ଶନରେ ଥିବା 'ଆଦାନୀ ବିମାନବନ୍ଦର' ଟ୍ୟାଗକୁ ଆଇନଗତ ଭାବେ ପୂର୍ବରୁ ବିରୋଧ କରାଯାଇଥିଲା । ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ବିମାନବନ୍ଦର କର୍ମଚାରୀ ସଙ୍ଘ ପକ୍ଷରୁ 2021 ଫେବୃଆରୀ ମାସରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ବିମାନ ବନ୍ଦରର ଘରୋଇକରଣ ବେଆଇନ ବୋଲି ଦର୍ଶାଇ ମାଙ୍ଗାଲୁରୁ ବିମାନ ବନ୍ଦରକୁ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡକୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଆଉ ଏହି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସଂରକ୍ଷିତ ରଖିଥିଲେ ।

ତେବେ ବିମାନବନ୍ଦରର କାର୍ଯ୍ୟ ତଥା ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ଅନୁଯାୟୀ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ନାହିଁ, ଯାହା ସୂଚନା ଅଧିକାର ଆଇନ ମାଧ୍ୟମରେ ଉତ୍ତର ପ୍ରକାଶ ପାଇଛି । ସେପଟେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAIର ତିନୋଟି କମିଟି ଜାଣିବାକୁ ପାଇଥିଲା ଯେ ଆଦାନୀ ଗୋଷ୍ଠୀ ଅହମ୍ମଦାବାଦ, ମାଙ୍ଗାଲୁରୁ ଏବଂ ଲକ୍ଷ୍ମୌ ବିମାନବନ୍ଦରରେ ବ୍ରାଣ୍ଡିଂ ନିୟମର ଉଲ୍ଲଙ୍ଘନ କରିଛନ୍ତି। ଆଉ ଏହି ଗୋଷ୍ଠୀ ଗୁଡିକୁ ସଂଶୋଧନ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଏକ ଚିଠି ମଧ୍ୟ ପଠାଯାଇଥିବା ଜଣାପଡିଛି ।

ତେବେ 2019 ଫେବୃଆରୀରେ 3ଟି ବିମାନବନ୍ଦର ଚଳାଇବା ପାଇଁ ଆଦାନୀ ଗୋଷ୍ଠୀ ବିଡ୍ ଜିତିଥିଲେ । ଆଉ ଏହାର କମ୍ପାନୀଗୁଡିକ ହେଉଛି ଆଦାନୀ ଲକ୍ଷ୍ମୌ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ALIAL), ଆଦାନୀ ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (AMIAL) ଏବଂ ଆଦାନୀ ଅହମ୍ମଦାବାଦ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (AAIAL) ରିହାତିରେ ଦସ୍ତଖତ କରିବା ସହ ଫେବୃଆରୀ 2020ରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ସହିତ ଚୁକ୍ତିନାମା କରିଥିବା ବେଳେ ଏହି କମ୍ପାନୀଗୁଡିକ ଅକ୍ଟୋବର ଏବଂ ନଭେମ୍ବର 2020 ଠାରୁ ବିମାନବନ୍ଦର ଗୁଡିକର ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.