ମୁମ୍ବାଇ: ଏକାଧିକ ଥର ହତ୍ୟା ଧମକ ପାଇ ସାରିଥିବା ବଲିଉଡ ଅଭିନେତା ସଲମାନ ଖାନ ଏବେ ଆତ୍ମରକ୍ଷା ପାଇଁ ରଖିପାରିବେ ବନ୍ଧୁକ । ସଲମାନ ଆବେଦନ କରିଥିବା ଆର୍ମ ଲାଇସେନ୍ସକୁ ଅନୁମତି ଦେଇଛି ମହାରାଷ୍ଟ୍ର ଗୃହ ବିଭାଗ । ଏକାଧିକ ଥର ହତ୍ୟା ଧମକର ଶିକାର ହୋଇଥିବା ସଲମାନ ଖାନ ନିଜେ ତାଙ୍କୁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ।
-
Actor Salman Khan has been issued an Arms license after he applied for a weapon license for self-protection in the backdrop of threat letters that he received recently: Mumbai Police
— ANI (@ANI) August 1, 2022 " class="align-text-top noRightClick twitterSection" data="
(File Pic) pic.twitter.com/ggQQ2E7sLA
">Actor Salman Khan has been issued an Arms license after he applied for a weapon license for self-protection in the backdrop of threat letters that he received recently: Mumbai Police
— ANI (@ANI) August 1, 2022
(File Pic) pic.twitter.com/ggQQ2E7sLAActor Salman Khan has been issued an Arms license after he applied for a weapon license for self-protection in the backdrop of threat letters that he received recently: Mumbai Police
— ANI (@ANI) August 1, 2022
(File Pic) pic.twitter.com/ggQQ2E7sLA
ପୂର୍ବରୁ ସଲମାନ ଏକାଧିକ ଥର ହତ୍ୟା ଧମକ ପାଇସାରିଛନ୍ତି । ନିକଟରେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୋସେଓ୍ବାଲା ହତ୍ୟାକାଣ୍ଡ ପରେ ଏକ ଚିଠି ମାଧ୍ୟମରେ ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରାଯିବା ନେଇ ଧମକ ମିଳିଥିଲା । ଏହି ଚିଠିଟି ସଲମାନଙ୍କ ପିତା ସଲିମ ଏକ ପାର୍କରେ ପାଇଥିଲେ । ଏହା ପରେ ସଲମାନ ଓ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା ମୁମ୍ବାଇ ପୋଲିସ । ପରେ ସଲମାନ ମଧ୍ୟ ନିଜ ଆତ୍ମରକ୍ଷା ପାଇଁ ଆର୍ମ ଲାଇସେନ୍ସ ଆବେଦନ କରିଥିଲେ । ଆଜି ତାଙ୍କୁ ଏହି ଲାଇସେନ୍ସ ମିଳିଛି ।