ETV Bharat / bharat

ମେଳାରେ ପକେଟମାର କରି ଗିରଫ ହେଲେ ଲୋକପ୍ରିୟ ଅଭିନେତ୍ରୀ - ପକେଟମାର କରି ଗିରଫ ହେଲେ ରୂପା ଦତ୍ତ

ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୂପା ଦତ୍ତ ଗିରଫ। ରୂପା ଦତ୍ତଙ୍କୁ ପକେଟମାର ଅଭିଯୋଗରେ ଗିରଫ କରିଛି ବିଧାନନଗର ଉତ୍ତରଥାନା ପୋଲିସ। ଅଧିକ ପଢ଼ନ୍ତୁ

actor rupa dutta arrested for theft at kolkata book fair
ମେଳାରେ ପକେଟମାର କରି ଗିରଫ ହେଲେ ଲୋକପ୍ରିୟ ଅଭିନେତ୍ରୀ
author img

By

Published : Mar 14, 2022, 7:02 AM IST

କୋଲକାତା: ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୂପା ଦତ୍ତ ଗିରଫ। ରୂପା ଦତ୍ତଙ୍କୁ ପକେଟମାର ଅଭିଯୋଗରେ ଗିରଫ କରିଛି ବିଧାନନଗର ଉତ୍ତରଥାନା ପୋଲିସ। କୋଲକାତା ଅନ୍ତର୍ଜାତୀୟ ପୁସ୍ତକ ମେଳା ବେଳେ ଏହି ଘଟଣା ଘଟିଛି।

ବିଧାନନଗର ଉତ୍ତର ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ଜଣେ ମହିଳା ଡଷ୍ଟବିନରେ ଏକ ବ୍ୟାଗ୍ ଫୋପାଡୁଥିବାର ଦେଖି ପୋଲିସକୁ ସନ୍ଦେହ ହୋଇଥିଲା। ସେହି ମହିଳାଙ୍କୁ ଅଟକ କରି ପୋଲିସ ପଚରାଉଚରା କରିଥିଲା। ଏହା ସହିତ ବ୍ୟାଗର ତଲାସି ମଧ୍ୟ ନିଆଯାଇଥିଲା। ଉକ୍ତ ମହିଳାଙ୍କ ବ୍ୟାଗରୁ ଏକାଧିକ ମନିବ୍ୟାଗ ମିଳିଥିଲା। ଯେଉଁଥିରେ ବହୁ ପରିମାଣର ଟଙ୍କା ଥିଲା।

ପରେ ମହିଳାଙ୍କୁ ବିଧାନନଗର ଉତ୍ତର ଥାନାକୁ ପୋଲିସ ନେଇଯାଇଥିଲା। ସେଠାରେ ପଚରାଉଚରା ପରେ ମହିଳା ଜଣକ ଟଲିଉଡ଼ ତଥା ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରୂପା ଦତ୍ତ ବୋଲି ଜଣାପଡ଼ିଥିଲା। ତେବେ ପୋଲିସ ରୂପାଙ୍କ ପର୍ସରୁ 75 ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଅଭିନେତ୍ରୀ ରୂପା ଦତ୍ତ ଏବେ ହିନ୍ଦୀ ସିରିୟଲ କରୁଛନ୍ତି। ଏଥିସହ ସେ 'ଜୟ ମା ବୈଷ୍ଣବୀ' ସିରିୟଲରେ ମୁଖ୍ୟ ନାୟିକା ଭାବେ ମଧ୍ୟ କାମ କରି ସାରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.