ETV Bharat / bharat

ହାଇପ୍ରୋଫାଇଲ୍‌ କ୍ରୁଜ୍ ଡ୍ରଗ୍ସ ମାମଲା: ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ପୁଣି ହେବ କାର୍ଯ୍ୟାନୁଷ୍ଠାନ ! - ହାଇପ୍ରୋଫାଇଲ୍‌ କ୍ରୁଜ୍ ଡ୍ରଗ୍ସ ମାମଲା

ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଦକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପୂର୍ବରୁ ନକଲି ଜାତି ପ୍ରମାଣ ପତ୍ର ମାମଲାରେ ସମୀରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି । ଅଧିକ ପଢ଼ନ୍ତୁ

ହାଇପ୍ରୋଫାଇଲ୍‌ କ୍ରୁଜ୍ ଡ୍ରଗ୍ସ ମାମଲା: ସମୀର ୱାଙ୍ଖେଡେଙ୍କ ବିରୁଦ୍ଧରେ ପୁଣି ହେବ କାର୍ଯ୍ୟାନୁଷ୍ଠାନ !

author img

By

Published : May 27, 2022, 4:12 PM IST

ନୂଆଦିଲ୍ଲୀ: ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଦକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପୂର୍ବରୁ ନକଲି ଜାତି ପ୍ରମାଣ ପତ୍ର ମାମଲାରେ ସମୀରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି । ବର୍ତ୍ତମାନ ଷ୍ଟାର୍‌ କିଡ୍‌ ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲାର ବିଭ୍ରାନ୍ତିକର ତଦନ୍ତ ପାଇଁ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂତ୍ରରୁ ଖବର ମିଳିଛି ।

ଆଜି(ଶୁକ୍ରବାର) କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ NCB କ୍ଲିନ୍ ଚିଟ୍ ଦେଇଛନ୍ତି । ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନ୍ ଖାନଙ୍କ ନାମ ଉଲ୍ଲେଖ ନଥିଲା । ତାଛଡ଼ା ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

ଗତବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍‌ । ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ 19 ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ 6 ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ । ଏବେବି ଜଣେ ଅଭିଯୁକ୍ତ ଜେଲରେ ଅଛନ୍ତି । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା । ସେହି ସମୟରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଏହି ମାମଲାର ତଦନ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.