ETV Bharat / bharat

ବିଧାୟକଙ୍କ ଗାଡିରେ ଇଭିଏମ ଠାବ ଘଟଣା, 4 କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - ବିଧାୟକଙ୍କ ଗାଡିରେ ଇଭିଏମ ମେସିନ

ଆସାମରେ ବିଜେପି ବିଧାୟକଙ୍କ ଗାଡିରେ ଇଭିଏମ ମେସିନ ଠାବ ଘଟଣାରେ 4 କର୍ମଚାରୀଙ୍କୁ ନିଲମ୍ବନ ପ୍ରକ୍ରିୟାରେ ରଖାଯାଇଛି । ଅଧିକ ପଢନ୍ତୁ...

ବିଧାୟକଙ୍କ ଗାଡିରେ ଇଭିଏମ ଠାବ ଘଟଣା, 4 କର୍ମଚାରୀଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

author img

By

Published : Apr 2, 2021, 3:49 PM IST

ଦିସପୁର: ଆସାମରେ 3ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏହାରି ମଧ୍ୟରେ ବିଜେପି ବିଧାୟକଙ୍କ ବୋଲେରୋ ଗାଡିରୁ ଏକ ଇଭିଏମ ମେସିନ ଠାବ ହୋଇଛି । ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଜଣେ ପ୍ରିଜାଇଡିଂ ଅଫିସର ଓ 3 କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ପରେ ଇଭିଏମ ମେସିନକୁ ବିଜେପି ବିଧାୟକ କ୍ରିଷ୍ଣେନ୍ଦୁ ପାଲଙ୍କ ଗାଡିରୁ ସାଧାରଣ ଜନତା ଠାବ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ପୋଲିଂ ଶେଷ ହେବାର କିଛି ସମୟ ପୂର୍ବରୁ ଗାଡିରୁ ଏହି ଇଭିଏମ ମେସିନ ମିଳିଥିଲା । ଏହି ଘଟଣାର ତଦନ୍ତ ହେବା ପରେ ଜଣେ ପ୍ରିଜାଇଡିଂ ଅଫିସର ଓ 3 କର୍ମଚାରୀଙ୍କୁ ନିଲମ୍ବନ ପ୍ରକ୍ରିୟାରେ ରଖାଯାଇଛି ।

ତେବେ ଏହି ଇଭିଏମ ସିଲ୍ ଖୋଲା ଯାଇନଥିବା ଜଣାପଡିଛି । ତଥାପି ନମ୍ବର 149- ଇନ୍ଦିରା M.V ରେ ପୁଣି ଭୋଟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଘଟଣା ସମ୍ପର୍କରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଠାରୁ ମଧ୍ୟ ଏକ ରିପୋର୍ଟ ମଗାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.