ETV Bharat / bharat

ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଭୟ, ପ୍ଲାକାର୍ଡରେ କ୍ଷମାକର ଲେଖି ଥାନାରେ ଆତ୍ମସମର୍ପଣ - ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କଲା ଦୋଷୀ

ଉତ୍ତର ପ୍ରଦେଶ ଗାଜିଆବାଦରେ ଏକ ହତ୍ୟାକାଣ୍ଡ ମାମଲାରେ ଏନକାଉଣ୍ଟର ଭୟରେ ନିଜ ଆଡୁ ଆତ୍ମସମର୍ପଣ କଲା ଦୋଷୀ । ଅଧିକ ପଢ଼ନ୍ତୁ

accused surrender by hanging placard at police station in ghaziabad uttar pradesh
ହତ୍ୟାକାରୀକୁ ଏନକାଉଣ୍ଟର ଭୟ, ଥାନାରେ ଆସି ଆତ୍ମସମର୍ପଣ କଲା ଦୋଷୀ
author img

By

Published : Sep 13, 2022, 12:13 PM IST

ଲକ୍ଷ୍ନୌ: ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କଲା ଦୋଷୀ । ବେକରେ ପ୍ଲାକାର୍ଡ ଧରି ଥାନାରେ ପହଞ୍ଚି କହିଲା, "କ୍ୟାପଟେନ ସାର ମୋତେ କ୍ଷମାକର । ମୁଁ ଆତ୍ମସମର୍ପଣ କରିବାକୁ ଆସିଛି । ଏହାପରଠାରୁ ମୁଁ ଜୀବନରେ କୌଣସି ଅପରାଧ କରିବି ନାହିଁ ।" ଏଭଳି କିଛି ଲେଖି ନିଜ ଦୋଷ ସ୍ବୀକାର କରିଛନ୍ତି ଅଭିଯୁକ୍ତ ।

ଗତ 9 ତାରିଖରେ ଗାଜିଆବାଦର ଟ୍ରୋନିକା ଥାନା ଅଞ୍ଚଳରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ପରିଚୟ ମିଳିବା ପରେ ସୋ ଲୋନି ଅଞ୍ଚଳର ହୋଇଥିବା ପୋଲିସ ଜାଣିବାକୁ ପାଇଲା । ତେବେ ଏହା ଏକ ହତ୍ୟା ମାମଲା ବୋଲି ଜଣାପଡ଼ିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିଲା, ଯାହାର ନାମ ସୋହେଲ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚାରିଆଡ଼େ ଚଢ଼ାଉ କରିଥିଲେ ।

ଏହି କ୍ରମରେ ଅଭିଯୁକ୍ତ ସୋହେଲ ଗତ ସୋମବାର ଲୋନି ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ବେକରେ ପ୍ଲାକାର୍ଡ ଲଗାଇ ଦୋଷ କ୍ଷମା କରିବାକୁ କହିଥିଲେ । ଏନେଇ ଏସ୍ପି କହିଛନ୍ତି, "ସରକାରଙ୍କ ନିର୍ଦ୍ଦେଶରେ ଏନକାଉଣ୍ଟର କ୍ରମାଗତ ଭାବେ କରାଯାଉଛି । ତେଣୁ ଅଭିଯୁକ୍ତ ଜଣକ ଭୟ କରି ନିଜ ଆଡୁ ଆତ୍ମ ସମର୍ପଣ କରିଛି ।" ଜଣେ ମହିଳା ସହ ଅନୈତିକ ସମ୍ପର୍କ ରଖିବା ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା । ଏହି ଘଟଣାର ଦତନ୍ତ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ବାଇକରେ ମଦ ଯୋଗାଣ ବୋର୍ଡର ଫଟୋ ଲଗାଇ ବୁଲିଲେ ଯୁବକ, ଭିଡିଓ ଭାଇରାଲ

ତେବେ ଅବରାଧିକ ମାମଲାରେ କୌଣସି ଦୋଷୀକୁ ରକ୍ଷା କରାଯିବ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେଣୁ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି, ପୋଲିସ ଯେତେବେଳେ ଗୁଳି ଚଳାଏ ତାର ମଧ୍ୟ ଜବାବ ରଖେ । ପ୍ରଶାସନ ଅପରାଧ ହ୍ରାସ କରିବାକୁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି । ଆଗକୁ ଏହି ପ୍ରକାରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ବୀକାର କରି ଆତ୍ମସମର୍ପଣ କଲେ ଅପରାଧ କ୍ରମଶଃ ହ୍ରାସ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.