ETV Bharat / bharat

ଦିଲ୍ଲୀ ହିଂସା ପରେ ସିଂଘୁ ବର୍ଡର ଗସ୍ତ କରିଥିଲା ଅଭିଯୁକ୍ତ ସୁଖଦେବ ସିଂ - ସିଙ୍ଗୁ ବର୍ଡ

ଦିଲ୍ଲୀ ହିଂସା ପରେ ସିଂଘୁ ବର୍ଡର ଗସ୍ତ କରିଥିଲା ଅଭିଯୁକ୍ତ ସୁଖଦେବ ସିଂ । ଏପରି କିଛି ତଥ୍ଯ ଦେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା ପରେ ସିଙ୍ଗୁ ବର୍ଡର ଗସ୍ତ କରିଥିଲା ଅଭିଯୁକ୍ତ ସୁଖଦେବ ସିଂ

author img

By

Published : Feb 11, 2021, 8:01 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲାରେ 26 ଜାନୁଆରୀରେ ହୋଇଥିବା ହିଂସାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁଖଦେବ ସିଂ ଏହି ଘଟଣା ପରେ ସିଂଘୁ ସୀମା ପରିଦର୍ଶନ କରି ପରେ ପଞ୍ଜାବ ଯାଇଥିଲେ ବୋଲି ସୂଚନା ଦେଇଛି ଦିଲ୍ଲୀ ପୋଲିସ । ପୋଲିସ ସୂଚନା ଅନୁସାରେ ହିଂସା ଦିନ ପ୍ରାୟ 10 ଟା ପର୍ଯ୍ୟନ୍ତ ସେ ଲାଲକିଲ୍ଲାରେ ଉପସ୍ଥିତ ଥିଲେ ଏବଂ ହିଂସାପରେ ବିଳମ୍ବିତ ରାତିରେ ସିଂଘୁ ସୀମାକୁ ଯାଇଥିଲେ । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ସୁଖଦେବ ସିଂଙ୍କୁ ରବିବାର ଚଣ୍ଡିଗଡ଼ରୁ ଗିରଫ କରିଥିଲା । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଲାଲକିଲ୍ଲାରେ ଦଙ୍ଗାକାରୀଙ୍କୁ ଆଗେଇ ନେବାରେ ସୁଖଦେବଙ୍କ ଭୂମିକା ଅତ୍ୟନ୍ତ ସକ୍ରିୟ ଥିବା ଜଣାପଡିଛି। ଘଟଣାପରେ ତାଙ୍କୁ ଗିରଫ କରିବା ପାଇଁ 50,000 ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଥିଲା ପୋଲିସ ।

ଗଣତନ୍ତ୍ର ଦିବସରେ ବିକ୍ଷୋଭକାରୀମାନେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ବ୍ୟାରିକେଡ୍ ଭାଙ୍ଗିଥିଲେ, ପୋଲିସ୍ ସହ ସଂଘର୍ଷ କରିବା ସହ ବିଭିନ୍ନ ସ୍ଥାନରେ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ। ଏହା ପରେ ସେମାନେ ମଧ୍ୟ ଲାଲକିଲ୍ଲାରେ ପ୍ରବେଶ କରିବା ସହ ପତାକା ମଧ୍ୟ ଉତ୍ତୋଳନ କରିଥିଲେ । ଜାନୁଆରୀ 26 ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଜବୀର ସିଂ, ବୁଟା ସିଂ, ସୁଖଦେବ ସିଂ ଏବଂ ଇକବାଲ ସିଂଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରତ୍ୟେକଙ୍କୁ 50,000 ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲା ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.