ଜୟପୁର: ରାଜସ୍ଥାନ ଝୁନଝୁନ ଜିଲ୍ଲା ପିଲାନୀ ଅଞ୍ଚଳରେ ଜଣେ 5 ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଘଟଣା । ଫାଶୀ ପାଇବ ପିଶାଚ । ବୁଧବାର ପୂର୍ବାହ୍ନ 12 ଟା 10 ଘଟିକା ସମୟରେ ଏହି ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ସୁନୀଲ କୁମାରକୁ ପୋସ୍କୋ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ସବୁଠୁ ବଡ କଥା ହେଲା ମାତ୍ର 17 ଦିନ ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଗତ ଫେବୃୟାରୀ 19 ତାରିଖରେ ଅଭିଯୁକ୍ତ ଜଣକ ଜଣେ 5 ବର୍ଷୀୟା ଶିଶୁକୁ କୁରକୁରି ଦେବା ବାହାନରେ ଅପହରଣ କରିଥିଲା । ଗାଁଠୁ ଦୂର ଏକ ବୁଦା ପାଖରେ ଶିଶୁକୁ ଦୁଷ୍କର୍ମ କରିଥିଲା ଏବଂ ପରେ ସେଠାରେ ତାକୁ ଗୁରୁତର ଅବସ୍ଥାରେ ଛାଡି ଦେଇ ଚାଲିଯାଇଥିଲା । ଖବର ପାଇ ବହୁତ ଖୋଜାଖୋଜି ପରେ ପୋଲିସ ଉକ୍ତ ବୁଦା ନିକଟରୁ ଶିଶୁଟିକୁ ଉଦ୍ଧାର କରିଥିଲା । ଏହାପରେ ପୋଲିସ ମାମଲାକୁ ଅତି ଗମ୍ଭୀରତାର ସହ ନେଇ 10 ମଧ୍ୟରେ କୋର୍ଟର ମାମଲା ଦାୟର କରିଥିଲା । କୋର୍ଟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଅନ୍ୟ ନାୟିକ କାର୍ଯ୍ୟକୁ ସ୍ଥଗିତ ରଖି ଏହି ମାମଲାର ଶୁଣାଣି କରିଛି ଏବଂ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ