ETV Bharat / bharat

ପ୍ରତିଶୋଧ ନିଆଁରେ ଜଳି ଅଭିଯୁକ୍ତର ଉନ୍ମତ୍ତକାଣ୍ଡ, ନାବାଳିକା ଉପରେ ଏସିଡ୍‌ ଢାଳିଲା ନିଜେ ପିଇଲା

Delhi Rape case, Acid Attack: ନୂଆଦିଲ୍ଲୀରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପୀଡିତାଙ୍କ ଝିଅଙ୍କ ଉପରେ ଏସିଡ୍‌ ଫିଙ୍ଗିବା ପରେ ନିଜେ ଏସିଡ୍‌ ପିଇ ଜୀବନ ହାରିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

Rape accused throws acid on complainant's daughter
Rape accused throws acid on complainants daughter
author img

By ETV Bharat Odisha Team

Published : Dec 8, 2023, 6:47 PM IST

ନୂଆଦିଲ୍ଲୀ: ପୁଣି ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଜାମିନ ପାଇ ଜେଲରୁ ବାହାରି ଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କ ଉନ୍ମତ୍ତକାଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍‌ ମାଡ କରିବା ପରେ ନିଜେ ଏସିଡ୍‌ ପିଇ ଜୀବନ ହାରିଲା ଅଭିଯୁକ୍ତ । ଗତକାଲି(ଗୁରୁବାର) ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ଅଭିଯୁକ୍ତ । ଅନ୍ୟପଟେ 17 ବର୍ଷୀୟ ଏସିଡ ପୀଡିତା ଚିକିତ୍ସା ପରେ ଘରକୁ ଡିସଚାର୍ଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଭଳି କାଣ୍ଡ ଭିଆଇଥିବା ମୃତ ଯୁବକଙ୍କ ନାମ ପ୍ରେମ ସିଂ(54 ବର୍ଷ) ହୋଇଥିବା ବେଳେ ଗତ କିଛି ଦିନ ପୂର୍ବରୁ ହିଁ ସେ ବେଲରେ ତିହାର ଜେଲରୁ ବାହାରକୁ ଆସିଥିଲେ । ଏକ ଦୁଷ୍କର୍ମ ମାମଲାରେ ଗତ କିଛି ଦିନ ହେବ ଜେଲରେ ରହିଥିବା ବେଳେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ 29 ତାରିଖରେ ହିଁ ଜେଲରୁ ବେଲରେ ଆସିଥିବା ନେଇ ପୋଲିସ କହିଛି । ଗୁରୁବାର ପ୍ରେମ ସିଂ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରିଥିଲା। କିନ୍ତୁ ଅଭିଯୋଗକାରିଣୀ ମନା କରିବାରୁ ରାଗରେ ଜର୍ଜରିତ ହୋଇ 17 ବର୍ଷୀୟ ନାବାଳିକାଙ୍କ ଉପରେ ଅର୍ଥାତ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍‌ ମାଡ କରିଥିଲା । ଏହାପରେ ନିଜେ ମଧ୍ୟ ଉକ୍ତ ସ୍ଥାନରେ ଅଭିଯୁକ୍ତ ଏସିଡ ପିଇ ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 21 ବର୍ଷ ପରେ ପୀଡିତାଙ୍କୁ ମିଳିଲା ନ୍ୟାୟ, ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ

ପୋଲିସର ସୂଚନା ଅନୁସାରେ, ଗତକାଲି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଏସିଡ୍‌ ଆଟାକ ହୋଇଥିବା ନେଇ ପିସିଆରକୁ ଫୋନ ଆସିଥିଲା । ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେତେବେଳେ ଦୁଇଜଣଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ପ୍ରେମ ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ 17 ବର୍ଷୀୟ ନାବାଳିକା ଚିକିତ୍ସା ପରେ ଘରକୁ ଚିସଚାର୍ଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.