ETV Bharat / bharat

ନୂପୁର ଶର୍ମାଙ୍କୁ ନେଇ ଜେଲ୍‌ରେ ମାଡପିଟ୍: ଉମେଶ କୋହ୍ଲେ ହତ୍ୟାକାରୀକୁ ପିଟିଲେ କଏଦୀ - ଅର୍ଥର ରୋଡ ଜେଲ

ମେଡିସିନ ଦୋକୋନୀ ଉମେଶ କୋହ୍ଲେ ହତ୍ୟାକାଣ୍ଡ ଅଭିଯୁକ୍ତ ଉପରେ ଜେଲ୍‌ରେ ଆକ୍ରମଣ । ଅଧିକ ପଢନ୍ତୁ

ନୂପୁର ଶର୍ମାଙ୍କୁ ନେଇ ଜେଲ୍‌ରେ ମାଡପିଟ୍: ଉମେଶ କୋହ୍ଲେ ହତ୍ୟାକାରୀକୁ ପିଟିଲେ କଏଦୀ

author img

By

Published : Jul 28, 2022, 10:22 AM IST

ମୁମ୍ବାଇ: ନୂପୁର ଶର୍ମା ବିବାଦକୁ ନେଇ ମୁମ୍ବାଇ ଅର୍ଥର ରୋଡ ଜେଲରେ ଉତ୍ତେଜନା ପ୍ରକାଶ ପାଇଛି । ମହାରାଷ୍ଟ୍ର ମେଡିସିନ ଦୋକାନୀ ଉମେଶ କୋହ୍ଲେଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶାହରୁଖ ପଠାନ ଉପରେ ଜେଲ୍‌ ଭିତରେ ଆକ୍ରମଣ ହୋଇଛି । ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିବାରୁ ସେ କୋହ୍ଲେଙ୍କୁ ହତ୍ୟା କରିଥିବା କହିବା ପରେ ଜେଲ୍‌ରେ ଥିବା ଅନ୍ୟ କଏଦୀମାନେ ତାଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି । ଆକ୍ରମଣରେ ତା' ବେକ ଏବଂ ହାତରେ ସାମାନ୍ୟ କ୍ଷତ ହୋଇଥିବା ଜଣାପଡିଛି । ଜେଲର ସର୍କଲ ନଂ ୧୧ର ବାରକ୍ ନଂ ୨ରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଅର୍ଥର ରୋଡ ଜେଲରେ ଥିବା କଏଦୀମାନେ ପରସ୍ପର ସହ କଥା ହେଉଥିଲେ । କିଏ କେଉଁ କାରଣ ପାଇଁ ଜେଲ୍‌ ଆସିଛି ବୋଲି ସେମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଏହି ସମୟରେ ପଠାନ କହିଥିଲା ଯେ, ନୂପୁର ଶର୍ମାଙ୍କ ସମର୍ଥନ କରିବାରୁ ସେ ଉମେଶ କୋହ୍ଲେଙ୍କୁ ହତ୍ୟା କରି ଜେଲ୍ ଆସିଛି । ଏହା ଶୁଣିବା ମାତ୍ରେ ଅନ୍ୟ କଏଦୀ କଳ୍ପେଶ ପଟେଲ, ହମେନ୍ତ ମନେରିଆ, ଅରବିନ୍ଦ ଯାଦବ, ଶ୍ରବଣ ଚାବନ, ସନ୍ଦୀପ ଯାଦବ ତା' ଉପରେ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଜାଣିବା ମାତ୍ରେ ଜେଲ୍ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ପଠାନକୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ପଠାନ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରିଛି ।

ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୧ ତାରିଖରେ ମେଡିସିନ ଦୋକାନୀ କୋହ୍ଲେଙ୍କୁ ହତ୍ୟା କରାଯାଇଥିଲା । ସେ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିଥିଲେ । ଏହାକୁ କେନ୍ଦ୍ରକରି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ NIA ତଦନ୍ତ ପରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଅର୍ଥର ରୋଡ ଜେଲରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.