ETV Bharat / bharat

ହୋଲିରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଅଘଟଣ: ୨ମୃତ, ୧୫୦ ଆହତ - ମଧ୍ୟ ପ୍ରଦେଶ ଖବର

ହୋଲିରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଅଘଟଣ । ସଡକ ଦୁର୍ଘଟଣାରେ ୨ ମୃତ । ମଦନିଶାରେ ନିଜକୁ ଛୁରୀ ମାରିଲା ନିଶାଶକ୍ତ ଯୁବକ । ଜବଲପୁରର ହୋଲି ଖେଳ ବେଳେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ୧୫୦ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ହୋଲିରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଅଘଟଣ: ୨ମୃତ, ୧୫୦ ଆହତ

author img

By

Published : Mar 19, 2022, 5:31 PM IST

ଭୋପାଲ: ସାରା ଦେଶରେ ରଙ୍ଗର ପର୍ବ ହୋଲି ପାଳନ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରୁ ଆସିଛି ଦୁଖଃଦ ଖବର । ସଡକ ଦୁର୍ଘଟଣା ଓ ନିଶାଶକ୍ତ କାରଣରୁ ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟି ୨ଜଣ ପ୍ରାଣ ହରାଇ ଥିବାବେଳେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଥିବା ସାମ୍ନାକୁ ଆସିଛି । ଜାତୀୟ ରାଜପଥ ୪୬ରେ ଏକ କାରରେ ଏକ ବାଇକ ପିଟି ହୋଇ କଲଭର୍ଟ ତଳକୁ ଖସି ପଡିବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁଇ ବାଇକ ଆରୋହୀ ନିଶାଶକ୍ତ ଅବସ୍ଥାରେ ଗାଡି ଚାଳାଉଥିବା ସନ୍ଦେହ କରାଯାଉ ଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ହୋଲିରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଅଘଟଣ: ୨ମୃତ, ୧୫୦ ଆହତ

ନିଜକୁ ଛୁରୀ ମାରିଲା ନିଶାଶକ୍ତ ଯୁବକ, ଡାକ୍ତରଖାନାରେ ମୃତ୍ୟୁ

ସେହିପରି ରାଜ୍ୟରେ ଅନ୍ୟ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ହୋଲି ଖେଳିବା ବେଳେ କାଳ ହୋଇଛି ନିଶା । ବାଣାଗଙ୍ଗାରେ ହୋଲି ଖେଳ ଚାଲିଥିବାବେଳେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜକୁ ଛୁରୀ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାମ ଗୋପାଳ ଦର୍ଜୀ ବୋଲି ପୋଲିସ ସ୍ପଷ୍ଟ କରିଛି ।

ଜବଲପୁରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ୧୫୦ ହସ୍ପିଟାଲରେ ଭର୍ତ୍ତି

ମଧ୍ୟପ୍ରଦେଶର ଜବଲପୁର ସହରରେ ମଧ୍ୟ ବିଭିନ୍ନ ସ୍ଥାନରେ ରଙ୍ଗଖେଳ ବେଳେ ଉତ୍ତେଜନା ଓ ହିଂସା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଫଳରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଇନ୍ଦୋରରେ ଏକ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଏକାଧିକ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମୃତକଙ୍କ ପରିବାର ଲୋକେ । ତେବେ ଘଟଣା ସମ୍ପର୍କରେ ସିସିଟିଭିରୁ ଫୁଟେଜ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.