ETV Bharat / bharat

ଟ୍ରେନରେ ଚଢିବା ବେଳେ ଅଘଟଣ, ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ - Accident at Kalyan railway station in Maharashtra

ମହାରାଷ୍ଟ୍ରର କଲ୍ୟାଣ ରେଳ ଷ୍ଟେସନରେ ଗତ ବୁଧବାର 2ଟି ଦୁର୍ଘଟଣା ଘଟି ଯାଇଛି । ଚଳନ୍ତା ଟ୍ରେନରେ ଚଢୁଥିବା ସମୟରେ 2 ଜଣ ଯାତ୍ରୀଙ୍କୁ ରେଳ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

Accidents happened during moving train boarding at Kalyan railway station in Maharashtra
ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ, ଯାତ୍ରୀଙ୍କୁ ରକ୍ଷା କଲେ ରେଳ କର୍ମଚାରୀ
author img

By

Published : Nov 27, 2020, 11:15 AM IST

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ରେଳ ଷ୍ଟେସନରେ ଗତ ବୁଧବାର ଜଣେ ଯାତ୍ରୀ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଚଳନ୍ତା ଟ୍ରେନରେ ନିଜ ଲଗେଜ ସହିତ ଚଢୁଥିବା ସମୟରେ ଟ୍ରେନରୁ ଖସିପଡି ପ୍ଲାଟଫର୍ମ ଓ ଟ୍ରେନର ମଝିରେ ଥିବା ଫାଙ୍କରେ ଖସିପଡିଥିଲେ । ତେବେ ରେଳ କର୍ମଚାରୀମାନେ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ସମୟରେ ଜଣେ ଯାତ୍ରୀ ସମସ୍ତିପୁର ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ(01021)ରେ ଚଢୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀ ଜଣକ ଚଳନ୍ତା ଟ୍ରେନରେ ଚଢିବାକୁ ଯାଉଥିବା ଦେଖି ଆଇପିଏଫର ସବ୍-ଇନ୍ସପେକ୍ଟର କବିତା ସାହୁ ଦୌଡି ଯାତ୍ରୀଙ୍କ ନିକଟକୁ ଆସିଥିଲେ ଏବଂ ତାଙ୍କୁ ମରଣ ମୁହଁରୁ ରକ୍ଷା କରିଥିଲେ ।

ତେବେ ସେହି ସମୟରେ ଆଉ ଜଣେ ଯୁବକଙ୍କୁ ମଧ୍ୟ ଦୁର୍ଘଟଣାରୁ ରେଳ କର୍ମଚାରୀମାନେ ରକ୍ଷା କରିଛନ୍ତି । ସେହି ପ୍ଲାଟଫର୍ମରେ ଅର୍ଜୁନ ନାମକ ଜଣେ ଯୁବକ ଚଳନ୍ତା ଟ୍ରେନରେ ନିଜ ଲଗେଜ ସହିତ ଚଢୁଥିବା ସମୟରେ ଖସି ପଡିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଟିକେଟ ଚେକର ଭିକି ରାଜ ଓ ଆରପିଏଫ ଓ ମହାରାଷ୍ଟ୍ରର ସୁରକ୍ଷା କର୍ମୀ ତାଙ୍କ ନିକଟକୁ ଦୌଡି ଆସି ତାଙ୍କୁ ମଧ୍ୟ ରକ୍ଷା କରିଥିଲେ ।

ତେବେ ଏହି ସମସ୍ତ ଦୁର୍ଘଟଣାଗୁଡିକ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ସେପଟେ କଲ୍ୟାଣ ରେଳ ଷ୍ଟେସନରେ ବାରମ୍ବାର ଏହିଭଳି ଦୁର୍ଘଟଣା ସାମନାକୁ ଆସୁଛି । ବାରମ୍ବାର ଦୁର୍ଘଟଣାର କାରଣ ସଂପର୍କରେ ସାଧାରଣରେ ଚର୍ଚ୍ଚା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.