ETV Bharat / bharat

କାଶ୍ମୀରରେ ପୋଲିସ ଅଧିକାରୀଙ୍କୁ ଗୁଳି, ହସ୍ପିଟାଲରେ ଭର୍ତ୍ତି

କାଶ୍ମୀରରେ ପୋଲିସ ଅଧିକାରୀଙ୍କୁ ଅଜଣା ଆତତାୟୀଙ୍କ ଗୁଳିମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

କାଶ୍ମୀରରେ ପୋଲିସ ଅଧିକାରୀଙ୍କୁ ଗୁଳି, ହସ୍ପିଟାଲରେ ଭର୍ତ୍ତି
କାଶ୍ମୀରରେ ପୋଲିସ ଅଧିକାରୀଙ୍କୁ ଗୁଳି, ହସ୍ପିଟାଲରେ ଭର୍ତ୍ତି
author img

By

Published : Feb 28, 2022, 8:59 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାଡ କରିଛନ୍ତି ଅଜଣା ଆତତାୟୀ । ଗୁରୁତର ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡର ଶିକାର ହୋଇଥିବା ପୋଲିସ ଅଧିକାରୀଜଣଙ୍କ ଦୁର୍ନୀତି ନିବାରଣ ବ୍ୟୁରୋର ଇନ୍ସପେକ୍ଟର ଶେଖ ଫିରଦସ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବରିଷ୍ଠ ପୋଲିସ ଅଧୀକ୍ଷକ ରାକେଶ ବଲଓ୍ବାଲ ଇଟିଭି ଭାରତକୁ ଦେଇଥିବା ସୂଚନା ଅନୁସାରେ, ଅଧିକାରୀଜଣଙ୍କ ନିକଟସ୍ଥ ଏକ ମସଜିଦରୁ ନମାଜ ସାରି ଫେରୁଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଅଜଣା ଆତତାୟୀ ତାଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଗୁଳିଟି ଶେଖ ଫିରଡସଙ୍କ ବେକରେ ବାଜିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିିଛି । ଖବର ପାଇ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିବା ସହ ସର୍ଚ୍ଚ ଅପରେସନକୁ କଡାକଡି କରିଛନ୍ତି । ଏହା ଏକ ଆତଙ୍କୀ ଆକ୍ରମଣ ବୋଲି ପ୍ରାରମ୍ଭିକ ଭାବେ ଅନୁମାନ କରାଯାଉଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.