ETV Bharat / bharat

କୋରୋନା ପୂର୍ବରୁ ଉହାନରେ ବିକ୍ରି ହୋଇଛି 45 ହଜାରରୁ ଅଧିକ ପଶୁ - ପଶୁ ବିକ୍ରି

କୋରୋନା ପୂର୍ବରୁ ଚୀନର ଉହାନରୁ 45 ହଜାରରୁ ଅଧିକ ପଶୁ ବିକ୍ରି ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ପୂର୍ବରୁ ଉହାନରେ ବିକ୍ରି ହୋଇଛି 45 ହଜାରରରୁ ଅଧିକ ପଶୁ

author img

By

Published : Jun 11, 2021, 6:17 AM IST

ବେଜିଙ୍ଗ: ଚୀନର ଉହାନ ସହର କୋରୋନା ମହାମାରୀର ଉତ୍ପତ୍ତି ସ୍ଥଳ ବୋଲି ପୂର୍ବରୁ କୁହାଯାଇ ଆସୁଛି। ଏଠାରେ ବିକ୍ରି କରାଯାଉଥିବା କୌଣସି ପଶୁର ଶରୀରରୁ ଦେଶକୁ ମହାମାରୀ ବ୍ୟାପିଛି ବୋଲି ମଧ୍ୟ କୁହାଯାଉଥିଲା । ଉହାନର ବଜାରରେ ବିଭିନ୍ନ ପ୍ରଜାତିର ପଶୁଙ୍କୁ ବିକ୍ରି କରାଯାଉଥିବା ବେଳେ କୋରୋନା ମହାମାରୀ ପୂର୍ବରୁ 1 ହଜାରରୁ ଅଧିକ ପଶୁଙ୍କୁ ବିକ୍ରି କରାଯାଇଥିବା ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ।

ଚୀନର ଉହାନ ସହରରେ କୋରୋନା ମହାମାରୀର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଏହି ସହରର ବଜାରରେ ବିଭିନ୍ନ ପ୍ରଜାତିର ପଶୁ ବିକ୍ରି କରାଯାଉଥିବାକୁ ନେଇ ଉହାନ ସହର ବିଶ୍ବରେ ପରିଚିତ । ବ୍ରିଟିଶ ଓ ଚୀନ ଗବେଷକଙ୍କ ମୁତାବକ ଗତ ଅଢେଇ ବର୍ଷ ପୂର୍ବରୁ ଉହାନ ବଜାରରେ 47 ହଜାରରୁ ଅଧିକ ବନ୍ୟ ଜନ୍ତୁଙ୍କୁ ବିକ୍ରି କରାଯାଇଛି ବୋଲି ସେମାନେ କହିଛନ୍ତି । ଉହାନ ବଜାରରେ ସ୍ତନ୍ୟପାୟୀ ପଶୁଙ୍କୁ ମଧ୍ୟ ବିକ୍ରି କରାଯାଉଛି । କୋରୋନା ଭାଇରସ ଥିବା ସନ୍ଦିଗ୍ଧ ପଶୁ ମଧ୍ୟ ସେଠାରେ ବିକ୍ରି ହେଉଥିବା ଗବେଷକମାନେ କହିଛନ୍ତି ।

ଏହି ପଶୁଗୁଡିକୁ ଜୀବନ୍ତ ଅବସ୍ଥାରେ ମଧ୍ୟ ବିକ୍ରି କରାଯାଇଥାଏ । କିନ୍ତୁ ଏଯାଏଁ ମଧ୍ୟ କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିନାହିଁ । ଏହା ପ୍ରକୃତିରୁ ସୃଷ୍ଟି ହୋଇଛି ନା ଲ୍ୟାବରୁ ଭାଇରସ ଖସି ସଂକ୍ରମଣ ବ୍ୟାପିଛି ସେ ସମ୍ପର୍କରେ ଜଣାପଡିନାହିଁ । ସେପଟେ କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ବାଇଡେନ ସରକାର ଆମେରିକା ଗବେଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.