ନୂଆଦିଲ୍ଲୀ: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (OAT) କୁ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଏହି ମାମଲାରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ବାର୍ ଆସୋସିଏସନ୍ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ ଖାରଜ କରିବା ସହ 2019 ରେ କେନ୍ଦ୍ର ସରକାର ଜାରି କରିଥିବା ଉଚ୍ଛେଦ ବିଜ୍ଞପ୍ତିକୁ ଆଇନସମ୍ମତଃ ଦର୍ଶାଇଛନ୍ତି । ଓଡିଶା ପ୍ରଶାସନିକ ନ୍ୟାୟାଧିକାରଣକୁ ଉଚ୍ଛେଦ କରାଯିବା ନେଇ ଓଡିଶା ହାଇକୋର୍ଟ ରାୟ ପ୍ରକାଶ କରିଥିଲେ । ଯାହାକୁ ସର୍ବୋଚ୍ଚ କୋର୍ଟରେ ହାଜର ଟ୍ରିବ୍ୟୁନାଲ ବାର ଆସୋସିଏସନ ଚ୍ୟାଲଞ୍ଜ କରିଥିଲା । ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।
-
#BREAKING
— Bar & Bench (@barandbench) March 21, 2023 " class="align-text-top noRightClick twitterSection" data="
CJI DY Chandrachud: We hold that abolition of Orissa Administrative Tribunal was valid. Article 323A does not preclude union of India to abolish state administrative tribunals. Centre was correct to invoke Section 21 of General Clauses Act to rescind the decision to… https://t.co/3VRLeyl3Uy pic.twitter.com/dxDhiakLLJ
">#BREAKING
— Bar & Bench (@barandbench) March 21, 2023
CJI DY Chandrachud: We hold that abolition of Orissa Administrative Tribunal was valid. Article 323A does not preclude union of India to abolish state administrative tribunals. Centre was correct to invoke Section 21 of General Clauses Act to rescind the decision to… https://t.co/3VRLeyl3Uy pic.twitter.com/dxDhiakLLJ#BREAKING
— Bar & Bench (@barandbench) March 21, 2023
CJI DY Chandrachud: We hold that abolition of Orissa Administrative Tribunal was valid. Article 323A does not preclude union of India to abolish state administrative tribunals. Centre was correct to invoke Section 21 of General Clauses Act to rescind the decision to… https://t.co/3VRLeyl3Uy pic.twitter.com/dxDhiakLLJ
ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ‘‘ସମ୍ବିଧାନର ଧାରା 323-A ଭାରତ ସରକାରକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ କରିବାକୁ ବାରଣ କରେ ନାହିଁ । ଟ୍ରିବ୍ୟୁନାଲକୁ ରଦ୍ଦ କରିବା ନିଷ୍ପତ୍ତି ଜେନେରାଲ କ୍ଲଜ୍ ଆକ୍ଟର ଧାରା 21 ଅନୁସାରେ ଆଇନତଃ ବୈଧ । ଟ୍ରିବ୍ୟୁନାଲ ରଦ୍ଦ ନିଷ୍ପତ୍ତି ସମ୍ବିଧାନର ଧାରା 14ର ଉଲ୍ଲଂଘନ ନୁହେଁ ।”
2015 ରେ ରାଜ୍ୟ ସରକାର ଏହି ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସେବା ସମ୍ପର୍କିତ ମାମଲାର ବିଚାର ଓ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ଟ୍ରିବ୍ୟୁନାଲ ଗଠନର ମୂଳ ଉଦ୍ଦେଶ୍ୟ ଥିଲା । ଯାହାର କାର୍ଯ୍ୟକାରିତା ପରବର୍ତ୍ତୀ ସମୟରେ ବିଫଳ ହୋଇଥିବା ପରି ଅନୁଭବ ହେବା ପରେ ଏହାର ଉଚ୍ଛେଦ ନିଷ୍ପତ୍ତି ସମ୍ପର୍କରେ ବିଚାର ଆରମ୍ଭ ହୋଇଥିଲା । ଏହି ଟ୍ରିବ୍ୟୁନାଲର ସ୍ଥାୟିତ୍ବ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମଧ୍ୟ ମାଗିଥିଲେ । କେନ୍ଦ୍ର ସରକାର 2019 ମସିହା ଅଗଷ୍ଟ 2 ତାରିଖରେ ଏକ ଗେଜେଟ ବିଜ୍ଞପ୍ତି ଜାରି କରି ଏହାକୁ ଆନୁଷ୍ଠାନିକ ଭାବେ ଉଚ୍ଛେଦ କରିଥିଲା ।
1986 ମସିହାରେ ରାଜ୍ୟ ସରକାର ଗଠନ କରିଥିଲେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ । ରାଜ୍ୟ ସରକାରୀ କର୍ମଚାରୀଙ୍କ ସେବା ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ସମାଧାନ ଏହି ଟ୍ରିବ୍ୟୁନାଲ ଗଠନର ମୂଳ ଓ ଏକମାତ୍ର ଉଦ୍ଦେଶ୍ୟ ଥିଲା । ରାଜଧାନୀରେ ଭୁବନେଶ୍ୱରରେ ଏହାର ମୁଖ୍ୟ ଖଣ୍ଡପୀଠ (ପ୍ରିନ୍ସିପାଲ୍ ବେଞ୍ଚ) ବ୍ୟତୀତ ଅନ୍ୟ କିଛି ସହରରେ ଏହାର ଶାଖା ଖଣ୍ଡପୀଠ ମଧ୍ୟ ସ୍ଥାପନ କରାଯାଇଥିଲା । ବର୍ଷ 2019 ରେ ଏହାକୁ ଉଚ୍ଛେଦ କରାଯାଇଥିଲା । କେନ୍ଦ୍ରର ବିଜ୍ଞପ୍ତିକୁ ଉଚିତ ଦର୍ଶାଇଥିଲେ ହାଇକୋର୍ଟ । ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଟ୍ରିବ୍ୟୁନାଲ ବାର ଆସୋସିଏସନ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲା । ଆଜି ସର୍ବୋଚ୍ଚ କୋର୍ଟ ଖଣ୍ଡପୀଠ ମଧ୍ୟ ଏହାର ଉଚ୍ଛେଦକୁ ବୈଧ ଦର୍ଶାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ