ETV Bharat / bharat

ଅବଦୁଲ ରଜାକ ଗୁର୍‌ନାହଙ୍କୁ ସାହିତ୍ୟରେ ନୋବେଲ - Nobel prize in literature 2021

ଚଳିତ ଥର ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବଦୁଲ ରଜାକ ଗୁର୍‌ନାହ ନୋବେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଓ ମାଳଦ୍ବୀପ ମଧ୍ୟରେ ଥିବା ଘାଇରେ ଶରଣାର୍ଥୀଙ୍କ ସ୍ଥିତିର କଷ୍ଟ ଓ ଯନ୍ତ୍ରଣାମୟ ଚିତ୍ରଣ ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ ଅବଦୁଲ ରଜାକ । ଅଧିକ ପଢନ୍ତୁ...

ଅବଦୁଲ ରଜାକ ଗୁର୍‌ନାହଙ୍କୁ ସାହିତ୍ୟରେ ନୋବେଲ
ଅବଦୁଲ ରଜାକ ଗୁର୍‌ନାହଙ୍କୁ ସାହିତ୍ୟରେ ନୋବେଲ
author img

By

Published : Oct 7, 2021, 6:08 PM IST

ଷ୍ଟକହୋମ: ସାହିତ୍ୟ ପାଇଁ ଘୋଷଣା କରାଯାଇଛି ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ । ଚଳିତ ଥର ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍‌ନାହ ନୋବେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଓ ମାଳଦ୍ବୀପ ମଧ୍ୟରେ ଥିବା ଘାଇରେ ଶରଣାର୍ଥୀଙ୍କ ସ୍ଥିତିର କଷ୍ଟ ଓ ଯନ୍ତ୍ରଣାମୟ ଚିତ୍ରଣ ପାଇଁ ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ପାଇବେ ଅବଦୁଲ ରଜାକ । ତାଙ୍କ ଉପନ୍ୟାସରେ ଶରଣାର୍ଥୀଙ୍କ ମାର୍ମିକ ବର୍ଣ୍ଣନା ଦେଖିବାକୁ ମିଳିଛି ।

1948, ତାଞ୍ଜାନିଆର ଜଞ୍ଜିବାରରେ ଅବଦୁଲ ରଜାକ ଗୁର୍‌ନାହଙ୍କ ଜନ୍ମ । ହେଲେ ୬୦ ଦଶନ୍ଧିର ଶେଷରେ ସେ ଜଣେ ଶରଣାର୍ଥୀ ଭାବରେ ଇଂଲଣ୍ଡ ପଳାଇଆସିଥିଲେ । ଅବସର ପୂର୍ବରୁ ରଜାକ କେଣ୍ଟ ବିଶ୍ବବିଦ୍ୟାଳୟ, କ୍ୟାଣ୍ଟରବରୀରେ ଇଂରାଜୀ ଓ ଉତ୍ତର ଔପନିବେଶିକ ସାହିତ୍ୟତ ପ୍ରାଧ୍ୟାପକ ଥିଲେ ।

ଗୁରନାହଙ୍କ ଚତୁର୍ଥ ଉପନ୍ୟାସ 'ପାରାଡାଇସ'(1994) ତାଙ୍କୁ ଜଣେ ଲେଖିକ ରୂପେ ପରିଚୟ ପ୍ରଦାନ କରିଥଇଲା । ୯୦ ଦଶନ୍ଧି ପାଖାପାଖି ପୂର୍ବ ଆଫ୍ରିକାର ଏକ ଅନୁସନ୍ଧାନ ଯାତ୍ରା ସମୟରେ ସେ ଏହାକୁ ଲେଖିଥିଲେ । ଏହା ଏକ ଦୁଃଖଦ ପ୍ରେମ କାହାଣୀ, ଯେଉଁଥିରେ ଦୁନିଆ ଓ ମାନ୍ୟତା ମଧ୍ୟରେ ପରସ୍ପର ସଂଘର୍ଷର କଥା ଉଲ୍ଲେଖ ରହିଛି ।

ଅବଦୁଲ ରଜାକ ଯେଉଁଭଳି ଭାବରେ ଶରଣାର୍ଥୀ ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି, ତାହା ବିରଳ ଅଟେ । ସେ ପରିଚୟ ଏବଂ ଆତ୍ମ-ପ୍ରତିଛବି ଉପରେ ଧ୍ୟାନ ଦିଅନ୍ତି । ତାଙ୍କର ଚରିତ୍ରମାନେ ନିଜକୁ ସଂସ୍କୃତି ଏବଂ ମାଳଦ୍ବୀପ ମଧ୍ୟରେ ଏଭଳି ଏକ ଜୀବନରେ ଖୋଜି ପାଆନ୍ତି, ଯେଉଁଠି ଏଭଳି ପରିସ୍ଥିତି ଉପୁଜେ ଯାହାର ସମାଧାନ ହୋଇପାରିବ ନାହିଁ ।

ଅବଦୁଲ ରଜାକ ଗୁରୁନାହଙ୍କ ୧୦ଟି ଉପନ୍ୟାସ ଏବଂ ଅନେକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇଛି । ଶରଣାର୍ଥୀଙ୍କ ସମସ୍ୟା ତାଙ୍କ ଲେଖାରେ ଅଧିକ ବର୍ଣ୍ଣନା କରାଯାଇଛି। ସେ 21 ବର୍ଷ ବୟସରେ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ଲେଖାର ଭାଷା ପ୍ରଥମେ ସ୍ବାହିଲି ଥିଲା । ପରେ ସେ ଇଂରାଜୀକୁ ତାଙ୍କର ସାହିତ୍ୟିକ ଲେଖାର ମାଧ୍ୟମ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.