ETV Bharat / bharat

ପଞ୍ଜାବ ପଶାପାଲିରେ AAP ଗୋଟି, ଶିଖଙ୍କୁ ପ୍ରାର୍ଥୀ କରିବ ଦଳ - ପଞ୍ଜାବରେ ଆମ ଆଦମୀ ପାର୍ଟି

ଶିଖ ଭୋଟ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି ଆମ ଆଦମୀ ପାର୍ଟି । ପଞ୍ଜାବ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଚଳାଇଛି ଜୋରସୋରରେ ପ୍ରସ୍ତୁତି । ଶିଖ ଚେହେରା ହେବେ ପଞ୍ଜାବ ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଅଧିକ ପଢନ୍ତୁ...

ପଞ୍ଜାବ ପଶାପାଲିରେ AAP ଗୋଟି, ଶିଖଙ୍କୁ ପ୍ରାର୍ଥୀ କରିବ ଦଳ

author img

By

Published : Jun 21, 2021, 5:08 PM IST

ଚଣ୍ଡିଗଡ: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥର ପଞ୍ଜାବ ରଣରେ ନିର୍ବାଚନୀ ଯୁଦ୍ଧ ଲଢିବ ଆମ ଆଦମୀ ପାର୍ଟି । ହେଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ଉଠୁଥିବା ପ୍ରଶ୍ନର ଜବାବ ଦେଇଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ।

ଶିଖ ଭୋଟ ହାତେଇ ବାଜି ମାରିବାକୁ ପଞ୍ଜାବ ପଶାପାଲିରେ ଗୋଟି ଚାଳନା କରିବ ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ଶିଖ ଚେହେରା ହିଁ ପଞ୍ଜାବ ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ।

ଅମୃତସରର ବରଖାସ୍ତ ହୋଇଥିବା ପୂର୍ବତନ ଏସଆଇଟି ମୁଖ୍ୟ ତଥା ପୂର୍ବତନ ଆଇଜି କୁଅଁର ବିଜୟ ପ୍ରତାପ ସିଂ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଇଛନ୍ତି । କୁଅଁର ବିଜୟ ପ୍ରତାପ ଅମୃତସରର ଯେକୌଣସି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିଖକୁ ମୈଦାନରେ ଓହ୍ଲାଇବା ନେଇ ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ସିଦ୍ଧୁ କଂଗ୍ରେସର ଜଣେ ବଡ ନେତା ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରେ। ତଥାପି ଯଦି ସେ ଆମ ଆଦମୀ ପାର୍ଟିକୁ ଆସନ୍ତି ତେବେ ଗଣମାଧ୍ୟମକୁ ସୂଚନା ଦିଆଯିବ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବ ପାଇଁ କୁଅଁର ବିଜୟ ପ୍ରତାପ ଆପରେ ଯୋଗ ଦେଉଥିବାରୁ ଏହା ଅତ୍ୟନ୍ତ ଖୁସିର ଦିନ।

କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର ପିଲାଠୁ ବୃଦ୍ଧ ସମସ୍ତେ କୁଅଁରଙ୍କୁ ଜାଣିଛନ୍ତି ଏବଂ ତାଙ୍କ ବିରୋଧୀମାନେ ମଧ୍ୟ ତାଙ୍କ ସଚ୍ଚୋଟତାକୁ ଅନୁଭବ କରନ୍ତି । କେଜ୍ରିୱାଲ କହିଛନ୍ତି ଯେ କୁଅଁର ପଞ୍ଜାବ ପାଇଁ ନ୍ୟାୟ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିଷ୍ଟମ ତାଙ୍କ ବିରୁଦ୍ଧରେ ଯାଇଥିଲା। ଏହା ପରେ ସେ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.