ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି (AAP)ର 3ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଜେଲରେ ଥିବା ଆପ୍ ନେତା ସଞ୍ଜୟ ସିଂ, ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଓ ନାରାୟଣ ଦାସଗୁପ୍ତା । ଏମାନଙ୍କ ବିରୋଧରେ ଅନ୍ୟ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥିବାରୁ ଆପ୍ର 3 ନେତା ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ସେମାନେ ଆଜି (ଶୁକ୍ରବାର) ରିଟର୍ଣ୍ଣିଂ ଅଫିସର ଆଶିଷ କୁନ୍ଦ୍ରାଙ୍କଠାରୁ ନିଜର ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।
-
AAP Rajya Sabha candidates Sanjay Singh, Swati Maliwal and ND Gupta receive their certificates from Returning Officer Ashish Kundra, after they were elected unopposed pic.twitter.com/N1WOf3NKQS
— ANI (@ANI) January 12, 2024 " class="align-text-top noRightClick twitterSection" data="
">AAP Rajya Sabha candidates Sanjay Singh, Swati Maliwal and ND Gupta receive their certificates from Returning Officer Ashish Kundra, after they were elected unopposed pic.twitter.com/N1WOf3NKQS
— ANI (@ANI) January 12, 2024AAP Rajya Sabha candidates Sanjay Singh, Swati Maliwal and ND Gupta receive their certificates from Returning Officer Ashish Kundra, after they were elected unopposed pic.twitter.com/N1WOf3NKQS
— ANI (@ANI) January 12, 2024
ଏହା ବି ପଢନ୍ତୁ- ପୁଣି ଆପ୍ରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସଂଜୟ ସିଂହ, ନାମାଙ୍କନ ପାଇଁ ଅନୁମତି ଦେଲେ ଦିଲ୍ଲୀ କୋର୍ଟ
ଆପ୍ର 3 ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଏନଡି ଗୁପ୍ତା ଓ ସୁଶୀଳ କୁମାର ଗୁପ୍ତାଙ୍କ 6 ବର୍ଷର କାର୍ଯ୍ୟକାଳ ଆସନ୍ତା 27 ତାରିଖରେ ଶେଷ ହେବାକୁ ଯାଉଛି । ଏଥିଲାଗି ଜାନୁଆରୀ 19 ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର 3ଟି ଆସନରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିବାରୁ ସେମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ସମୟସୀମା ଶେଷ ହେବା ପରେ ଆମ ଆଦମୀ ପାର୍ଟିର 3ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ସଞ୍ଜୟ ସିଂଙ୍କୁ ଦଳ 2ୟ ଥର ରାଜ୍ୟସଭା ପଠାଇଛି । ସେହିପରି ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପ୍ରଥମ ଥର ଲାଗି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏନଡି ଗୁପ୍ତା ମଧ୍ୟ ଦ୍ବିତୀୟ ଥର ଉଚ୍ଚ ସଦନ ରାଜ୍ୟସଭାକୁ ଯାଇଛନ୍ତି । ବିଜେତାଙ୍କ ନାମ ଘୋଷଣା ସମୟରେ ରିଟର୍ଣ୍ଣିଂ ଅଫିସର ଆଶିଷ କୁନ୍ଦ୍ରା କହିଥିଲେ, "ଆପର 3ଜଣ ପ୍ରାର୍ଥୀଙ୍କୁ ବିଜେତା ଘୋଷିତ କରାଯାଉଛି । କାରଣ ସେମାନଙ୍କ ମୁକାବିଲା କରିବାକୁ ଅନ୍ୟ କୌଣସି ପ୍ରାର୍ଥୀ ନାହାନ୍ତି । 3ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।" ଜେଲରେ ବନ୍ଦୀ ଥିବା ଆପ୍ ନେତା ସଞ୍ଜୟ ସିଂ ମଧ୍ୟ ପ୍ରମାଣ ପତ୍ର ଗ୍ରହଣ କରିବା ଲାଗି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ଅନୁମତି ଦେବା ପରେ ସେ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି । ଏହାପୂର୍ବରୁ ନାମାଙ୍କନ ପତ୍ର ଭରିବା ଲାଗି ମଧ୍ୟ ସେ କୋର୍ଟଙ୍କୁ ଅନୁମତି ମାଗିଥିଲେ ।
କାହିଁକି ହେଲାନି ନିର୍ବାଚନ:- ଦିଲ୍ଲୀ ବିଧାନସଭାରେ ମୋଟ 70 ଜଣ ବିଧାୟକଙ୍କ ମଧ୍ୟରୁ 62 ଜଣ ଆମ ଆଦମୀ ପାର୍ଟିର ରହିଛନ୍ତି । ଭାରତୀୟ ଜନତା ପାର୍ଟି ନିକଟରେ କେବଳ 8ଟି ଆସନ ରହିଛି । 3ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ଲାଗି ଆମ ଆଦମୀ ପାର୍ଟି ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି । ଏଥିଲାଗି ବିଜେପି ପ୍ରାର୍ଥୀ ଦେଇନଥିଲା । ଆମ ଆଦମୀ ପାର୍ଟିର 3ଜଣ ପ୍ରାର୍ଥୀ ଜାନୁଆରୀ 8 ତାରିଖରେ ନାମାଙ୍କନ ଭରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ