ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ କିଲିଂ ବିରୋଧରେ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆପ୍ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ଦଳର ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କାଶ୍ମୀର ଘାଟିରେ ଟାର୍ଗେଟ କିଲିଂର ଶିକାର ହୋଇ କାଶ୍ମୀରର ପଣ୍ଡିତମାନଙ୍କୁ ହତ୍ୟା କରାଯିବା ସହ ଘାଟି ଛାଡ଼ି ଯିବାକୁ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଯାହାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି ଆପ୍ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କାଶ୍ମୀରେ ପଣ୍ଡିତମାନଙ୍କୁ ଖୋଜିଖୋଜି ହତ୍ୟା କରାଯାଉଛି ।
ଫଳରେ ସେମାନେ ଘରଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ପ୍ରଥମେ ୯୦ ଦଶକରେ ଏଭଳି ସ୍ଥିତି ଉପୁଜି ଥିଲା । ବର୍ତ୍ତମାନ ପୁଣି ଏହାର ପୁନରାବୃତ୍ତି ହୋଇଛି । କେଜ୍ରିୱାଲ ଆହୁରି କହିଛନ୍ତି, "ଗୃହମନ୍ତ୍ରୀ ଅମିତ ଶାହ କେବଳ ବୈଠକ କରୁଛନ୍ତି । କିନ୍ତୁ ଦେଶ କାର୍ଯ୍ୟାନୁଷ୍ଠାନ ଚାହୁଁଛି" । କାଶ୍ମୀର ପଣ୍ଡିତଙ୍କ ଆତ୍ମା ସଦଗତୀ ପାଇଁ କେଜ୍ରିୱାଲ ୨ ମିନିଟର ନୀରବ ପ୍ରାର୍ଥନା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ Target killings: ଅନ୍ୟତ୍ର ବଦଳିଲେ 177 କାଶ୍ମୀର ପଣ୍ଡିତ ଶିକ୍ଷକ
ଏହାପରେ ସେ କହିଥିଲେ, "କାଶ୍ମୀରରେ ଲୋକଙ୍କୁ ହତ୍ୟା କରାଯାଉଛି । ସେମାନଙ୍କୁ ସ୍ବର ଉତ୍ତୋଳନ କରିବାକୁ ଦିଆଯାଉ ନାହିଁ । BJP ସରକାର ସେମାନଙ୍କୁ ଘର ଭିତରେ ତାଲା ପକାଇ ଦେଇଛନ୍ତି । ପଣ୍ଡିତମାନେ ନିଜ ସୁରକ୍ଷା ବ୍ୟତୀତ ଅନ୍ୟ କିଛି ପାଇ ନାହାଁନ୍ତି । ଭାରତୀୟ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି । ଏଥିପାଇଁ ଭାରତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଅନେକ ବୈଠକ ହେଲା ବର୍ତ୍ତମାନ ଜନସାଧାରଣ ଜବାବ ଚାହୁଁଛନ୍ତି । କାଶ୍ମୀର ପଣ୍ଡିତମାନେ ବିଜେପି ସରକାରଙ୍କଠାରୁ କେବଳ ସୁରକ୍ଷା ଦାବି କରୁଛନ୍ତି" ବୋଲି କେଜ୍ରିୱାଲ କହିଛନ୍ତି ।