ETV Bharat / bharat

Monsoon session: କାଲି ଯାଏଁ ରାଜ୍ୟସଭା ମୁଲତବୀ, ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା

author img

By

Published : Jul 24, 2023, 4:31 PM IST

ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା କଲେ ବିରୋଧୀ ଦଳ କାଲି ଯାଏଁ ରାଜ୍ୟସଭା ମୁଲତବୀ । ଅଧିକ ପଢନ୍ତୁ

Monsoon session: AAP ସାଂସଦ ସଞ୍ଜୟ ସିଂ ଅଧିବେଶନରୁ ନିଲମ୍ବିତ, କାଲି ଯାଏ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗକୁ ନେଇ ଗୃହ ସରଗରମ ଥିବା ବେଳେ ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ହେଲେ ସଞ୍ଜୟଙ୍କ ନିଲମ୍ବନ ପରେ ବିରୋଧୀ ସଦସ୍ୟଙ୍କ ନାରାବାଜୀ ମଧ୍ୟରେ ଆଜି ପାଇଁ ଗୃହ କାର୍ଯ୍ୟ ମୁଲତବୀ ରଖାଯାଇଛି । ସଭାପତିଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା ଅଭିଯୋଗରେ ତାଙ୍କୁ ଗୃହର ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ଏହା ସହ ଆଜି ଗୃହକାର୍ଯ୍ୟ ସମ୍ଭବ ହୋଇନପାରିବା ଫଳରେ ବାରମ୍ବାର ରାଜ୍ୟସଭା ମୁଲତବୀ ହୋଇଥିଲା । ସାଂସଦ ସିଂଙ୍କ ନିଲମ୍ବନ ପରେ ବିରୋଧୀ ସଦସ୍ୟାମାନେ ଗୃହରେ ହଟ୍ଟଗୋଳ କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସାଂସଦ ସଞ୍ଜୟ ସିଂଙ୍କୁ ଗୃହରୁ ବାହାରକୁ ଯିବା ପାଇଁ ବାରମ୍ବାର କହିବା ସହ ଅନୁରୋଧ କରିଥିଲେ । ପରେ ଆଜି ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି ।

  • Rajya Sabha adjourned for the day after Opposition MPs protest against the suspension of AAP MP Sanjay Singh

    "I again request (AAP MP) Sanjay Singh to leave the House to let proceedings of the House continue," said Rajya Sabha Deputy Chairman Harivansh to Singh as he was present… pic.twitter.com/G8XvNEMio2

    — ANI (@ANI) July 24, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ଅଧ୍ୟାଦେଶ ବିଲ ଆସିବା ପୂର୍ବରୁ ନିଲମ୍ବିତ ହେଲେ ସଂଞ୍ଜୟ:-

ଗୋଟିଏ ପଟେ ମୋଦି ସରକାର ଜାରି କରିଥିବା ଦିଲ୍ଲୀ ପ୍ରଶାସନିକ ଅଧ୍ୟାଦେଶ ବିରୋଧରେ ଲଢେଇ ଜାରି ରଖିଛି ଆମ ଆଦମୀ ପାର୍ଟି । ଏହି ବିଲକୁ ଚଳିତ ଅଧିବେଶନରେ ସରକାର ଆଗତ କରିବାକୁ ଯାଉଛନ୍ତି । ଆମ ଆଦମୀ ପାର୍ଟି ଏହାକୁ ଉଚ୍ଚସଦନ ରାଜ୍ୟସଭାରେ ପାରିତ କରାଇନଦେବା ପାଇଁ କଂଗ୍ରେସ ସମେତ ତମାମ ବିରୋଧୀଙ୍କ ସମର୍ଥନ ମଧ୍ୟ ହାସଲ କରିସାରିଛନ୍ତି । ଏହିପରି ସମୟରେ ଦଳର ସାଂସଦ ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି ।

ମଣିପୁର ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜୀ କରିଥିଲେ ସଞ୍ଜୟ । ଗୃହ ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପୋଡିୟମର ନିକଟବର୍ତ୍ତୀ ହୋଇ ନାରାବାଜୀ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ତାଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲା । ସଞ୍ଜୟ ନାରାବାଜୀ ଜାରି ରଖିଥିବା ବେଳେ ଏହା ପୀଠ ପ୍ରତି ଅସମ୍ମାନ ବୋଲି କହିଥିଲେ ସଭାପତି ଧନଖଡ଼ । ପରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାର ଲିଡର ପିୟୁସ ଗୋଏଲ ସଂଞ୍ଜୟଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ସଭାପତି ଧନଖଡ଼ ଏହାକୁ ଅନୁମୋଦନ ଦେଇ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନରୁ ନିଲମ୍ବିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

ସଞ୍ଜୟଙ୍କ ନିଲମ୍ବନ ପରେ ରାଜ୍ୟସଭାରେ ବିରୋଧୀ ଦଳମାନେ ନାରାବାଜୀ କରିଥିଲେ । ଗୃହ ପ୍ରଥମେ 2ଟା ଓ ପରେ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପରେ ରାଜ୍ୟସଭା ଉପାଧ୍ଯକ୍ଷ ହରିବଂଶ ନାରାୟଣଙ୍କ ସିଂଙ୍କ ଅଧ୍ୟକ୍ଷତାରେ ଗୃହକାର୍ଯ୍ୟ ଆରମ୍ଭ କରାଯାଇଥିଲେ ସୁଦ୍ଧା ପ୍ରକ୍ରିୟା ସ୍ବାଭାବିକ ହୋଇପାରିନଥିଲା । ସାଂସଦ ସଞ୍ଜୟଙ୍କୁ ଗୃହରୁ ବାହାରକୁ ଯିବା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ବାରମ୍ବାର ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.