ETV Bharat / bharat

ହାତରେ ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଲେ AAP ବିଧାୟକ, ଜାଣନ୍ତୁ ପୁରା ଘଟଣା - ବିଧାୟକଙ୍କ ନୋଟ ବିଡା

ହାତରେ ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଲେ ଆମ ଆଦମୀ ପାର୍ଟି ବିଧାୟକ । କହିଲେ ହସ୍ପିଟାଲରେ ବ୍ୟାପକ ଦୁର୍ନୀତି ଚାଲିଛି । ଠିକାଦାର ଦେଇଛନ୍ତି ଲାଞ୍ଚ । ଅଭିଯୋଗ ପରେ ମଧ୍ୟ ଏଲଜି ଚୁପ । ଅଧିକ ପଢନ୍ତୁ

ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଲେ AAP ବିଧାୟକ

author img

By

Published : Jan 18, 2023, 8:55 PM IST

ହାଇଦ୍ରାବାଦ: ଉପରାଜ୍ୟପାଳ ଓ ସରକାର ମଧ୍ୟରେ ବିବାଦ ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ ରାଜନୀତିରେ ଆଉ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ହାତରେ ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଛନ୍ତି ଶାସକ ଆମ ଆଦମୀ ପାର୍ଟିର ଜଣେ ବିଧାୟକ । ତେବେ ବିଧାୟକ ଏପରି କରିବା ପଛରେ କାରଣ ମଧ୍ୟ ସେତିକି ରୋଚକ । ଆପ ବିଧାୟକ ମହିନ୍ଦର ଗୋଏଲ ହାତରେ ଏକ ଟଙ୍କା ବିଡା ଧରି ଗୃହରେ ପ୍ରବେଶ କରିଥିଲେ । ଏହି ଟଙ୍କା ତାଙ୍କୁ ଠିକାଦାରଙ୍କଠାରୁ ଲାଞ୍ଚ ଆକାରରେ ମିଳିଥିବା ନେଇ ମଧ୍ୟ ଗୃହରେ କହିଥିଲେ ।

  • AAP MLA Mohinder Goyal shows wads of currency notes in Delhi Assembly, alleges corruption in recruitment for nursing at Dr Baba Saheb Ambedkar Hospital

    "I complained to DCP, CS & LG. They(contractors) attempted to strike a deal with me. Despite complaint to DCP, no action taken" pic.twitter.com/h8mvRqkvJ9

    — ANI (@ANI) January 18, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବଶନ ଜାରି ରହିଥିବା ବେଳେ ହାତରେ ଏକ ଟଙ୍କା ବିଡା ଧରି ବିଧାନସଭାରେ ପ୍ରବେଶ କରିଥିଲେ ରିଠାଲା ବିଧାନସଭା ଆସନରୁ ଆପ ବିଧାୟକ ଥିବା ମହିନ୍ଦର ଗୋଏଲ । ବାଚସ୍ପତି ରାମନିବାସ ଗାଏଲଙ୍କ ନିକଟରେ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ । ଦିଲ୍ଲୀ ହସ୍ପିଟାଲ କାମରେ ବ୍ୟାପକ ଦୁର୍ନୀତି ହେଉଛି । କାମର ଟେଣ୍ଡର ନେଇଥିବା ଠିକାଦାରମାନେ ଠିକାରେ କର୍ମଚାରୀ ନିଯୁକ୍ତ କରୁଛନ୍ତି । ବିଭିନ୍ନ ପଦବୀ ପାଇଁ ଠିକାସଂସ୍ଥା ଆଶାୟୀଙ୍କଠାରୁ ମୋଟା ଅଙ୍କରେ ଲାଞ୍ଚ ନେଇ ଅସ୍ଥାୟୀ ନିଯୁକ୍ତି ଦେଉଛନ୍ତି । ଏହି ଘଟଣାକୁ ନେଇ ସେ ପୋଲିସ ସମେତ ଉପରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି । ହେଲେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେବେ ତାଙ୍କ ହାତରେ ଥିବା ଟଙ୍କା ବିଡା ମଧ୍ୟ ସମ୍ପୃକ୍ତ ଦୁର୍ନୀତିଖୋର ଠାକାଦାରମାନେ ତାଙ୍କୁ ଲାଞ୍ଚ ଆକାରରେ ଦେଇଥିବା ବିଧାୟକ ଗୋଏଲ ଗୃହରେ ଚିତ୍କାର କହିଥିଲେ ।

ହାତରେ ନୋଟ ବିଡା ଧରି ବିଧାନସଭାରେ ପହଞ୍ଚିଲେ AAP ବିଧାୟକ

ଦିଲ୍ଲୀରେ ବ୍ୟାପକ ଦୁର୍ନୀତି ଜାରି ରହିଥିଲେ ସୁଦ୍ଧା ଉପରାଜ୍ୟପାଳ ନୀରବଦ୍ରଷ୍ଟା ସାଜିଛନ୍ତି । ଏପରି ସମୟରେ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନସଭାର ଏକ କମିଟିକୁ ତଦନ୍ତ କରିବା ପାଇଁ ପଠାଇବାକୁ ନିବେଦନ ମଧ୍ୟ କରିଥିଲେ । ସେହିପରି ସେ ବିରୋଧୀ ବିଧାୟକଙ୍କ ସହଯୋଗ ମଧ୍ୟ ମାଗିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଏକାଧିକ ନିଷ୍ପତ୍ତିକୁ ନେଇ ଉପରାଜ୍ୟପାଳ ବିନୟ ସକ୍ସେନା ଓ କେଜ୍ରିଓ୍ବାଲ କ୍ୟାବିନେଟ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପ୍ରଶିକ୍ଷଣ ପାଇଁ ସରକାରୀ ଶିକ୍ଷକଙ୍କୁ ବିଦେଶ ପଠାଇବା ନିଷ୍ପତ୍ତିରେ ସରକାର ଓ ରାଜଭବନ ମୁହାଁମୁହିଁ ହୋଇଛନ୍ତି ।

ସ୍ବତନ୍ତ୍ର ବିଧାନସଭା ଆରମ୍ଭର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ମନ୍ତ୍ରୀ ଓ ଦଳୀୟ ବିଧାୟକମାନେ ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ପଦଯାତ୍ରା କରିଥିଲେ । ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ହସ୍ତକ୍ଷେପ କରିବା ସହ ନିୟମିତ କାମରେ ବାଧା ସୃଷ୍ଚି କରିଆସୁଥିବା ଆପ୍‌ ଅଭିଯୋଗ କରିଥିଲା । ଦିଲ୍ଲୀରେ କଣ ଉପରାଜ୍ୟପାଳ ସର୍ବେସର୍ବା, ନିର୍ବାଚିତ ସରକାର କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.