ETV Bharat / bharat

Delhi Wakf board corruption: ଆପ୍‌ ବିଧାୟକ ଆମନାତୁହ୍ଲା ଖାନ୍‌ ଗିରଫ

author img

By

Published : Sep 16, 2022, 10:04 PM IST

wakf ବୋର୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ଆପ୍‌ ବିଧାୟକ ଆମନାତୁହ୍ଲା ଖାନ୍‌ । ଆପ୍‌ ବିଧାୟକ ଓ ତାଙ୍କ ବିଜ୍‌ନେସ୍‌ ପାର୍ଟନରଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅଧିକ ପଢ଼ନ୍ତୁ

Delhi Wakf board corruption: ଆପ୍‌ ବିଧାୟକ ଆମନାତୁହ୍ଲା ଖାନ୍‌ ଗିରଫ
Delhi Wakf board corruption: ଆପ୍‌ ବିଧାୟକ ଆମନାତୁହ୍ଲା ଖାନ୍‌ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ wakf ବୋର୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ଆପ୍‌ ବିଧାୟକ ଆମନାତୁହ୍ଲା ଖାନ୍‌ । ଏହାକୁ ନେଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆପ୍‌ ବିଧାୟକ ଓ ତାଙ୍କ ବିଜ୍‌ନେସ୍‌ ପାର୍ଟନରଙ୍କ ଘରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ତାଙ୍କ ବାସଭବନ ଓ ବିଜ୍‌ନେସ୍‌ ପାର୍ଟନର ବାସଭବନରୁ ମୋଟ ୨୪ ଲକ୍ଷ ଟଙ୍କା ଓ ଦୁଇଟି ବେଆଇନ୍‌ ପିସ୍ତଲ ଜବତ ହୋଇଛି ।

ଟଙ୍କା ଓ ବେଆଇନ ଗୁଳି ପିସ୍ତଲ ଜବତ ହେବାପରେ ବିଧାୟକଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ wakf ବୋର୍ଡରେ ବେଆଇନ୍‌ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦିଲ୍ଲୀ wakf ବୋର୍ଡର ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି ବିଧାୟକ ଆମନାତୁହ୍ଲା ଖାନ୍‌ । ତାଙ୍କୁ ନେଇ ସନ୍ଦେହ ହେବାରୁ ଶୁକ୍ରବାର ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ଦୁର୍ନୀତି ନିବାରଣ ବିଭାଗ । ତା ସହିତ ତାଙ୍କ ବିଜନେସ୍‌ ପାର୍ଟନର୍‌ଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ଏହାପୂର୍ବରୁ ୨୦୨୦ରେ ଏକ ଦୁର୍ନୀତି ମାମଲାରେ ଆପ୍‌ ବିଧାୟକଙ୍କ ପଚରାଉଚରା ପାଇଁ ଡକାଇଥିଲା ଦୁର୍ନୀତି ନିବାରଣ ବିଭାଗ । ସେପ୍ଟେମ୍ବର ୧୬ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିବା ନେଇ ଖୋଦ୍‌ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଥିଲେ ଆମାନତୁହ୍ଲା ଖାନ୍‌ । ନୂଆ wakf ବୋର୍ଡ ଅଫିସ୍‌ ନିର୍ମାଣ କରିଥିବାରୁ ତାଙ୍କୁ ସମନ୍‌ କରାଯାଇଥିବା କଥା କହିଥିଲେ ।

ଏହାକ ନେଇ ଦୁର୍ନୀତି ନିବାରଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଚଢ଼ାଉ ବେଳେ ତାଙ୍କ ନିକଟରୁ ୨୪ ଲକ୍ଷ ଟଙ୍କା ଜବତ ହୋଇଛି । ତା ସହିତ ଅନେକ ଗୁଳି ଓ ଦୁଇଟି ଲାଇସେନ୍ସ ନଥିବା ପିସ୍ତଲ ଜବତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.