ETV Bharat / bharat

ମହିଳା ଓ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଗୁଜରାଟ ଆପ୍‌ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଅଟକ

ମହିଳା ଓ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ । ଗୁଜରାଟ ଆପ୍‌ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଅଟକ । ଗୁଜରାଟ ଆପ୍‌ ପ୍ରଦେଶ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଅଟକ ରଖିଲା ଦିଲ୍ଲୀ ପୋଲିସ । ଗୁରୁବାର ଜାତୀୟ ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଅଟକ ରଖା ଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Oct 13, 2022, 6:52 PM IST

aap-gujarat-chief-gopal-italia-detained-from-ncw-office-by-delhi-police
ମହିଳା ଓ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଗୁଜରାଟ ଆପ୍‌ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଅଟକ

ନୂଆଦିଲ୍ଲୀ: ଗିରଫ ହେଲେ ଗୁଜରାଟ ଆପ୍‌ ପ୍ରଦେଶ ଅଧ୍ୟକ୍ଷ ଗୋପାଲ ଇଟାଲିଆ । ଗୁରୁବାର ଜାତୀୟ ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଅଟକ ରଖା ଯାଇଛି । ମହିଳା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସଭାମଞ୍ଚରୁ ଇଟାଲିଆ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଜାତୀୟ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା ।

ବୁଧବାର ଜାତୀୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେପଟେ କାର୍ଯ୍ୟାଳୟ ବାହାରେ ଆପ୍ ସମର୍ଥକ ପହଞ୍ଚି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ନାରାବାଜି କରିଥିଲେ । ଗତ ବୁଧବାର ଠାରୁ ଗୋପାଲ ଇଟାଲିଆଙ୍କ ଏକ ବିବାଦୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୋଦିଙ୍କୁ ନେଇ କିଛି ଆପତ୍ତି ଜନକ ଶବ୍ଦର ବ୍ୟବହାର କରୁଛନ୍ତି । ସେହିଭଳି ମହିଳାଙ୍କୁ ମନ୍ଦିର ଯିବାକୁ ମଧ୍ୟ ଇଟାଲିଆ ବାରଣ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ ବିବାଦରେ AAP ନେତା ଗୋପାଲ ଇଟାଲିଆ, ମହିଳାଙ୍କୁ ମନ୍ଦିର ନଯିବାକୁ ଦେଲେ ପରାମର୍ଶ

ଏଭଳି ଭିଡିଓ ଭାଇରାଲ୍‌ ହେବାପରେ ଗୁଜରାଟ ରାଜନୀତି ସରଗରମ ରହିଛି । ସେପେଟ ପୁରୁଣା ଭିଡିଓ ଭାଇରାଲ କରି ବିଜେପି ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ବୋଲି ଆପ୍‌ ନେତା ଅଭିଯୋଗ କରିଛନ୍ତି । ଗୋପାଲ ଇଟାଲିଆ ଏକ ଗରିବ ପରିବାରରୁ ଆସିଛନ୍ତି । ତା ସହିତ ସେ ପଟିଦାର ସମାଜରୁ ଆସୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛି ଆପ୍‌ ।

ଗୋପାଲ ଇଟାଲିଆଙ୍କ ଏଭଳି ବୟାନବାଜୀ ପରେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି ଗୁଜରାଟର ନେତାଏ । ଗୋପାଲ ଇଟାଲିଆ କହିଛନ୍ତି, "ହେ ମାଆ, ହେ ଦେବୀ ପ୍ରବଚନ ଓ ମନ୍ଦିର ଯାଇ କିଛି ଲାଭ ନାହିଁ । ଏହା କେବଳ ସମୟର ଅପଚୟ । ଏସବୁ ଶୋଷଣ କେନ୍ଦ୍ର । ଯଦି ଆପଣଙ୍କୁ ଅଧିକାର ଦରକାର ତେବେ ଏହି ଦେଶରେ ଶାସନ କରିବାକୁ ହେବ । ସମସ୍ତଙ୍କ ପାଇଁ ସମାନ ଅଧିକାର ଦେବାକୁ ହେବ । ସମାନ ଅଧିକାର ଯଦି ଦରକାର ମନ୍ଦିର ଯାଇ ନାଚଗୀତ ବନ୍ଦ କରି ଶିକ୍ଷା ଗ୍ରହଣ କରନ୍ତୁ ।"

ଏହାକୁ ନେଇ ବିଜେପି ମୁଖପାତ୍ର ତୀବ୍ର ପ୍ରତକ୍ରିୟା ଦେଇଛନ୍ତି । ତା ସହ ବିଜେପି ଆଇଟି ସେଲ୍‌ର ପ୍ରଭାରୀ ଅମିତ ମାଲବିୟା କହିଛନ୍ତି, ଆପ୍‌ ନେତା ଗୋପାଲ ଇଟାଲିଆ ମହିଳାଙ୍କ ସାମ୍ନାରେ ଅଭଦ୍ର ଭାଷାର ପ୍ରୟୋଗ କରିଛନ୍ତି । ଏଥିପାଇଁ ତାଙ୍କୁ ଆପ୍‌ ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିୱାଲ ସାହାସ ଦେଉଛନ୍ତି । ସେ ମହିଳାଙ୍କୁ କହୁଛନ୍ତି ପ୍ରବଚନ ଶୁଣିବାକୁ ଯାଆନ୍ତୁ ନାହିଁ, ମନ୍ଦିର ଯାଆନ୍ତୁ ନାହିଁ । ଏହା ସମୟର ଅପଚୟ । ଏଠାରେ ସମୟର ଅପଚୟ ହୋଇଥାଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.