ETV Bharat / bharat

କଂଗ୍ରେସ-AAP ମୁହାଁମୁହିଁ, ମୁମ୍ବାଇ INDIA ମେଣ୍ଟ ବୈଠକ ବର୍ଜନ କରିବେ କେଜ୍ରିଓ୍ବାଲ !

author img

By

Published : Aug 16, 2023, 10:57 PM IST

ଦିଲ୍ଲୀର ସମସ୍ତ 7 ସଂସଦୀୟ ଆସନରେ କଂଗ୍ରେସ ଏକକୀ ଲଢିବାକୁ ଚାହୁଁଥିବା ଚର୍ଚ୍ଚା । କଂଗ୍ରେସ-AAP ମୁହାଁମୁହିଁ, ମୁମ୍ବାଇ INDIA ମେଣ୍ଟ ବୈଠକ ବର୍ଜନ କରିବପାରନ୍ତି କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

କଂଗ୍ରେସ-AAP ମୁହାଁମୁହିଁ, ମୁମ୍ବାଇ INDIA ମେଣ୍ଟ ବୈଠକ ବର୍ଜନ କରିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ନେତୃତ୍ବାଧୀନ NDA ମେଣ୍ଟ ସରକାରର ବିକଳ୍ପ ହେବା ପାଇଁ ଅଣ୍ଟା ଭିଡିଥିବା ‘INDIA’ ମେଣ୍ଟରେ ଆରମ୍ଭରୁ ଦେଖାଗଲାଣି ଆସନ ବୁଝାମଣାର ବିବାଦ । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟ ବିରୋଧୀ ଦଳ ତଥା ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ଓ ଦିଲ୍ଲୀର ଶାସନରେ ଥିବା କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି (AAP)।

  • #WATCH | On attending INDIA alliance meeting, AAP spokesperson Priyanka Kakkar says "...If they (Congress) don't want to form an alliance in Delhi, then it makes no sense to go for INDIA alliance, it is a waste of time. The party's top leadership will decide whether or not to… pic.twitter.com/gLv4mg4dRf

    — ANI (@ANI) August 16, 2023 " class="align-text-top noRightClick twitterSection" data=" ">

ଆଜି (ବୁଧବାର) ଦିଲ୍ଲୀରେ ପ୍ରଦେଶ କଂଗ୍ରେସ ନେତାମାନେ ଦଳର ହାଇକମାଣ୍ଡ ମଲ୍ଲାକାର୍ଜୁନ ଖଡଗେଙ୍କୁ ଭେଟି ଆଲୋଚନା କରିଛନ୍ତି । କୁହାଯାଉଛି ଯେ, ଆସନ୍ତା ଲୋକସଭା ନିର୍ବାଚନ (2024)ରେ ଦିଲ୍ଲୀର ​​ସମସ୍ତ 7ଟି ସଂସଦୀୟ ଆସନରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଲଢାଇବାକୁ ଚାହୁଁଛି । ଏହାକୁ ନେଇ ଶାସନରେ ଥିବା ଆମ ଆଦମୀ ପାର୍ଟି କ୍ଷୁବ୍ଧ ହୋଇଛି । କଂଗ୍ରେସ ଆସନ ବୁଝମାଣ ନକରି ଏକାକୀ ସମସ୍ତ ଆସନରେ ଲଢିଲେ, AAP ‘ଇଣ୍ଡିଆ’ ମେଣ୍ଟରୁ ଓହରି ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି । ଏପରିକି ମୁମ୍ବାଇରେ ହେବାକୁ ଥିବା ମେଣ୍ଟ ବୈଠକକୁ କେଜ୍ରିଓ୍ବାଲ ବର୍ଜନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

  • #WATCH | AAP Minister Saurabh Bhardwaj on Congress to contest on all 7 Lok Sabha seats in Delhi and possible alliance with Congress

    "...Our central leadership will decide this...Our political affairs committee and INDIA parties will sit together and discuss this (poll alliance)" pic.twitter.com/FjH7VuXPFV

    — ANI (@ANI) August 16, 2023 " class="align-text-top noRightClick twitterSection" data="

#WATCH | AAP Minister Saurabh Bhardwaj on Congress to contest on all 7 Lok Sabha seats in Delhi and possible alliance with Congress

"...Our central leadership will decide this...Our political affairs committee and INDIA parties will sit together and discuss this (poll alliance)" pic.twitter.com/FjH7VuXPFV

— ANI (@ANI) August 16, 2023 ">

କଂଗ୍ରେସ ଏପରି ଆଭିମୁଖ୍ୟର ଆଭାସ ମିଳିବା ପରେ AAP କହିଛି, ଯଦି କଂଗ୍ରେସ ଦିଲ୍ଲୀରେ ଏକାଠି ନିର୍ବାଚନ ଲଢିବ ନାହିଁ, ତେବେ ଇଣ୍ଡିଆ ମେଣ୍ଟ ନିରର୍ଥକ । ଦଳୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମିଳିତ ମଞ୍ଚ ଆସନ ବୁଝମଣା ସମ୍ପର୍କରେ ମେଣ୍ଟର ବରିଷ୍ଠ ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କିନ୍ତୁ ଯେତେବେଳେ କଂଗ୍ରେସ ଏକାକୀ ଲଢିବାର ନିଷ୍ପତ୍ତିକୁ ଠିକ ବୋଲି ଭାବୁଛି, ସେତେବେଳେ ଆମ୍ ଆଦମୀ ପାର୍ଟିରେ ମେଣ୍ଟରେ ରହିବାର କୌଣସି ଅର୍ଥ ନାହିଁ ।

ବିରୋଧୀ ମେଣ୍ଟର ତୃତୀୟ ବୈଠକ ଆସନ୍ତା 31 ତାରିଖରେ ଓ ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । କଂଗ୍ରେସ ଯଦି ଏହି ଏକାକୀ ଲଢିବାର ନିଷ୍ପତ୍ତିରେ ଅଟଳ ରହେ, ତେବେ ଆମ ଆଦମୀ ପାର୍ଟି ମଧ୍ୟ ନିଜ ମେଣ୍ଟରେ ଅଂଶଗ୍ରହଣ ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ । ଏପରିକି ଏହି ବୈଠକକୁ ଅରବିନ୍ଦ କେଜ୍ରିଓ୍ବାଲ ବର୍ଜନ ମଧ୍ୟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ବେଙ୍ଗାଲୁରୁରେ ହୋଇଥିବା ମେଣ୍ଟ ବୈଠକରେ କଂଗ୍ରେସ ଓ ଆପ୍ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ମାମଲାର ସମାଧାନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-Sharad Pawar On Congress Claim: ‘ମୁଁ ପରିବାରର ମୁଖିଆ, ଅଜିତକୁ ସାକ୍ଷାତ କରିବାରେ ଅସୁବିଧା ନାହିଁ’

ଏଥିରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଂଶଗ୍ରହଣ ଶେଷ ପର୍ଯ୍ୟନ୍ତ ସନ୍ଦେହରେ ଥିଲା । ହେଲେ ଶେଷ ପର୍ଯ୍ୟାୟରେ କଂଗ୍ରେସ ଏହି କେନ୍ଦ୍ରୀୟ ଅଧ୍ୟାଦେଶ ବିଲକୁ ସଂସଦରେ ବିରୋଧ କରିବା ନେଇ ଘୋଷଣା କରିବା ପରେ ବେଙ୍ଗାଲୁରୁ ସମ୍ମିଳନୀରେ କେଜ୍ରିଓ୍ବାଲଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରୟାସ ସତ୍ତ୍ବେ ମଧ୍ଯ ସଂସଦରେ ଏହାକୁ କେନ୍ଦ୍ର ସରକାର ପାରିତ କରିବାରେ ସଫଳ ହୋଇଥିଲେ । ଏବେ ପୁଣି ଆସନ ବୁଝମାଣ କ୍ଷେତ୍ରରେ ଏହି ମତଭେଦ ଆରମ୍ଭ ହେଲାଣି । କଂଗ୍ରେସ ଯଦି ଏକାକୀ ଲଢିବାର ନିଷ୍ପତ୍ତି ବଳବତ୍ତର ରଖେ, ତେବେ କେଜ୍ରିଓ୍ବାଲ ପୁଣି ମେଣ୍ଟରୁ ଓହରିବା ମୁଦ୍ରାକୁ ଆସିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.