ହାଇଦ୍ରାବାଦ: ଦିଲ୍ଲୀ ନଗର ନିଗମ ନିର୍ବାଚନରେ (MCD POLL RESULT) ବିଜୟୀ ହୋଇଛନ୍ତି ଆପ ଆଦମୀ ପାର୍ଟିର ଚର୍ଚ୍ଚିତ କିନ୍ନର ପ୍ରାର୍ଥୀ ବବି କିନ୍ନର (Popular transgender candidate Bobby Kinnar won) । 38 ବର୍ଷୀୟା ବବି ସୁଲତାନପୁରୀର 43 ନମ୍ବର ଓ୍ବାର୍ଡରୁ ନିର୍ବାଚନ ଲଢି କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ବବି 2017 ରେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଚଳିତ ଥର ପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ବବିଙ୍କୁ ଟିକେଟ ଦେଇ AAP ମଧ୍ୟ ଚର୍ଚ୍ଚାରେ ଥିଲା ।
-
Bobi, the AAP candidate from Sultanpuri-A ward, wins. For the first time, MCD to have a member of the transgender community. #DelhiMCDElectionResults2022 pic.twitter.com/FfbE9g4Im1
— ANI (@ANI) December 7, 2022 " class="align-text-top noRightClick twitterSection" data="
">Bobi, the AAP candidate from Sultanpuri-A ward, wins. For the first time, MCD to have a member of the transgender community. #DelhiMCDElectionResults2022 pic.twitter.com/FfbE9g4Im1
— ANI (@ANI) December 7, 2022Bobi, the AAP candidate from Sultanpuri-A ward, wins. For the first time, MCD to have a member of the transgender community. #DelhiMCDElectionResults2022 pic.twitter.com/FfbE9g4Im1
— ANI (@ANI) December 7, 2022
ବବି ଦିଲ୍ଲୀ ରାଜନୀତିରେ ସକ୍ରିୟ ଭାବେ ପ୍ରବେଶ କରିବାରେ ପ୍ରଥମ କିନ୍ନର ବୋଲି କୁହାଯାଉଛି । ପୂର୍ବରୁ ସେ ‘‘ହିନ୍ଦୁ ଏକତା ସମାଜ ଆବାମ ଆତଙ୍କବାଦୀ ନିରୋଧୀ ସମିତି’’ ର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଚଳିତ ଥର ନିର୍ବାଚନରେ AAP ତାଙ୍କୁ ସୁଲତାନପୁରୀର 43 ନମ୍ବର ସଂରକ୍ଷିତ ଓ୍ବାର୍ଡରୁ ପ୍ରାର୍ଥୀ କରିଥିଲା । ଟିକେଟ ପାଇବା ପରେ ସେ ଚର୍ଚ୍ଚାର ପରିଧିରେ ରହି ଆସିଥିଲେ ।
ନିର୍ବାଚନରେ ଜିତିବା ପରେ ବବି କହିଛନ୍ତି, ସେ ଏକ ସାଧାରଣ ପରିବାରୁ ଆସିଛନ୍ତି । ତେଣୁ ତାଙ୍କ ପାଖରେ ନିର୍ବାଚନ ଲଢିବା ପାଇଁ ଅର୍ଥ ନଥିଲା । ଜନତାଙ୍କ ଇଚ୍ଛାରେ ସେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କ ପାଇଁ ଜନତା ହିଁ ନିର୍ବାଚନ ଲଢିଛନ୍ତି ଓ ତାଙ୍କୁ ବିଜୟୀ କରାଇଛନ୍ତି । ନିଜ ଓ୍ବାର୍ଡର ପରିଚ୍ଛନ୍ନତା ଉପରେ କାର୍ଯ୍ୟ କରିବା ତାଙ୍କର ପ୍ରାଥମିକତା ହେବା ନେଇ ମଧ୍ୟ ବବି କହିଛନ୍ତି ।
ଚଳିତ ନିର୍ବାଚନର ଫଳାଫଳରେ ଦୀର୍ଘ 15 ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ବେଦଖଲ କରି କ୍ଷମତା ହାତେଇଛି ଆମ ଆଦମୀ ପାର୍ଟି । ଏହି ସଫଳତା ପାଇଁ ଦଳ ମୁଖ୍ୟ କେଜ୍ରିଓ୍ବାଲ ସମସ୍ତ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଫଳାଫଳ ସମଗ୍ର ଦେଶ ପାଇଁ ଏକ ବାର୍ତ୍ତା ବୋଲି ମଧ୍ୟ ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ