ETV Bharat / bharat

କେନ୍ଦ୍ର ନିକଟରେ ମୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରୀ ଭତ୍ତା ଦେବାକୁ ଦାବି କଲା AAP

author img

By

Published : Aug 8, 2022, 7:51 PM IST

ମାଗଣା ଯୋଜନାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିଓ୍ବାଲ । କହିଲେ ସ୍ବାସ୍ଥ୍ୟ ଓ ଶିକ୍ଷା ପରି କ୍ଷେତ୍ରରେ ମାଗଣା ଯୋଜନାକୁ ରାବିଡି ପରମ୍ପରା କହୁଥିବା ବ୍ୟକ୍ତି ଦେଶଦ୍ରୋହୀ । କେନ୍ଦ୍ର ସରକାର ଘୋଷଣା କରନ୍ତୁ ମୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ବେକାରୀ ଭତ୍ତା । ଅଧିକ ପଢନ୍ତୁ

କେନ୍ଦ୍ର ନିକଟରେ ମୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରୀ ଭତ୍ତା ଦେବାକୁ ଦାବି କଲେ AAP

ନୂଆଦିଲ୍ଲୀ: ମାଗଣା ଯୋଜନା ପାଇଁ ବିଜେପି ଦ୍ବାରା ସମାଲୋଚିତ ହେଉଥିବା ଆମ ଆଦମୀ ପାର୍ଟି (AAP) ମୁଖ୍ୟ ତଥା ଦିଲ୍ଲୀ ମଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ନିକଟରେ ଭିନ୍ନ ଦାବି କରିଥିବା ଦେଖିବାକୁ ମିଳିଛି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ଓ ବେକାରୀ ଭତ୍ତା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି କେଜ୍ରିଓ୍ବାଲ ।

କେଜ୍ରିଓ୍ବାଲ କହିଛନ୍ତି, ‘‘ଦେଶରେ କିଛି ରାଜନୈତିକ ଦଳଙ୍କ ଦ୍ବାରା ମାଗଣା ବଣ୍ଟନ କରାଯାଉଛି ବୋଲି ବିଜେପି ଏକ ଚର୍ଚ୍ଚା ସୃଷ୍ଟି କରିବାରେ ଲାଗିଛି । ତେବେ ସେମାନେ (ବିଜେପି) ହିଁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ତଥା ଶିଳ୍ପପତିଙ୍କର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଏହି ସୁବିଧା ପାଇଥିବା ବ୍ୟକ୍ତଙ୍କ ମଧ୍ୟରେ କିଛି ସେମାନଙ୍କ କିଛି ଘନିଷ୍ଠ ବନ୍ଧୁ ମଧ୍ୟ ରହିଛନ୍ତି । ସେ ସମ୍ପର୍କରେ କେହି ଆପତ୍ତି ଉଠାଉନାହାନ୍ତି ।’’

‘‘ଆମେ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛନ୍ତି । ଏହି ଅବସରରେ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛି, ଦେଶରେ ଗୁଣାତ୍ମକ ତଥା ଦେୟମୁକ୍ତ ଶିକ୍ଷା, ଉନ୍ନତ ମାଗଣା ସ୍ବାସ୍ଥ୍ୟସେବା, ୩ଶହ ୟୁନିଟ ଫ୍ରୀ ବିଜୁଳି, ଦେଶରେ ବେରୋଜଗାର ଥିବା ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ।’’ ମାଗଣା ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରଦାନକୁ ଯେଉଁମାନେ ରାବିଡି ପରମ୍ପରା ବୋଲି କହି ସମାଲୋଚନା କରୁଛନ୍ତି, ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ବୋଲି ମଧ୍ୟ କେଜ୍ରିଓ୍ବାଲ କହିବାକୁ ପଛାଇନାହାନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ରାବିଡି ପରମ୍ପରା କଥା କହି ପରୋକ୍ଷରେ କିଛି ରାଜ୍ୟ ସରକାର ଓ ରାଜନୈତିକ ଦଳଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କିଛି ରାଜନୈତିକ ଦଳଙ୍କ ଏପରି ଲୋଭନୀୟ ତଥା ମାଗଣା ଉପହାର ବଣ୍ଟନ ଘୋଷଣା ଦେଶକୁ ଆର୍ଥିକ ଭାବେ ଦୁର୍ବଳ କରିବା ସହ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଅପପରମ୍ପରା ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଏହା ପରେ ସିଧାସଳଖ କେଜ୍ରିଓ୍ବାଲ ମଧ୍ୟ ଟ୍ବିଟ କରି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ପରୋକ୍ଷ ଟାର୍ଗେଟ କରିଥିଲେ ।

ଚଳିତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ ଗୃହ ରାଜ୍ୟ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେଥିରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଯାଉଛି ଆପ୍‌ । ଦଳ ସେଠାରେ ମଧ୍ୟ ନିଜ ପୂର୍ବ ଫଣ୍ଡା କାର୍ଯ୍ୟକାରୀ କରିବାକୁ ଯାଉଛି । ଦଳ ଯଦି କ୍ଷମତାକୁ ଆସେ ସେଠାରେ ମାଗଣା ବିଜୁଳି ଓ ବେକାରୀ ଭତ୍ତା ପ୍ରଦାନ କରିବାକୁ ପ୍ରାଥମିକତା ଦେବା ନେଇ ପ୍ରତିଷ୍ଠାତା ମୁଖ୍ୟ କେଜ୍ରିଓ୍ବାଲ ଘୋଷଣା କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.