ETV Bharat / bharat

ପଞ୍ଜାବରେ ଆପ କାଉନସିଲରଙ୍କୁ ଗୁଳିକରି ହତ୍ୟା - ପଞ୍ଜାବରେ ଆପ କାଉନସିଲରଙ୍କୁ ଗୁଳିକରି ହତ୍ୟା

ପଞ୍ଜାବରେ ଆପ କାଉନସିଲର ମହମ୍ମଦ ଅକବର ଭୋଲିଙ୍କୁ ଗୁଳିକରି ହତ୍ୟା । ତିନି ବର୍ଷ ପୂର୍ବେ ତାଙ୍କ ବଡ଼ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ପ୍ରଶାସନର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

AAP councilor shot dead in Malerkotla punjab
ପଞ୍ଜାବରେ ଆପ କାଉନସିଲରଙ୍କୁ ଗୁଳିକରି ହତ୍ୟା
author img

By

Published : Jul 31, 2022, 1:53 PM IST

ଚଣ୍ଡିଗଡ଼: ପଞ୍ଜାବରେ ଗ୍ୟାଙ୍ଗଷ୍ଟାର ଉତ୍ପାତ ଥମିନଥିବାବେଳେ ଲୋକଙ୍କ ମଧ୍ୟରେ ପାରସ୍ପରିକ କଳହରୁ ଦିନରାତି ଘଟୁଥିବା ହତ୍ୟାକାଣ୍ଡ ଆଉ ଏକ ଚିନ୍ତାର ବିଷୟ ପାଲଟିଛି । ମଲେରକୋଟଲା ଜିଲ୍ଲାରେ ଏଭଳି କିଛି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରବିବାର ସକାଳେ ମଲେରକୋଟଲାର ୱାର୍ଡ ନଂ 18ର ଆପ କାଉନସିଲରଙ୍କୁ (AAP Councilor shot dead) ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାରୀଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ସେପଟେ ଏଭଳି ଘଟଣା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଆମ ଆଦମୀ ପାର୍ଟି କାଉନସିଲର ମହମ୍ମଦ ଅକବର ଭୋଲି ଜିମରେ ବ୍ୟାୟାମ କରୁଥିଲେ। ଏହିସମୟରେ ଦୁଇ ଦୁର୍ବୃତ୍ତ ଆସି ଗୁଳିକରି ହତ୍ୟା କରିଥିଲେ । ଏହାପରେ ମହମ୍ମଦ ଅକବରଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି । ଗତ ତିନି ବର୍ଷ ପୂର୍ବେ ମହମ୍ମଦ ଅକବରଙ୍କ ବଡ଼ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଥିଲା। ଏବେ ମହମ୍ମଦ ଅକବରଙ୍କ ହତ୍ୟା ପରେ ପୋଲିସ ପାଇଁ ହତ୍ୟାକାରୀକୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.