ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ଏକ ମାସ ପୂର୍ତ୍ତି ଅବସରରେ ପଞ୍ଜାବରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ । ପଞ୍ଜାବର ପ୍ରତ୍ୟେକ ପରିବାରକୁ ପ୍ରତି ମାସ 3ଶହ ଯୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମାନ ଆଜି ଘୋଷଣା କରିଛନ୍ତି ।
-
30 days Report Card of Punjab Government under the leadership of Chief Minister @BhagwantMann. Now the people of Punjab will get 300 units of free electricity from July 1. pic.twitter.com/cvAgwueHM7
— CMO Punjab (@CMOPb) April 16, 2022 " class="align-text-top noRightClick twitterSection" data="
">30 days Report Card of Punjab Government under the leadership of Chief Minister @BhagwantMann. Now the people of Punjab will get 300 units of free electricity from July 1. pic.twitter.com/cvAgwueHM7
— CMO Punjab (@CMOPb) April 16, 202230 days Report Card of Punjab Government under the leadership of Chief Minister @BhagwantMann. Now the people of Punjab will get 300 units of free electricity from July 1. pic.twitter.com/cvAgwueHM7
— CMO Punjab (@CMOPb) April 16, 2022
ରାଜ୍ୟରେ ବର୍ତ୍ତମାନ ଅନୁସୂଚୀତ ଜାତି, ପଛୁଆ ବର୍ଗ, ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ବର୍ଗ ଓ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର 200 ୟୁନିଟ ଦେୟମୁକ୍ତ ବିଜୁଳି ପାଉଛନ୍ତି । ତେବେ ଏଣିକି 100 ୟୁନିଟ ଅଧିକ ଅର୍ଥାତ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରିପାରିବେ । ଯଦି ସେମାନଙ୍କ ବ୍ୟବହାର ପରିମାଣ 2 ମାସରେ 6ଶହ ୟୁନିଟରୁ ଅଧିକ ହୁଏ କେବଳ ଅତିରିକ୍ତ ୟୁନିଟ ପାଇଁ ଏହି ତାଲିକାଭୂକ୍ତ ବର୍ଗଙ୍କୁ ଦେୟ ଦେବାକୁ ପଡିବ ବୋଲି ନୂଆ ଘୋଷଣାରେ କୁହାଯାଇଛି ।
ସେହିପରି ଏହି ବିଶେଷ ବର୍ଗକୁ ଛାଡି ଯଦି ଅନ୍ୟ ସାଧାରଣ ପରିବାର 2 ମାସରେ 6ଶହ ୟୁନିଟରୁ ଅଧିକ ପରିମାଣର ବିଜୁଳି ବ୍ୟବହାର କରୁଛନ୍ତି, ତାହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ ଭରଣା କରିବାକୁ ପଡିବ । ସେହିପରି ବ୍ୟବସାୟ ଓ ଶିଳ୍ପ ପାଇଁ ମଧ୍ୟ ବିଜୁଳି ଦରରେ ସରକାର କୌଣସି ବୃଦ୍ଧି କରିବେ ନାହିଁ କହିବା ସହ କୃଷକ ସମ୍ପ୍ରଦାୟ ପାଇଁ ମାଗଣା ବିଜୁଳି ଯୋଗାଣ ଜାରି ରହିବା ନେଇ ମୁଖ୍ୟମନ୍ତ୍ରୀ ମାନ ସ୍ପଷ୍ଟ କରିଛନ୍ତି ।
ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଆଜି ଏକ ମାସ ପୂର୍ତ୍ତି ହେଉଛି । ଦାୟିତ୍ବ ଗ୍ରହଣର ଏକମାସ ମଧ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି ମାନ ସରକାର । ପଞ୍ଜାବ ସରକାରଙ୍କ ଏପରି ନିଷ୍ପତ୍ତିକୁ କିନ୍ତୁ ବିରୋଧୀ କଂଗ୍ରେସ ଉପହାସ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ