ETV Bharat / bharat

'ମୋ ଭିଜନଙ୍କୁ AAP ଚିହ୍ନିଛି', ସିଦ୍ଧୁଙ୍କ ବୟାନ ବଢାଇଲା ପଞ୍ଜାବ ରାଜନୀତିର ତାତି - ପଞ୍ଜାବ ରାଜନୀତି

ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ସମ୍ପର୍କରେ ବଢିଚାଲିଛି ତିକ୍ତତା । ଏହାରି ମଧ୍ୟରେ ସିଦ୍ଧୁଙ୍କ ଏକ ବୟାନ ବଢାଇଦେଇଛି ପଞ୍ଜାବ ରାଜନୀତିର ପାରଦ । ଅଧିକ ପଢନ୍ତୁ...

'ମୋ ଭିଜନଙ୍କୁ AAP  ଚିହ୍ନିଛି', ସିଦ୍ଧୁଙ୍କ ବୟାନ ବଢାଇଲା ପଞ୍ଜାବ ରାଜନୀତିର ତାତି

author img

By

Published : Jul 13, 2021, 4:38 PM IST

ଚଣ୍ଡିଗଡ: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ସମ୍ପର୍କରେ ବଢିଚାଲିଛି ତିକ୍ତତା । ଏହାରି ମଧ୍ୟରେ ସିଦ୍ଧୁଙ୍କ ଏକ ବୟାନ ବଢାଇଦେଇଛି ପଞ୍ଜାବ ରାଜନୀତିର ପାରଦ ।

ସିଦ୍ଧୁ ନିଜ ବୟାନରେ କହିଛନ୍ତି, ବିରୋଧୀ AAP ସବୁବେବେଳେ ପଞ୍ଜାବ ପାଇଁ ମୋ ଭିଜନ ଓ କାମକୁ ଚିହ୍ନିଆସିଛି । ପଞ୍ଜାବ ସରକାରଙ୍କ ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ସୋସିଆଲ ମିଡିଆରେ ଆମ ଆଦମୀ ପାର୍ଟି ସାଂସଦ ଭଗବନ୍ତ ମାନଙ୍କୁ ଜବାବ ଦେଇ ଆପ୍‌ର ପ୍ରଶଂସା କରିଛନ୍ତି ।

ଗତ କିଛି ଦିନରୁ କ୍ୟାପ୍ଟେନ ଅମରିନ୍ଦର ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ରାଜନୈତିକ ଟଣାଓଟରା ଜାରି ରହିଛି । କଂଗ୍ରେସ ଓ ପଞ୍ଜାବ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦ ଚାହୁଁଛନ୍ତି ସିଦ୍ଧୁ । ହେଲେ ଅମରିନ୍ଦର ସିଦ୍ଧୁଙ୍କୁ ନା କ୍ୟାବିନେଟରେ ସାମିଲ କରୁଛନ୍ତି ନା ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦେବାକୁ ଚାହୁଁଛନ୍ତି ।

କ୍ୟାପ୍ଟେନ ଓ ସିଦ୍ଧୁଙ୍କ ମଧ୍ୟରେ ଏହି ଲଢେଇ ଦିଲ୍ଲୀ ହାଇକମାଣ୍ଡଙ୍କ ପାଖରେ ପହଁଞ୍ଚିସାରିଛି । ଏହାପରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତିନି ଜଣିଆ କମିଟି ଗଠନ କରି ବିବାଦର ସମାଧାନ ପାଇଁ ପ୍ରୟାସ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.