ETV Bharat / bharat

UIDAIର ନୂଆ ନିୟମ, ସରକାରୀ ଯୋଜନା ଓ ସବସିଡି ପାଇଁ ବାଧ୍ୟତାମୂଳକ ଆଧାର ନମ୍ବର

author img

By

Published : Aug 17, 2022, 7:18 AM IST

ପୁଣି ବଢିଲା ଆଧାରର ଗୁରୁତ୍ବ । ସରକାରୀ ଯୋଜନା ଓ ସବସିଡ ପାଇଁ ବାଧ୍ୟତାମୂଳକ ହେଲା ଆଧାର । କେନ୍ଦ୍ର ଓ ରାଜ୍ୟକୁ ଚିଠି ଲେଖି ନୂଆ ନିୟମ ସମ୍ପର୍କରେ ଅବଗତ କଲା UIDAI । ଅଧିକ ପଢନ୍ତୁ

UIDAI ର ନୂଆ ନିୟମ, ସରକାରୀ ଯୋଜନା ପାଇଁ ବାଧ୍ୟତାମୂଳକ ଆଧାର ନମ୍ବର

ନୂଆଦିଲ୍ଲୀ: ଆଧାର ନମ୍ବରକୁ ପୁଣି ବଡ ନିୟମ ଲାଗୁ କରିଛି UIDAI । ଏଣିକି ଯେକୌଣସି ସରକାରୀ ଯୋଜନା ଓ ସବସିଡିର ଲାଭ ପାଇବାକୁ ଥିବା କୌଣସି ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଧାର ନମ୍ବର । ଯଦି ସମ୍ପୃକ୍ତ ହିତାଧିକାରୀଙ୍କ ନିକଟରେ ଆଧାର ନମ୍ବର କିମ୍ବା ଏନରୋଲମେଣ୍ଟ ସ୍ଲିପ ନାହିଁ ତେବେ ସେ ଏହି ସରକାରୀ ଲାଭ ବା ସବସିଡି ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ନହେବା ନେଇ ନିୟମ ଜାରି କରିଛି UIDAI । ଏନେଇ ଗତ ସପ୍ତାହରେ UIDAI କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରିଛି ।

ଅଗଷ୍ଟ 11ରେ ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ, ଆଧାର ନମ୍ବର ବ୍ୟବହାରକୁ ଆହୁରି ଦୃଢ କରିବା ପାଇଁ କୁହଯାଇଛି । ଆଧାର ନମ୍ବର ନଥିଲେ ହିତାଧିକାରୀଙ୍କ ସରକାରୀ ଯୋଜନାରେ ମିଳୁଥିବା ଲାଭ ଓ ସବସିଡ ପାଇଁ ଯୋଗ୍ୟ ବୋଲି ବିଚାରକୁ ନିଆ ଯାଇପାରିବ ନାହିଁ ବୋଲି ଉଲ୍ଲେଖ ରହିଛି । ବର୍ତ୍ତମାନ ଦେଶରେ ପ୍ରାୟ 99 ପ୍ରତିଶତ ପ୍ରାପ୍ତ ବୟସ୍କଙ୍କ ନିକଟରେ ଆଧାର ନମ୍ବର ରହିଛି । ତେଣୁ ଏପରି ନିୟମ ସେମାନଙ୍କ କ୍ଷେତ୍ରରେ ବେଶି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପ୍ରାଧିକରଣ କହିଛି ।

ଯେଉଁମାନଙ୍କର ଆଧାର କାର୍ଡ ବର୍ତ୍ତମାନ ସୁଦ୍ଧା ମଧ୍ୟ ହସ୍ତଗତ ହୋଇନି, ସେମାନେ ତୁରନ୍ତ ଆଧାର ଆବେଦନ କରିପାରିବେ । ଆଧାର କାର୍ଡ ପ୍ରସ୍ତୁତ ହୋଇ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ମିଳିଥିବା ଏନରୋଲମେଣ୍ଟ ନମ୍ବର (Aadhaar Enrolment Identification (EID) ମଧ୍ୟ ଅସ୍ଥାୟୀ ଭାବେ ବୈଧ ପ୍ରମାଣପତ୍ର ବୋଲି ଗ୍ରହଣ କରାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.