ETV Bharat / bharat

ଜନ୍ମଦିନ ପାଳନ ବେଳେ ହୋଟେଲ ଛାତରୁ ଖସିପଡିଲେ ଯୁବକ

author img

By

Published : Dec 25, 2022, 10:42 PM IST

ଜନ୍ମଦିନ ପାଳନ ବେଳେ ଘଟିଲା ଅଘଟଣ । ହୋଟେଲ ଛାତ ଉପରୁ ଖସି ପଡିଲେ ଯୁବକ । ଏଭଳି ଘଟଣା ଉତ୍ତରପ୍ରଦେଶ ସରୋଜିନୀନଗରରେ ଘଟିଛି (Young man fell from hotel roof) । ଅଧିକ ପଢନ୍ତୁ

Young man fell from hotel roo
Young man fell from hotel roo

ଲକ୍ଷ୍ନୌ: ଜନ୍ମଦିନ ଲାଗି ହୋଟେଲକୁ ଯାଇ ସେଲିବ୍ରେସନ କରୁଥିଲେ ଯୁବକ । ମାତ୍ର କ୍ଷଣିକ ମଧ୍ୟରେ ତାଙ୍କର ଖୁସି ଦୁଃଖରେ ପରିଣତ ହୋଇଛି । ସେଲିବ୍ରେସନରେ ବ୍ୟସ୍ତ ଥିବା ବେଳେ ହଠାତ ହୋଟେଲରୁ ଖସି ପଡିବା ଯୋଗୁଁ ଯୁବକ ଗୁରୁତର ହୋଇପଡ଼ିଛନ୍ତି (Young man fell from hotel roof while celebrating Birthday) । ଉତ୍ତରପ୍ରଦେଶ ସରୋଜିନୀ ନଗର ଥାନା କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଯୁବକ ଜଣକ ହୋଟେଲର ପ୍ରଥମ ମହଲାରୁ ଖସିପଡ଼ିଥିବା ଜଣାପଡ଼ିଛି ।

ଯୁବକ ଜଣଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ଥିତି ଶଙ୍କଟାପନ୍ନ ରହିଛି । ତେବେ ଯୁବକଙ୍କ ସହିତ ଥିବା ବାନ୍ଧବୀକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି । ପୋଲିସର କହିବାନୁସାରେ ଆହତ ଯୁବକ ଜଣକ ଆଲମବାଗ ଥାନା ଅଧୀନ ଟେଢି ପୁଲିଆ ଅଞ୍ଚଳର ସକ୍ଷମ ସିଂ(୨୬) । ସେ ଶନିବାର ସକାଳେ ନିଜ ବାନ୍ଧବୀ ସହିତ ଜନ୍ମଦିନ ସେଲିବ୍ରେସନ କରିବା ଲାଗି ସରୋଜିନୀନଗର ଥାନା ଅଧୀନ ଶାନ୍ତିନଗର ସ୍ଥିତ ସ୍କାଇଲାଇନ ହୋଟେଲକୁ ଯାଇଥିଲେ । ସେଠାରେ ସେ ହୋଟେଲ ନଂ ୧୭କୁ ଭଡାରେ ନେଇଥିଲେ ।

ଏହା ବି ପଢନ୍ତୁ- Road Accident: କେରଳରେ ଖ୍ରୀଷ୍ଟମାସରେ ଅଘଟଣ, ଦୁର୍ଘଟଣାରେ ୪ ଯୁବକ ମୃତ

ରାତି ପ୍ରାୟ ସାଢେ ୮ଟାରେ ସେ ହଠାତ ପ୍ରଥମ ମହଲାରୁ ତଳକୁ ଖସିପଡ଼ିଥିଲେ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତାଙ୍କୁ ବାରାବିରୱାସ୍ଥିତ ହସ୍ପିଟାଲକୁ ନେଇଥିଲା । ଏହାପରେ ଯୁବକଙ୍କ ପରିବାର ତାଙ୍କୁ ଟ୍ରମା ସେଣ୍ଟରକୁ ନେଇଛନ୍ତି । ହୋଟେଲରେ ଥିବା ଆହତ ଯୁବକଙ୍କ ବାନ୍ଧବୀକୁ ପୋଲିସ ପଚରାଉଚରା କରୁଛି ।

କୃଷ୍ଣାନଗର ଏସିପି ନବୀନ ଦ୍ବିବେଦୀ କହିଛନ୍ତି, "ସରୋଜିନୀ ନଗର ପୋଲିସ ଷ୍ଟେସନ ପରିସରରେ ଅବସ୍ଥିତ ହୋଟେଲ ସ୍କାଏଲାଇନକୁ ଜଣେ ଯୁବକ ଓ ମହିଳା ଆସିଥିଲେ। ଏହି ଦିନ ଯୁବକ ସକ୍ଷମ ସିଂଙ୍କ ଜନ୍ମଦିନ । ବିଳମ୍ବିତ ରାତିରେ ସକ୍ଷମ ହୋଟେଲ ରୁମର କାଚ ଝରକାରୁ ତଳେ ପଡ଼ିଯାଇଥିଲେ। ହୋଟେଲରେ ଉପସ୍ଥିତ ଥିବା ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରାଯାଉଛି । ବର୍ତ୍ତମାନ ସକ୍ଷମଙ୍କୁ ଆପୋଲୋ ହସ୍ପିଟାଲକୁ ପଠାଯାଇଛି, ଯେଉଁଠାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଟ୍ରମା ସେଣ୍ଟରକୁ ନେଇଛନ୍ତି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.