ETV Bharat / bharat

ହିମାଚଳରେ ବିଶ୍ବର ପ୍ରଥମ କବି ଦରବାର, ରାଜସ୍ଥାନରୁ ଆସୁଛି ସ୍ବତନ୍ତ୍ର ପଥର - himachal pradesh panwata sahib gurudwar

ହିମାଚଳରେ ଶୋଭା ପାଇବ ଭବ୍ୟ କବି ଦରବାର । କୌଣସି ରାଜପ୍ରାସାଦରୁ କମ ହେବନି ଏହି କବି ଦରବାର । ଗୁରୁଗୋବିନ୍ଦ ସିଂହ ଏହି ଗୁରୁଦ୍ବାରରେ ଦରବାର ଆରମ୍ଭ କରିଥିଲେ । ବର୍ତ୍ତମାନ ଏହାକୁ ଏକ ନୂଆ ରୂପ ଦିଆଯାଉଛି । ଅଧିକ ପଢ଼ନ୍ତୁ...

ହିମାଚଳରେ ବିଶ୍ବର ପ୍ରଥମ କବି ଦରବାର, ରାଜସ୍ଥାନରୁ ଆସୁଛି ସ୍ବତନ୍ତ୍ର ପଥର

author img

By

Published : Apr 23, 2021, 7:10 AM IST

ଧର୍ମଶାଳା: ଚଣ୍ଡିଗଡ଼ ଓ ରାଜସ୍ଥାନରୁ ଆସିଛନ୍ତି କୁଶଳୀ କାରିଗର । ଧୌଳପୁରରୁ ମଗାଯାଇଛି ଖାସ ପଥର। କାରଣ ପାଂବଟା ସାହିବର ଐତିହାସିକ ଗୁରୁଦ୍ବାରରେ ତିଆରି ହେବାକୁ ଯାଉଛି ବିଶ୍ବର ପ୍ରଥମ କବି ଦରବାର । ହଁ, ଗୁରୁଙ୍କ ନଗରୀ ପାଂବଟା ସାହିବରେ ଏଭଳି ଏକ ଉଚ୍ଚ ଅଟ୍ଟାଳିକା ତିଆରି ହେଉଛି ଯାହା ସମଗ୍ର ବିଶ୍ବ ପାଇଁ କୌଣସି ଆଶ୍ଚର୍ଯ୍ୟରୁ କମ୍ ହେବନାହିଁ । ସୌନ୍ଦର୍ଯ୍ୟର ଗନ୍ତାଘର ହିମାଚଳ ପ୍ରଦେଶରେ ତିଆରି ହେଉଛି ଏହି ସୁନ୍ଦର କବି ଦରବାର ।

ହିମାଚଳରେ ବିଶ୍ବର ପ୍ରଥମ କବି ଦରବାର, ରାଜସ୍ଥାନରୁ ଆସୁଛି ସ୍ବତନ୍ତ୍ର ପଥର

ଗୁରୁ ପାଂବଟା ସାହିବରେ ସାଢ଼େ 4 ବର୍ଷ ସମୟ ରହିବା ବେଳେ ବହୁ କାବ୍ୟ ରଚନା କରିଥିଲେ । ଏଥିରେ ଗୁରୁଗନ୍ଥ ସାହିବଙ୍କ ବହୁ ଶ୍ଲୋକ ସାମିଲ ରହିଥିଲା । ସମସ୍ତ ସ୍ଲୋକ ଏହି ସ୍ଥାନରେ ହିଁ ବସି ରଚନା କରିଥିଲେ ଗୁରୁଜୀ । ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ଗୁରୁ କବି ଦରବାର ଆୟୋଜନ କରୁଥିଲେ ।

ଐତିହାସିକ କିମ୍ବଦନ୍ତୀ ମୁତାବକ 1683ରେ ଗୁରୁ ଗୋବିନ୍ଦ ସିଂହ ପାଂବଟା ସାହିବ ରଖିଥିଲେ ଗୁରୁଦ୍ବାରର ମୂଳଦୁଆ । ସେହି ସମୟରେ ଗୁରୁ ଗୋବିନ୍ଦ ସିଂହ ଏଠାରେ 52 ଜଣ କବିଙ୍କ ସହ ମିଶି କବି ଦରବାରର ଶୁଭାରମ୍ଭ କରିଥିଲେ । ସେହି ସମୟରୁ ପ୍ରତିବର୍ଷ 52 ଜଣ କବି ନିଜ କବିତା ଏଠାରେ ପାଠ କରନ୍ତି । ପ୍ରତି ପୂର୍ଣ୍ଣିମାରେ ଏଠାରେ ଆୟୋଜିତ ହେଉଛି କବି ଦରବାର । ଏଥିରେ ଦୂରଦୂରାନ୍ତରୁ କବି ଆସି ଭାଗ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଐତିହାସିକ ଗୁରୁଦ୍ବାରରେ 320 କବି ଦରବାର ଆୟୋଜନ ହୋଇ ସାରିଛି । ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି 321ତମ କବି ଦରବାର ।

କବି ଦରବାରରେ ପଥରର ଝୁଲଣା ତିଆରି ହେବ । ଏଠାରେ ସବୁ କାମ ପଥରରେ ହିଁ ହେଉଛି । ପାଂବଟା ସାହିବଙ୍କ ଶ୍ରଦ୍ଧାଳୁ ସମଗ୍ର ବିଶ୍ବରେ ରହିଛନ୍ତି । ଦଶମ ବାଦଶାହ କାଳରୁ କବି ଦରବାର ଚାଲି ଆସୁଛି। ବାଦଶାହ ନିଜ ଦରବାରରେ 52 ଜଣ କବିଙ୍କୁ ରଖିଥିଲେ । ସମସ୍ତ କବି ଅଲଗା ଅଲଗା ଭାଷା ଓ ଅଲଗା ଅଲଗା ରାଜ୍ୟର ଥିଲେ । ଏଠାରେ ସେମାନେ ସନ୍ଥ ମାନଙ୍କୁ କବିତା ଓ ରଚନା ଶୁଣାଇ ଖୁସି କରାଉଥିଲେ । ଏହି ପରମ୍ପରା ଆଜି ବି ଜାରି ରହିଛି । ପ୍ରତ୍ୟେକ ପୂର୍ଣ୍ଣିମାରେ ଏଠାରେ ଆୟୋଜିତ ହେଉଛି କବି ଦରବାର ।

କୁହାଯାଏ ଏଭଳି କବି ଦରବାର କେଉଁଠି ବି ଦେଖିବାକୁ ମିଳେନାହିଁ । ପାଂବଟା ସାହିବରେ ନିର୍ମାଣ ହେଉଥିବା ବିଶ୍ବର ପ୍ରଥମ କବି ଦରବାରକୁ ସୁନ୍ଦର ଓ ଅଦ୍ଭୁଦ ଭାବେ ଗଢ଼ି ତୋଳିବାକୁ ସମସ୍ତ ସମ୍ଭବ ଚେଷ୍ଟା କରାଯାଉଛି । ଖାସ କାରୀଗର ଓ ପଥର ସହ ଗୁରୁଦ୍ବାରରେ ଲାଗିଛି 52 ପ୍ରକାରର ଫୁଲ ଗଛ । ଗୁ୍ରୁଦ୍ବାର ସୌନ୍ଦର୍ଯ୍ୟତାକୁ ଏହା ଦ୍ବିଗୁଣିତ କରୁଛି । କବି ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକ ରାଜଦରବାର ଭଳି ତିଆରି ହେଉଛି ଏହି କବି ଦରବାର ।

ଅତି ସୁନ୍ଦର ଭାବରେ ଏହି ଦରବାର ତିଆରି ହେଉଛି । ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ଏହା କେତେ ସୁନ୍ଦର ହେବ ତାହା ଆକଳନ କରି ହେଉଛି । କବି ଦରବାର ଭିତରେ ସଂସାରର ଏକ ସୁନ୍ଦର ଅନୁଭବ ଶ୍ରଦ୍ଧାଳୁଙ୍କୁ ମିଳିବ । ପୂରୁଣା ଢାଞ୍ଚାରେ ଏହି କବି ଦରବାର ତିଆରି ହେଉଛି ।

ପାଂବଟା ସାହିବ ଗୁରୁଦ୍ବାରରେ ଆଶିଷ ପାଇବକୁ କାହିଁ କେତେ ଦୂରରୁ ଏଠାକୁ ଲୋକେ ଚାଲି ଆସନ୍ତି । ଏହାକୁ ଧ୍ୟାନରେ ରଖି କବି ଦରବାର ଅଟ୍ଟଳିକା ନୂଆ ଢାଞ୍ଚାରେ ତିଆରି ହେଉଛି । ଯେଉଁଭଳି ଭାବରେ କବି ଦରବାର କାର୍ଯ୍ୟ ହେଉଛି, ଆଗାମୀ ଦିନରେ ବିଶ୍ବ ମାନଚିତ୍ରରେ ଏହା ପ୍ରମୁଖ ସ୍ଥାନ ହେବା ନେଇ ଶ୍ରଦ୍ଧାଳୁଙ୍କ ଆଶା ଓ ବିଶ୍ବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.