ETV Bharat / bharat

Inspiring Story of Punam: ଆବର୍ଜନାରୁ ଆରମ୍ଭ କରିଥିଲେ ବ୍ୟବସାୟ, ଏବେ ହଜାରେ କୋଟିର ମାଲିକାଣୀ - ପୁନମ ଗୁପ୍ତା

ଆବର୍ଜନାରୁ ବ୍ୟବସାୟ ଆରମ୍ଭ କରି ଆଜି ୧୦୦୦ କୋଟି ମୂଲ୍ୟର କମ୍ପାନୀର ମାଲିକାଣୀ ହୋଇପାରିଛନ୍ତି ଦିଲ୍ଲୀର ସଫଳ ମହିଳା ଉଦ୍ୟୋଗୀ ପୁନମ ଗୁପ୍ତା । ଜାଣନ୍ତୁ ତାଙ୍କର ସଫଳ କାହାଣୀ

Inspiring Story
Inspiring Story
author img

By

Published : Mar 18, 2023, 7:06 AM IST

ହାଇଦ୍ରାବାଦ: ସମସ୍ତ ବାଧାବିଘ୍ନକୁ ପାର କରି ଆଜି ସେ ହୋଇପାରିଛନ୍ତି ସଫଳ ବ୍ୟବସାୟୀ । ବ୍ୟବସାୟୀ ପରିବାରର ଜନ୍ମିତ ହୋଇଥିଲେ ମଧ୍ୟ ଏହି ଘରେ ମହିଳାମାନେ ଥିଲେ ଗୃହିଣୀ । ମାତ୍ର ସେ ନିଜକୁ ସମାଜରେ ଆଗରେ ପରିଚିତ କରି ଆଜି ହୋଇପାରିଛନ୍ତି ଜଣେ ସଫଳ ମହିଳା ଉଦ୍ୟୋଗୀ । ନା ପିତା ନା ସ୍ବାମୀ, କାହାଠୁ ଟଙ୍କାଟିଏ ନ ନେଇ ସେ ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ଆଜି ୧୦୦୦ କୋଟି କମ୍ପାନୀର ମାଲିକାଣୀ ହୋଇପାରିଛନ୍ତି । ଆସନ୍ତୁ ଜାଣିବା ଦିଲ୍ଲୀର ମହିଳା ଉଦ୍ୟୋଗୀ ପୁନମ ଗୁପ୍ତାଙ୍କ କାହାଣୀ ।

ପିଲାଟି ଦିନରୁ ପୁନମ ବ୍ୟବସାୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ଅର୍ଥନୀତିରେ ସ୍ନାତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ ବ୍ୟବସାୟ ଓ ମାର୍କେଟିଂରେ ଏମବିଏ ଡିଗ୍ରୀ ହାସଲ କରିଥିଲେ । ଯେତେବେଳେ ସେ MNCରୁ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯୋଜନା କରିଥିଲେ ସେତେବେଳେ ତାଙ୍କ ପରିବାର ବିବାହ କରିବାକୁ କହିଥିଲେ । ଏହାପରେ ସେ ସ୍କଟଲ୍ୟାଣ୍ଡର ଚାକିରି କରିଥିବା ପୁନୀତ ଗୁପ୍ତାଙ୍କୁ ବିବାହ କରିଥିଲେ । ତାଙ୍କୁ ରୋଜଗାର କରିବାର କୌଣସି ଆବଶ୍ୟକତା ମଧ୍ୟ ନଥିଲା ।

ଏହା ବି ପଢନ୍ତୁ- ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ, ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ମାତ୍ର ନିଜେ ସ୍ବାବଲମ୍ବୀ ହେବା ଯେପରି ତାଙ୍କ ରକ୍ତରେ ରହିଥିଲା । ଚାକିରି କରିବା ନେଇ ସେ ତାଙ୍କ ସ୍ବାମୀଙ୍କୁ ପଚାରିବା ପରେ ସେ ସମ୍ମତି ପ୍ରକାଶ କରିଥିଲେ । ଏହାପରେ ସେ ଅନେକ କମ୍ପାନୀରେ ଆବେଦନ କରିଥିଲେ । ମାତ୍ର ଅଭିଜ୍ଞତା ଅଭାବରୁ ତାଙ୍କୁ ଚାକିରି ମିଳିନଥିଲା । ଏହାପରେ ସେ ଏକ କମ୍ପାନୀରେ ବିନା ଦରମାରେ ଚାକିରି କରିଥିଲେ । ଏହି ସମୟରେ ସେ ଦେଖିଥିଲେ ଯେ ତାଙ୍କ କମ୍ପାନୀ ଅନେକ ଭଲ ରକମର କାଗଜକୁ ଫିଙ୍ଗି ଦେଉଛି । ଏହାକୁ ପୁନଃ ବ୍ୟବହାର ଉପଯୋଗୀ କରିବା ଲାଗି ସେ ଚିନ୍ତା କରିଥିଲେ ।

ଏହାପରେ ପୁନମ ୨୦୦୩ ମସିହାରେ PG ପେପର ନାମରେ ଏକ କମ୍ପାନୀ ଆରମ୍ଭ କଲେ । କମ୍ପାନୀରେ ବିଭିନ୍ନ କାର୍ଯ୍ୟ ପାଇଁ ମେସିନ କିଣିବା ଲାଗି ତାଙ୍କୁ ଅର୍ଥର ଆବଶ୍ୟକ ରହିଥିଲା । ହେଲେ ସେ ନିଜ ପରିବାରଠୁ ଅର୍ଥ ଆଣିବାକୁ ଚାହୁଁନଥିଲେ । ଏହାପରେ ସ୍କଟଲ୍ୟାଣ୍ଡ ସରକାରଙ୍କ ଏକ ଯୋଜନା ଅଧୀନରେ ସେ ୧ଲକ୍ଷ ଟଙ୍କା ଋଣ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଏହାପରେ ସେ ତାଙ୍କ ସ୍ବାମୀଙ୍କୁ କମ୍ପାନୀରେ ପୁଞ୍ଜି ନିବେଶ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ମାତ୍ର ସେ ରାଜି ହୋଇନଥିଲେ ।

ମାତ୍ର ଯେତେବେଳେ ତାଙ୍କ ବ୍ୟବସାୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା ସେତେବେଳେ ତାଙ୍କ ସ୍ବାମୀ କମ୍ପାନୀରେ ଯୋଗ ଦେଇଥିଲେ । ଏହାପରେ ଦମ୍ପତି ମିଶି କମ୍ପାନୀକୁ ଏବେ ୧୦୦୦ କୋଟିରେ ପହଞ୍ଚାଇଛନ୍ତି । ଭାରତ, ଚୀନ, ତୁର୍କୀ ଓ ସ୍ବିଡେନ ତାଙ୍କ କମ୍ପାନୀର ଶାଖା ମଧ୍ୟ ରହିଛି । ପୁନମ ଅନ୍ୟ NGO କମ୍ପାନୀରେ ମଧ୍ୟ ଚଲାଉଛନ୍ତି । ଯେଉଁଥିରେ ସେ ବିଶେଷ କରି ମହିଳାମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ଦେଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.