ETV Bharat / bharat

ଗାଁରେ ସିଟି ବଜାଇବା ମନା, ଧୂମ୍ରପାନ ବି ନିଷେଧ

author img

By

Published : Mar 22, 2021, 9:04 AM IST

ଗାଁ ଗହଳିରେ ଅନେକ ପ୍ରକାର ନିୟମ କାନୁନ ଥାଏ। ତେବେ ସଭିଏଁ କଣ ସେହି ନିୟମକୁ ମାନନ୍ତି ? ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି ଧୂମ୍ରପାନ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଅଧିକ ପଢ଼ନ୍ତୁ...

ଗାଁରେ ସିଟି ବଜାଇବା ମନା, ଧୂମ୍ରପାନ ବି ନିଷେଧ
ଗାଁରେ ସିଟି ବଜାଇବା ମନା, ଧୂମ୍ରପାନ ବି ନିଷେଧ

ଧର୍ମଶାଳା: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନିଆରା ପରମ୍ପରା ପାଇଁ ସୁପରିଚିତ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା। କିନ୍ତୁ ଗତ କିଛି ବର୍ଷ ହେଲା ଏହି ପାହାଡ଼ି ଅଞ୍ଚଳରେ ବସିଥିବା ଏକ ଗାଁର ନିୟମ ଓ ଏହାର ଫାଇଦାକୁ ନେଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି।

କିନ୍ନୌରର ରାରଙ୍ଗ ଗାଁରେ ସ୍ଥାନେସ୍ଥାନେ ଲାଗିଥିବା ଏଭଳି ପୋଷ୍ଟର ଧୂମ୍ରପାନ ନିଷେଧର ଚେତାବନୀ ଦେଉଥିବା ଦେଖିବାକୁ ମିଳିବ। ବିଭିନ୍ନ ସମୟରେ ଭୟାନକ ଅଗ୍ନିକାଣ୍ଡର ସାକ୍ଷୀ ରହିଛି ରାରଙ୍ଗ ଗାଁ। ଅଗ୍ନିକାଣ୍ଡକୁ କାବୁ କରିବାକୁ ଦଶକ ଦଶକ ଧରି ଗ୍ରାମରେ ଧୂମ୍ରପାନ ନିଷେଧ ରହିଛି।

କିନ୍ତୁ ରାରଙ୍ଗରେ ଧୂମ୍ରପାନ ନିଷେଧ କାହିଁକି ? ଗାଁ ଲୋକଙ୍କ ମୁତାବକ ପ୍ରାୟ 100 ବର୍ଷ ଭିତରେ ଏହି ଗାଁରେ 7ଥର ନିଆଁ ଲାଗି ସାରିଛି। ସ୍ବାଧିନତା ପୂର୍ବରୁ ଏହି ଗାଁରେ ଗୋଟିଏ ଅଗ୍ନିକାଣ୍ଡରେ ପୂରା ଗାଁ ଭଷ୍ମ ହୋଇ ସାରିଛି। ଏହାଛଡ଼ା 3ଥର ଅଧାରୁ ଅଧିକ ଗାଁକୁ ନିଆଁ ଗ୍ରାସ କରିଛି। 2005 ମସିହାରେ ଗାଁରେ ଅଗ୍ନିକାଣ୍ଡ ଯୋଗୁଁ 3ଟି ଘର ଭଷ୍ମିଭୁତ ହୋଇଗଲା। ରାରଙ୍ଗ ଏଭଳି ଏକ ସ୍ଥାନରେ ରହିଛି ଯେଉଁଠି ପ୍ରତିଦିନ ଜୋର ପବନ ବହିଥାଏ। ଯାହା ଛୋଟ ନିଆଁକୁ ବଡ଼ ଅଗ୍ନିକାଣ୍ଡରେ ପରିଣତ କରି ଦେଇପାରେ। ପରମ୍ପରା ଅନୁଯାୟୀ ଗାଁରେ ପ୍ରତ୍ୟେକ ଘର କାଠରେ ତିଆରି ହୋଇଥିବାରୁ ନିଆଁ ଲାଗିବା ବିପଦ ଅଧିକ ରହିଛି। ପ୍ରତ୍ୟେକ ଘର ପରସ୍ପର ସହ ସଂଲଗ୍ନ ଯାହାଦ୍ବାରା ଅତି ସହଜରେ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ନିଆଁ ଧରି ପାରିବ। ଗାଁରେ ନିଆଁ ଲାଗିଲେ ଅଗ୍ନିଶମ ବିଭାଗକୁ ଖବର ଦେଲେ ବି କିଛି ଲାଭ ନାହିଁ। କାରଣ ଗାଁଠାରୁ 45 କିମି ଦୂରରେ ରହିଛି ଅଗ୍ନିଶମ କାର୍ଯ୍ୟାଳୟ।

ଗାଁରେ ଧୁମ୍ରପାନ ଛଡ଼ା ସିଟି ବଜାଇବା ଉପରେ ମଧ୍ୟ ରୋକ ଲାଗିଛି। ସିଟି ବଜାଇବା ଅର୍ଥ ଗାଁରେ କେଉଁଠି ନିଆଁ ଲାଗି ସାରିଛି। ଏବେବି ଗାଁରେ ପୂରୁଣା ପରମ୍ପରା ଜାରି ରହିଛି। ଦୁଇ ବର୍ଷ ପୂର୍ବେ ଗାଁରେ ନିଆଁ ଲାଗିଥିଲା। ପରେ ସିଟି ବଜାଇ ଗାଁ ଲୋକେ ଏକାଠି ହୋଇଥିଲେ। ଗାଁ ପରମ୍ପରା ଅନୁଯାୟୀ ଗାଁ ନିଆଁ ଲାଗିଲେ କିମ୍ବା କିଛି ଅଘଟଣ ହେଲେ ସିଟି ବଜାଇ ସଭିଏଁ ଏକତ୍ରୀତ ହେବେ।

ନିୟମ ରହିଛି, ବିନା କାରଣରେ ଗାଁରେ ସିଟି ବଜାଇଲେ ଦେବାକୁ ହେବ 5ଶହ ଟଙ୍କା ଜରିମାନା। ଏହାସହ ପଞ୍ଚାୟତରେ ସେହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ। କାରଣ ସିଟି ବଜାଇବା ଦ୍ବାରା ଗାଁ ଲୋକ ଏକାଠୀ ହେବେ ଓ ସେମାନଙ୍କ ସମୟ ବର୍ବାଦ ମଧ୍ୟ ହେବ।

ଗାଁରେ ହୋଇଥିବା ପ୍ରତ୍ୟେକ ଅଗ୍ନିକାଣ୍ଡକୁ ନିଜେ ଗାଁଲୋକେ ହିଁ ଆୟତ୍ତ କରିଛନ୍ତି। ରାରଙ୍ଗରେ ଅଗ୍ନିକାଣ୍ଡ ବାରମ୍ବାର ଦଂଶ କରୁ ପଛେ କିନ୍ତୁ, ପ୍ରତ୍ୟେକ ଥର ଗାଁ ଲୋକେ ପରସ୍ପର ସହ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି। ଗାଁରେ ଏକତାର ଉଦାହରଣ ତିଆରି କରିବା ସହ ଅଗ୍ନିକାଣ୍ଡକୁ କିଭଳି ଆୟତ୍ତ କରିହେବ ତାହା ଶିଖିଯାଇଛନ୍ତି। ଖାସ କଥା ହେଉଛି ନିଜେ ତିଆରି କରିଥିବା ନିୟମକୁ ଗାଁ ଲୋକେ ମାନିବା ସହ ବାହାରୁ ଏଠାକୁ ଆସୁଥିବା ଲୋକଙ୍କ ଏନେଇ ସଚେତନ କରାଇଛନ୍ତି।

ବାହାରୁ ବି ଏଠାକୁ ବହୁ ପର୍ଯ୍ୟଟକ ଆସନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏଠାରେ ବିଡ଼ି ସିଗାରେଟ ଟାଣିବା ମନା। ଯଦି କେହି ଏଭଳି କାର୍ଯ୍ୟ କରନ୍ତି ତାହାଲେ ଗାଁ ଲୋକେ ତାଙ୍କୁ ମନା କରନ୍ତି। ଯାହାପରେ ସେମାନେ ବି କୁହନ୍ତି ଯୁବଗୋଷ୍ଠୀଙ୍କ ପାଇଁ ଏହି ଗାଁ ପ୍ରେରଣାର ସ୍ରୋତ।

ଗାଁରେ ହେଉଥିବା ବାହାଘର ଓ ସମାରୋହରେ ବି ଏନେଇ ଧ୍ୟାନ ଦିଆଯାଏ। ଏହି ସମୟରେ ବି ନା ଧୂମ୍ରପାନ କରାଯାଏ ନା ସିଟି ବଜାଯାଏ। ପୂରା ସାବଧାନତାର ସହ ଲାଗିଥାଏ ବାହାଘର ନିଆଁ। ନିଆଁରୁ ବଞ୍ଚାଇବାକୁ ରାରଙ୍ଗର ନିୟମ ଆଜି ଅନ୍ୟ ଗାଁ ପାଇଁ ଉଦାହରଣ। ନିଶା ଜାଲରେ ଫସିବାକୁ ଯାଉଥିବା ଯୁବାପିଢ଼ିଙ୍କୁ ଏହାର ଫାଇଦା ମିଳି ପାରିବ। ନିଶା ବିରୋଧରେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବାକୁ ଚାହୁଁଛି ରାରଙ୍ଗ ଗାଁ।

ଗାଁ ଓ ଜଙ୍ଗଲକୁ ଅଗ୍ନକାଣ୍ଡରୁ ବଞ୍ଚାଇବା ପାଇଁ ଓ ଯୁବଗୋଷ୍ଠୀଙ୍କୁ ନିଶାରୁ ନିବୃତ୍ତ ରଖିବାକୁ ସରକାର କରୁଛନ୍ତି ଅନେକ ଅଭିଯାନ। କିନ୍ତୁ ରାରଙ୍ଗ ଗାଁ ନିଜର ନିୟମ ଯୋଗୁଁ ଏହି ସମସ୍ୟାର ସମାଧାନ ଖୋଜି ପାଇଛି। ଏହାର ଫାଇଦା ଗାଁକୁ ପିଢ଼ିପିଢ଼ି ଧରି ମିଳୁଛି ଓ ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.