ETV Bharat / bharat

ମାର୍ଚ୍ଚ 15 ସୁଦ୍ଧା ଦେଶରେ ସରିଛି 22,82,80,763 କୋଭିଡ ଟେଷ୍ଟ: ICMR

author img

By

Published : Mar 16, 2021, 1:13 PM IST

ଦେଶରେ କୋରୋନା ସଂକ୍ରମଣକୁ ହ୍ରାସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ। ବିଭାଗ ପକ୍ଷରୁ ଦିବାରାତ୍ରୀ ଜାରି ରହିଛି ଟେଷ୍ଟ। ଅଧିକ ପଢନ୍ତୁ...

ମାର୍ଚ୍ଚ 15 ସୁଦ୍ଧା ଦେଶରେ ସରିଛି 22,82,80,763ଟି କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: କିଛି ଦିନ ପରେ ଦେଶରେ ପୁଣି କାୟା ବିସ୍ତାର କରିଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ପୁଣି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ସାମ୍ପଲ ଟେଷ୍ଟକୁ ବୃଦ୍ଧି କରାଯାଉଛି । ପୂର୍ବ ପରି ଦୈନିକ 10 ଲକ୍ଷ ଭିତରେ କରାଯାଉଛି କୋଭିଡ ଟେଷ୍ଟ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 8 ଲକ୍ଷ 73 ହଜାର 350ଟି କୋଭିଡ ସାମ୍ପଲ ଟେଷ୍ଟ କରାଯାଇଛି। ଦେଶର ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଟେଷ୍ଟିଂ ଲ୍ୟାବରେ ଏହି ଟେଷ୍ଟ ଜାରି ରହିଛି । ତେବେ ସଦ୍ୟତମ ଟେଷ୍ଟିଂ ରିପୋର୍ଟକୁ ମିଶାଇ ମୋଟ 22 କୋଟି 82 ଲକ୍ଷ 80 ହଜାର 763 ଟି ଟେଷ୍ଟ କରାଯାଇଛି।

ଅନ୍ୟପଟେ ନୂଆ ସଂକ୍ରମଣକୁ ମିଶାଇ ମୋଟ 1 କୋଟି 14 ଲକ୍ଷ 09 ହଜାର 831ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 58 ହଜାର 856 ପାର କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.