ETV Bharat / bharat

ସରକାରୀ ବସ ଚୋରି କରି ଯାତ୍ରୀଙ୍କଠାରୁ ଲୁଟ୍‌, ଅଧା ରାସ୍ତାରେ ଗାଡ଼ି ଛାଡ଼ି ଦୁର୍ବୃତ୍ତ ଚମ୍ପଟ - RTC bus hijacked in Hyderabad

ସରକାରୀ ବସକୁ ଚୋରୀ କରି ଯାତ୍ରୀଙ୍କଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଡିଜେଲ ସରିଯିବାରୁ ଅଧାରାସ୍ତାରେ ବସ ରଖି ଚମ୍ପଟ ମାରିଲେ । ପଢ଼ନ୍ତୁ ପୁରା ଖବର

ସରକାରୀ ବସ ଚୋରୀ କରି ଟିକେଟ ନାଁରେ ଯାତ୍ରୀଙ୍କଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Sep 13, 2023, 3:39 PM IST

Updated : Sep 15, 2023, 2:44 PM IST

ହାଇଦ୍ରାବାଦ: ସରକାରୀ ବସକୁ ଚୋରୀ କରି ଯାତ୍ରୀଙ୍କଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଡିଜେଲ ସରିଯିବାରୁ ଅଧାରାସ୍ତାରେ ବସ ରଖି ଚମ୍ପଟ ମାରିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ରାଜନ୍ନା ସିରକିଲ୍ଲା ଜିଲ୍ଲାରେ । ଛାନଭିନ୍‌ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ତେବେ ତେଲେଙ୍ଗାନାର ରାଜନ୍ନା ସିରକିଲ୍ଲା ଜିଲ୍ଲାର ସିଦ୍ଧିପେଟ ଅଞ୍ଚଳରେ ରହୁଥିବା 'ସ୍ୱାମୀ' ନାମକ ଜଣେ ବ୍ୟକ୍ତି ପ୍ରତିଦିନ ସିଦ୍ଧିପେଟରୁ ହାଇଦ୍ରାବାଦ ଯାଏଁ ସରକାରୀ ବସ୍‌ ଚଳାଇଥାନ୍ତି । ପ୍ରତିଦିନ ପରି ରବିବାର ଦିନ ମଧ୍ୟ 'ସ୍ୱାମୀ' ବସ ଚଲାଇବା ପରେ ରାତିରେ ସିଦ୍ଧିପେଟ ମଣ୍ଡଳ ପରିଷଦ ଡେଭେଲପମେଣ୍ଟ ଅଫିସ(MPDO)ରେ ବସ୍‌ ରଖି ଶୋଇବା ପାଇଁ ଚାଲିଯାଇଥିଲେ । ତେବେ ଭୁଲବଶତଃ ସେ ବସକୁ ଲକ କରିନଥିଲେ । ସୋମବାର ସକାଳେ ଡିପୋରେ ବସ ନଥିବା ଦେଖିବାକୁ ପାଇଥିଲେ ଡ୍ରାଇଭର ଜଣକ । ଏନେଇ ସିଦ୍ଧିପେଟ ଥାନାରେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ହାଇଦ୍ରାବାଦ ସ୍ଥିତ ସରମପଲ୍ଲୀ-ନେରେଲ୍ଲା ରାସ୍ତାରେ ଏକ ସରକାରୀ ବସ ଛିଡାହୋଇଥିବା ଦେଖିବାକୁ ପାଇଥିଲେ ଆରଟିସି ବସ ଚଳାଉଥିବା ଅନ୍ୟଜଣେ ଡ୍ରାଇଭର । ତେବେ ଏନେଇ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ବସଟି ସ୍ୱାମୀଙ୍କର ହୋଇଥିବା ଜଣାପଡିଥିଲା ପଡିଥିଲା ।

ତେବେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସିଦ୍ଧିପେଟ ଅଞ୍ଚଳରେ ରହୁଥିବା 'ସ୍ୱାମୀ' ନାମକ ଜଣେ ବ୍ୟକ୍ତି ପ୍ରତିଦିନ ସେହି ସରକାରୀ ବସଟିକୁ ଚଲାଉଥିବା ବେଳେ ସବୁଦିନ ମଣ୍ଡଳ ପରିଷଦ ଡେଭେଲପମେଣ୍ଟ ଅଫିସ(MPDO)ରେ ରଖିଥାନ୍ତି । ତେବେ ରବିବାର ମଧ୍ୟ ବସଟିକୁ ରଖିବା ବେଳେ ଭୁଲବଶତଃ ଲକ କରିବାକୁ ଭୁଲିଯାଇଥିଲେ । ଏହାପରେ ସିରକିଲ୍ଲା ଜିଲ୍ଲା ଗମ୍ଭୀରାଓପେଟ ଅନ୍ତର୍ଗତ ଶ୍ରୀଗଡ ଅଞ୍ଚଳରେ ଜଣେ ଯୁବକ ବସଟିକୁ ଚୋରି କରି ଭେମୁଲାଓ୍ୱାଡା ଅଞ୍ଚଳରେ ରଖିଥିଲେ । ସୋମବାର ସକାଳେ ସାଧାରଣ ବସ୍‌ ଡ୍ରାଇଭର ଭଳି ସରମପଲ୍ଲୀ-ନେରେଲ୍ଲା ରାସ୍ତାରେ ବସ୍‌ଟିକୁ ଚଳାଇଥିଲା । ଯେହେତୁ ବସଟି ଆରଟିସି ବସ୍‌ ଥିଲା ସେଥିପାଇଁ ଯାତ୍ରୀମାନେ ବିନା କୌଣସି ସନ୍ଦେହରେ ବସରେ ଯାତ୍ରା କରିଥିଲେ ଓ ଟିକଟ ବାବଦକୁ ଟଙ୍କା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଆଉ ଜଣେ ଅର୍ଚ୍ଚନା ନାଗ ! ସମ୍ଭ୍ରାନ୍ତ ଘରର ଲୋକଙ୍କୁ ଫସାଉଥିଲେ, ଇରାନି ଗ୍ୟାଙ୍ଗକୁ କରୁଥିଲେ ଅପରେଟ

ଅଧ ରାସ୍ତାରେ ଡିଜେଲ ସରିଯିବାରୁ ବସଟି ସରମପଲ୍ଲୀ-ନେରେଲ୍ଲା ରାସ୍ତାରେ ଅଟକି ଯାଇଥିଲା । ଯାହାପରେ ଡିଜେଲ ଆଣିବା ବାହାନା କରି ଯାତ୍ରୀମାନଙ୍କୁ ଅଧାରାସ୍ତାରେ ଛାଡ଼ି ଅଭିଯୁକ୍ତଜଣକ ଜଣକ ଫେରାର ହୋଇଯାଇଥିଲା । ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନେ ଅପେକ୍ଷା କରିବା ପରେ ବସ ଡ୍ରାଇଭର ନଆସିବାରୁ ବାଧ୍ୟ ହୋଇ ଅନ୍ୟ ଗାଡ଼ିରେ ପଳାଇଯାଇଥିଲେ । ତେବେ ବସ୍‌ଟି ରାସ୍ତାରେ ଛିଡା ହୋଇଥିବା ବେଳେ ଅନ୍ୟଜଣେ ଆରଟିସି ବସ୍‌ ଡ୍ରାଇଭର ବସଟିକୁ ଦେଖିବାକୁ ପାଇଥିଲେ ଓ ତୁରନ୍ତ ଏ ସମ୍ପର୍କରେ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ ।

ସିଦ୍ଧିପେଟ ଥାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ବନ୍ଦେ ରାଜୁକୁ ଚିହ୍ନଟ କରି ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2023, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.