ETV Bharat / bharat

ପ୍ରସାଦ ବଦଳରେ ୨.୯୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଦେଇଦେଲେ ମନ୍ଦିର କର୍ମଚାରୀ

author img

By

Published : Jul 30, 2022, 7:27 AM IST

ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସହ ଟଙ୍କା ବ୍ୟାଗ୍‌ ଦେଇ ଦେଲେ ଜଣେ ମନ୍ଦିର କର୍ମଚାରୀ । ନିଜ ପକେଟରୁ ଭରିବେ ୨.୯୧ ଲକ୍ଷ ଟଙ୍କା କ୍ଷତି ପୂରଣ । ଅଧିକ ପଢ଼ନ୍ତୁ

ପ୍ରସାଦ ବ୍ୟାଗ ବଦଳରେ ୨.୯୧ ଲକ୍ଷ ଟଙ୍କା ବ୍ୟାଗ ଦେଇଦେଲେ ମନ୍ଦିର କର୍ମଚାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଲେମହାଦେଶ୍ବରର ହାନୁର ତାଲୁକାରେ ଏକ ମନ୍ଦିରରେ ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଗତ ଗୁରୁବାର ମଧ୍ୟ ଏହିଭଳି ଭିଡ଼ ଜମିଥିଲା । ଶ୍ରଦ୍ଧାଳୁଙ୍କଠାରୁ ଟିକେଟ୍‌ ନେଇ ଲଡ଼ୁ ପ୍ରସାଦ ଦେଉଥିଲେ ଜଣେ କର୍ମଚାରୀ । ଏହି ସମୟରେ ଜଣେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସହ ଟଙ୍କା ବ୍ୟାଗ୍‌ ଦେଇ ଦେଇଛନ୍ତି ସମ୍ପୃକ୍ତ କର୍ମଚାରୀ ।

ଦର୍ଶନମ୍‌ କାଉଣ୍ଟର ଦାୟିତ୍ବରେ ଥିଲେ ସମ୍ପୃକ୍ତ କର୍ମଚାରୀ । ଏହି ସମୟରେ ଏକ ଟିକେଟ ନେଇ ସ୍ପେଶାଲ୍‌ ଲଡ଼ୁ ପ୍ରସାଦ ଦେଇଥିଲେ କର୍ମଚାରୀ । ଏହାପରେ ଭୁଲ୍‌ ବସତଃ ପାଖରେ ୨.୯୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ମଧ୍ୟ ଦେଇ ଦେଇଥିଲେ । ଦୀର୍ଘ ସମୟ ଧରି ଏଠାରେ ବ୍ୟାଗ ମିଳିନଥିଲା । ଏହାପରେ ସିସିଟିଭି ଯାଞ୍ଚ କରିବା ପରେ କର୍ମଚାରୀ ଜଣକ ଟଙ୍କା ବ୍ୟାଗ୍‌ ଦେଇଦେଇଥିବା ଜଣାପଡ଼ିଛି ।

ବର୍ତ୍ତମାନ କର୍ମଚାରୀଙ୍କୁ ନିଜ ପକେଟରୁ ଏହି କ୍ଷତି ଭରଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ଭୁଲ୍‌ ଯୋଗୁଁ ମନ୍ଦିରକୁ ୨.୯୧ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.