ETV Bharat / bharat

୧୦୧ ଫୁଟ କାନଭାସ ଉପରେ ରାମାୟଣ ଆଙ୍କିଲେ ଛାତ୍ରୀ

୧୦୧ ଫୁଟ କାନଭାସ ଉପରେ ସମ୍ପୂର୍ଣ୍ଣ ରାମାୟଣ ଆଙ୍କିଲେ ସୁରଟ ଛାତ୍ରୀ । ଇଣ୍ଡିଆ ବୁକ୍ ଅଫ ରେକର୍ଡ ଏବଂ ଏସିଆ ବୁକରେ ସ୍ଥାନ ପାଇଲା ଏହି କାନଭାସ । ଅଧିକ ପଢନ୍ତୁ...

author img

By

Published : Aug 12, 2021, 6:01 PM IST

୧୦୧ ଫୁଟ କାନଭାସ ଉପରେ ରାମାୟଣ ଆଙ୍କିଲେ ଛାତ୍ରୀ
୧୦୧ ଫୁଟ କାନଭାସ ଉପରେ ରାମାୟଣ ଆଙ୍କିଲେ ଛାତ୍ରୀ

ଗାନ୍ଧୀନଗର: 'ହରି ଅନନ୍ତ ହରି କଥା ଅନନ୍ତା କହି ଶୁହ୍ନି ବହୁବିଧି ସବ ସନ୍ତା' । କାନଭାସରେ ବର୍ଣ୍ଣିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଏହି ଜୀବନଚରିତ । ରାମ ଜନ୍ମଠାରୁ ଆରମ୍ଭ କରି ରାବଣବଧ ଯାଏଁ ପ୍ରତିଟି ଘଟଣାବଳୀକୁ ଅତି ନିଖୁଣ ଭାବେ ଚିତ୍ରଣ କରିଛନ୍ତି ଜଣେ ଛାତ୍ରୀ । ଏହି ପ୍ରତିଭାବାନ୍ ଛାତ୍ରୀ ଜଣକ ହେଉଛନ୍ତି ସୁରଟର 17 ବର୍ଷୀୟା ଜାହ୍ନବୀ ଭେକାରିଆ । ସେ ପ୍ରଭୁ ରାମଙ୍କ ବ୍ୟକ୍ତିତ୍ବ ଦ୍ବାରା ଅନୁପ୍ରାଣିତ ହୋଇ ସମ୍ପୂର୍ଣ୍ଣ ରାମାୟଣ କାନଭାସରେ ଆଙ୍କିଛନ୍ତି । ଯାହା ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଏବଂ ଏସିଆ ବୁକରେ ସ୍ଥାନ ପାଇଛି ।

ଜାହ୍ନବୀ ଶ୍ରୀରାମଙ୍କ ଜୀବନ ଯାତ୍ରାକୁ ପାରମ୍ପରିକ ଆର୍ଟ ଷ୍ଟାଇଲରେ କାନଭାସ ଉପରେ ଚିତ୍ରଣ କରିଛନ୍ତି । ସମ୍ପୂର୍ଣ୍ଣ ରାମାୟଣ ଆଙ୍କିବା ପାଇଁ ସେ ପ୍ରାୟ ୧୦୧ ଫୁଟର କାନଭାସ ସହ ପ୍ରାକୃତିକ ଡ୍ରାଏ କଲର ବ୍ୟବହାର କରିଛନ୍ତି । ଜାହ୍ନବୀ ରାମଜନ୍ମ ଲୀଳାଠାରୁ ଆରମ୍ଭ କରି ରାବଣବଧ ଯାଏଁ ରାମାୟଣର ୧୫ଟି ମୁଖ୍ୟ ଘଟଣାବଳୀ ଅଙ୍କନ କରିଛନ୍ତି । ଯେଉଁଥିରେ ରାମଙ୍କ ଗୁରୁକୁଳ ଗସ୍ତ, ସ୍ବୟମ୍ବର, ସୀତା ହରଣ, ଲଙ୍କା ଦହନ ଓ ରାବଣବଧ ଆଦି ଅନ୍ତର୍ଭୁକ୍ତ । କାନଭାସ ଉପରେ ଏଭଳି ରାମାୟଣ ବର୍ଣ୍ଣନା କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଜାହ୍ନବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.