ETV Bharat / bharat

Indo-Pakistani partition: ୭୫ ବର୍ଷ ପରେ ପଞ୍ଜାବରେ ଭାଇକୁ ଭେଟିଲା ଭଉଣୀ, ବିଭାଜନବେଳେ ହୋଇଥିଲେ ବିଚ୍ଛିନ୍ନ

author img

By

Published : May 19, 2022, 10:47 PM IST

୧୯୪୭ ମସିହାରେ ବିଭାଜନ ସମୟରେ ନିଜ ପରିବାରଠୁ ବିଚ୍ଛିନ୍ନ ହୋଇ ପାକିସ୍ତାନରେ ରହୁଥିଲେ । ଆଉ ଦୀର୍ଘ ୭୫ ବର୍ଷ ପରେ ସେ ପଞ୍ଜାବରେ ଥିବା ନିଜ ଭାଇଙ୍କୁ ଭେଟିବାରେ ସକ୍ଷମ ହେଲା ଭଉଣୀ । ଅଧିକ ପଢନ୍ତୁ

Indo-Pakistani partition: ୭୫ ବର୍ଷ ପରେ ପଞ୍ଜାବରେ ଭାଇକୁ ଭେଟିଲା ଭଉଣୀ, ବିଭାଜନ ବେଳେ ହୋଇଥିଲେ ବିଚ୍ଛିନ୍ନ

ଚଣ୍ଡିଗଡ଼: ଇଣ୍ଡୋ-ପାକିସ୍ତାନୀ ବିଭାଜନ ଅନେକ ପରିବାରକୁ ବିଚ୍ଛିନ୍ନ କରିଛି । ୧୯୪୭ ମସିହାରେ ହୋଇଥିବା ଏହି ବିଭାଜନର ଶିକାର ହୋଇଥିବା ବିବି ମମତାଜ ଦୀର୍ଘ ୭୫ ବର୍ଷ ପରେ ନିଜ ଭାଇଙ୍କୁ ପଞ୍ଜାବରେ ଭେଟିଛନ୍ତି । ଏହି ବିଭାଜନ ସମୟରେ ସେ ନିଜ ପରିବାରଠୁ ବିଚ୍ଛେଦ ହେବା ପରେ ଏକ ମୁସଲିମ ପରିବାର ଦ୍ବାରା ପୋଷ୍ୟ ଝିଅ ଭାବେ ଲାଳିତ ପାଳିତ ହୋଇଆସୁଥିଲେ । ଏହାସହ ସେ ଦୀର୍ଘ ୭୫ ବର୍ଷ ଧରି ପାକିସ୍ତାନରେ ରହିଆସୁଥିଲେ ।

ଏ ନେଇ ବିବି ମମତାଜ କହିଛନ୍ତି ଯେ ୧୯୪୭ ବିଭାଜନ ସମୟରେ ସେ ଏକ ଛୋଟ ଝିଅ ଥିଲେ । ସେ କାନ୍ଦି କାନ୍ଦି ମାଆର ମୃତଦେହ ନିକଟରେ ବସିଥିଲେ । ଜଣେ ପାକିସ୍ତାନୀ ମୁସଲମାନ ଦମ୍ପତି ତାଙ୍କ ପାଇଁ ଦୁଃଖ ଅନୁଭବ କରିଥିଲେ । ଯାହା ପରେ ମହମ୍ମଦ ଇକବାଲ ଏବଂ ତାଙ୍କ ପତ୍ନୀ ଆଲ୍ଲାହା ରାଖୀ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଛୋଟ ଝିଅଟିର ନାମ ସେମାନେ ମମତାଜ ରଖିଥିଲେ ।

କଣ ଥିଲା ପୁରା ଘଟଣା ?

ଯେତେବେଳେ ବିବି ମମତାଜଙ୍କ ପିତା ଅସୁସ୍ଥ ଥିଲେ, ସେ ମମତାଜଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁସଲିମ ଦମ୍ପତିଙ୍କୁ ଅନୁରୋଧ କରିଥିଲେ । ସେ ପ୍ରକୃତରେ ଏକ ଶିଖ ପରିବାରର ଅଟନ୍ତି । ତାଙ୍କ ପରିବାର ପୂର୍ବ ପଞ୍ଜାବର ପଟିଆଲାରେ ରୁହନ୍ତି । ଏହି ଘଟଣା ମମତାଜ ଜାଣିବା ପରେ ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ଏ ନେଇ ଖୋଳତାଡ଼ କରିଥିଲେ । ଏହାରି ମଧ୍ୟରେ ତାଙ୍କ ଘର ପଟିଆଲା ପାତ୍ର ନିକଟ ସୁତରାନା ଗ୍ରାମରେ ବୋଲି ସେ ଜାଣିବାକୁ ପାଇଥିଲେ ।

ଦୀର୍ଘ ୭୫ ବର୍ଷ ପରେ ସେ ନିଜ ଭାଇ ନାରିନ୍ଦର ସିଂ ଓ ଅମରିନ୍ଦର ସିଂଙ୍କୁ ସୋସିଆଲ ମିଡ଼ିଆ ସହାୟତାରେ ଭେଟିଥିଲେ । ଏହାପରେ ସେ ଶ୍ରୀକର୍ତ୍ତାରପୁର ସାହିବକୁ ଭ୍ରମଣ କରିବାକୁ ସ୍ଥିର କରିଥିଲେ । ସୀମାରେ ହେଉଥିବା ଆବଶ୍ୟକୀୟ ଅନୁମତି ଆଣିବା ପରେ ସେ ଶେଷରେ ନିଜ ଭାଇଙ୍କୁ ଭେଟିଛନ୍ତି । ସେମାନେ ଜୀବନକାଳ ମଧ୍ୟରେ କେବେ ଭେଟିବେ ବୋଲି ଭାବିନଥିଲେ । ମାତ୍ର ବାସ୍ତବରେ ସେ ଭେଟିବା ପରେ ଉଭୟ ପରିବାର ଖୁସିବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.