ସିମଲା: ସାଧାରଣତଃ ବଜାରକୁ ନୂଆ ମଡେଲ ଗାଡି ଆସିଲେ ସମସ୍ତଙ୍କ ନଜର ସେଇଠି ଥାଏ । ରାସ୍ତାଘାଟରେ ନୂଆ ମୋଡେଲ ଗାଡି ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ତାହାଠାରୁ ଅଧିକା ଗାଡିର କିଛି ନମ୍ବର ପ୍ଲେଟ ଧ୍ୟାନ ଆକର୍ଷଣ କରିଥାଏ । ଯାହାକୁ ଭିଆଇପି କିମ୍ବା ଭିଭିଆଇପି ନମ୍ବର କୁହାଯାଏ । ଏହି ନମ୍ବର ପାଇବାକୁ ହେଲେ ଗାଡି ମାଲିକକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।
କିଛି ଲୋକେ ନମ୍ବରକୁ ଏତେ ଭଲ ପାଆନ୍ତି ଯେ ସେମାନେ ଗାଡିଠାରୁ ନମ୍ବରରେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଜଣେ ସ୍କୁଟିରେ ଭିଆଇପି ନମ୍ବର କରିବା ପାଇଁ କୋଟିଏ ଟଙ୍କାର ବାଜି ଲଗାଇଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହି ଘଟଣା ସମ୍ପୂର୍ଣ୍ଣ ସତ୍ୟ । ହିମାଚଳପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା ।
ସ୍କୁଟି ପାଇଁ ଲକ୍ଷେ ଟଙ୍କାର ବାଜି: ହିମାଚଳ ପ୍ରଦେଶରେ ଜଣେ ବ୍ୟକ୍ତି ଭିଆଇପି ନମ୍ବର କରିବା ପାଇଁ ୧ କୋଟି ଟଙ୍କା ବାଜି ଲଗେଇଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏହା କୌଣସି ଦାମି କାର ପାଇଁ ନୁହେଁ ବରଂ ଏକ ସ୍କୁଟି ପାଇଁ । ସ୍କୁଟି ପାଇଁ ଏହି HP 999999 ନମ୍ବର କିଣିବା ପାଇଁ ୧୦୦୦ଟଙ୍କା ରଖାଯାଇଥିଲା । କିନ୍ତୁ ଏହି ଭିଆଇପି ନମ୍ବର ପାଇଁ ସିମଲା ଜିଲ୍ଲାର କୋଟଖାଇ ଅଞ୍ଚଳର କିଛି ଲୋକ କୋଟିଏରୁ ଅଧିକ ଟଙ୍କାର ବିଡ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୬ଜଣ ବ୍ୟକ୍ତି ଏହି ନମ୍ବର ପାଇଁ ଟଙ୍କା ବାଜି ଲଗାଇଛନ୍ତି । ସେଥିମଧ୍ୟରୁ ଜଣେ ୧କେଟି ୧୧ ହଜାର ଟଙ୍କାର ବିଡ ଲଗାଇଛି ।
ଆଜି ସନ୍ଧ୍ୟା ଯାଏଁ କରାଯିବ ବିଡ: ବାସ୍ତବରେ କେନ୍ଦ୍ରୀୟ ସଡକ ପରିବହନ VVIP ନମ୍ବର ପାଇଁ ବିଡ୍ କରିଥାଏ । ନମ୍ବର ପାଇବା ପାଇଁ ଅନଲାଇନ୍ ବାଜି ଲଗାଯାଇଥାଏ । HP 99999 ନମ୍ବର କୋଟଖାଇ ପାଇଁ ରହିଛି । ଯାହାକି ଆଜି ସଂନ୍ଧ୍ୟା ୫ଟା ଯାଏଁ ବିଡ ଲଗାଇପାରିବେ । ଏହାପରେ ଏସଡିଏମ ଚୂଡାନ୍ତ ବ୍ୟକ୍ତି ବା ଲକି ବ୍ୟକ୍ତି ଘୋଷଣା କରିବେ । ତେବେ ଏହି ତାଲିକାରେ HP 990009, HP 990005, HP 990003 ଭଳି ଅନେକ ନମ୍ବର ରହିଛି । ଏହା ପାଇଁ ୨୧,୨୦ ଏବଂ ୧୦ ଲକ୍ଷ ଟଙ୍କାର ବାଜି ଲଗାଯାଇଛି । କିନ୍ତୁ ଏହି ନମ୍ବର ପାଇଁ ଲୋକେ କୋଟି କୋଟି ଟଙ୍କା ବାଜି ଲଗାଇଛନ୍ତି ।
ଏକ ଲକ୍ଷ ଟଙ୍କାର ସ୍କୁଟି କିନ୍ତୁ ଏକ କୋଟି ଟଙ୍କାର ନମ୍ବର: ଆଶ୍ଚର୍ଯ୍ୟକର ବିଷୟ ହେଉଛି ନମ୍ବର ପ୍ଲେଟ ପାଇଁ ବାଜି ଲଗାଯାଇଥିବା ଏକ କୋଟି କୌଣସି ଦାମୀ କାର ନୁହେଁ ବରଂ ଲକ୍ଷେ ଟଙ୍କାର ସ୍କୁଟି ପାଇଁ କରାଯାଇଛି । ବଜାରରେ ୯୦ ହଜାର ୧ ଲକ୍ଷ ଟଙ୍କା ମଧ୍ୟରେ ସ୍କୁଟି ମିଳିପାରୁଥିବା ବେଳେ ନମ୍ବର ପାଇଁ ୧ କୋଟିର ବାଜି ଲଗାଉଛନ୍ତି ଲୋକେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ