ETV Bharat / bharat

Omicron Symptoms: ଏହି ସବୁ ଲକ୍ଷଣ ଦେଖା ଯାଉଥିଲେ ହୋଇଯାଆନ୍ତୁ ସତର୍କ

କୋଭିଡର ପୂର୍ବ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଅଧିକ ସଂକ୍ରମିତ ହେଉଥିବାବେଳେ ଲକ୍ଷଣ(Omicron Symptoms) ମଧ୍ୟ ଭିନ୍ନ ଥିବା ଚିହ୍ନଟ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

Omicron Symptoms: ପୂର୍ବ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଲକ୍ଷଣ ଭିନ୍ନ

author img

By

Published : Dec 18, 2021, 8:55 AM IST

Updated : Dec 18, 2021, 2:37 PM IST

ନୂଆଦିଲ୍ଲୀ: ସବୁଠି ଚିନ୍ତା ବଢାଇଛି କୋରୋନାର ନ୍ୟୁ ଭାରିଆଣ୍ଟ ଓମିକ୍ରନ(Covid-19 New variant Omicron) । ଓମିକ୍ରନର ପ୍ରଭାବକୁ ନେଇ ସଠିକ୍ ତଥ୍ୟ ଆସିନଥିଲେ ମଧ୍ୟ ଏହାର ଲକ୍ଷଣ କଣ ଏବଂ ଏହା କେତେ ମାରାତ୍ମକ ସେନେଇ ଚିନ୍ତାରେ ଦେଶଠୁ ବିଦେଶ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓମିକ୍ରନ ଲକ୍ଷଣ(Omicron Symptoms)କୁ ନେଇ କେତେକ ସୂଚନା ପ୍ରଦାନ କରିଛନ୍ତି । ତଥ୍ୟ ଅନୁଯାୟୀ ଓମିକ୍ରନ ଲକ୍ଷଣ ପୂର୍ବ ଷ୍ଟ୍ରେନ ତୁଳନାରେ ଭିନ୍ନ ରହିଛି ।

ଗଳା ଦରଜ, କ୍ଳାନ୍ତ ଲାଗିବା, ଶରୀର ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ବର ଆଦି ହେବା ଓମିକ୍ରନର କେତେକ ପ୍ରମୁଖ ଲକ୍ଷଣ ରହିଛି । ସେହିପରି ଓମିକ୍ରନର ସଂକ୍ରମଣ ହାର ଅଧିକ ରହି ଥିବାବେଳେ ଅଧିକ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି କି ଓମିକ୍ରନ ସଂକ୍ରମିତଙ୍କ ଘ୍ରାଣ ଶକ୍ତି ହ୍ରାସ ହେଉନାହିଁ ।

ଅନ୍ୟପଟେ ମୁମ୍ବାଇରେ ଚିକିତ୍ସତ ହେଉଥିବା ୧୪ ଜଣ ରୋଗୀଙ୍କ ବାବଦରେ ଅନୁଧ୍ୟାନରୁ ଏପରି ଲକ୍ଷଣ ବାବଦରେ ଜଣାପଡିଛି । ମାତ୍ର ଏହି ୧୪ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣଙ୍କ ପାଖରେ ଆଦୌ ଲକ୍ଷଣ ନାହିଁ । ଲକ୍ଷଣ ଯେଉଁମାନଙ୍କର ଅଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଳା ଦରଜ, ଅତ୍ୟଧିକ କ୍ଲାନ୍ତ ଲାଗିବା ଏବଂ ଶରୀର ଯନ୍ତ୍ରଣା ରହୁଛି । ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋରୋନା ଔଷଧ ଦିଆଯାଉ ଥିବାବେଳେ ଲକ୍ଷଣହୀନ ବ୍ୟକ୍ତିଙ୍କୁ ମଲଟିଭିଟାମିନ ଦିଆଯାଉଥିବା ଡାକ୍ତର କହିଛନ୍ତି ।

Last Updated : Dec 18, 2021, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.