ମୁମ୍ବାଇ: ମହାମାରୀ କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ । ସଂକ୍ରମଣ ହାର କମୁଥିଲେ ମଧ୍ୟ ଥମୁନାହିଁ ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ 920 ଜଣଙ୍କର ହୋଇଛି ମୃତ୍ୟୁ ।
ମହାରାଷ୍ଟ୍ରରେ ଗତ ଗୋଟିଏ ଦିନରେ 57640 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 48,80,542 ଲୋକ ସଂକ୍ରମିତ ହୋଇସାରିଲେଣି । ସେହିପରି ମୋଟ 72 ହଜାର 662 ଜଣ ପ୍ରାଣ ହରାଇଛନ୍ତି ।
ମଙ୍ଗଳବାର ମହାରାଷ୍ଟ୍ରରେ 51,880 ନୂଆ ମାମଲା ସଂକ୍ରମଣ ହୋଇଥିବାବେଳେ 891 ରୋଗୀଙ୍କ ମୃତ୍ୟୁ ହୋଇଥିଲା ।