ନୂଆଦିଲ୍ଲୀ: ପୂଜକଙ୍କୁ ପିଟିପିଟି ହତ୍ୟା କଲା ଦୁର୍ବୃତ୍ତ । ଦିଲ୍ଲୀର ସୋନିଆ ବିହାର ଏରିଆରେ ଗତକାଲି ରାତିରେ ଏପରି ଘଟଣା ଘଟିଛି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରିବା ସହ ନିର୍ଧୁମ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି । ଅଭିଯୁକ୍ତର ନାମ ସୋନୁ ଭଟ୍ଟ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ପ୍ରାଥମିକ ଭାବେ ତଦନ୍ତରୁ ସ୍ପଷ୍ଟ ହୋଇଛି । ଲୋକଙ୍କ ମାଡରେ ଆହତ ହୋଇଥିବା ଅଭିଯୁକ୍ତକୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି ।
-
A priest was beaten to death by a person identified as Sonu Bhatt in Sonia Vihar area y'day. The accused was later thrashed by the public & is currently undergoing treatment at the hospital. Prima facie probe shows that the accused was not in a healthy state of mind: Delhi Police pic.twitter.com/uATW4RbYSo
— ANI (@ANI) July 7, 2022 " class="align-text-top noRightClick twitterSection" data="
">A priest was beaten to death by a person identified as Sonu Bhatt in Sonia Vihar area y'day. The accused was later thrashed by the public & is currently undergoing treatment at the hospital. Prima facie probe shows that the accused was not in a healthy state of mind: Delhi Police pic.twitter.com/uATW4RbYSo
— ANI (@ANI) July 7, 2022A priest was beaten to death by a person identified as Sonu Bhatt in Sonia Vihar area y'day. The accused was later thrashed by the public & is currently undergoing treatment at the hospital. Prima facie probe shows that the accused was not in a healthy state of mind: Delhi Police pic.twitter.com/uATW4RbYSo
— ANI (@ANI) July 7, 2022
ତେବେ କେଉଁ କାରଣରୁ ଅଭିଯୁକ୍ତ ପୂଜକଙ୍କୁ ଆକ୍ରମଣ କରି ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ମାମସିକ ଭାବେ ସମ୍ପୂର୍ଣ୍ଣ ସୁ୍ସ୍ଥ ନଥିବା ମଧ୍ୟ ଜଣାପଡିଛି । ଅନ୍ୟପଟେ ମୃତ ପୂଜକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଜେରା ପରେ ସମ୍ପୂର୍ଣ୍ଣ କାରଣ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ