ETV Bharat / bharat

କୋରୋନା ରୋଗୀଙ୍କ ସେବାରେ ସମର୍ପିତ 8 ମାସର ଗର୍ଭବତୀ ସ୍ବାସ୍ଥ୍ୟକର୍ମୀ

author img

By

Published : May 16, 2021, 4:38 PM IST

କୋରୋନା ରୋଗୀଙ୍କ ସେବା କରୁଛନ୍ତି 8 ମାସର ଗର୍ଭବତୀ ସ୍ବାସ୍ଥ୍ୟକର୍ମୀ ଅନ୍ନପୂର୍ଣ୍ଣା । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କୁ ସେବା କରୁଛନ୍ତି 8 ମାସର ଗର୍ଭବତୀ ମହିଳା

ଅମରାବତୀ: ମହାମାରୀ କୋରୋନା ଭୟଙ୍କର ରୂପ ନେଇଥିବା ବେଳେ ସମସ୍ତଙ୍କ ମନରେ ଏବେ କୋରୋନା ଭୟ । ଭୟର ମାତ୍ରା ଏତେ ଯେ ଲୋକେ କୋରୋନା ଆକ୍ରାନ୍ତଙ୍କୁ ମଧ୍ୟ ଛୁଉଁନାହାନ୍ତି । କିନ୍ତୁ ଏହି ସମୟରେ ଆନ୍ଧ୍ରପ୍ରଦେଶର ଭିଜିଆନଗରାମରେ ରହୁଥିବା ଜଣେ 8 ମାସର ଗର୍ଭବତୀ ମହିଳା କୋରୋନା ରୋଗୀଙ୍କ ସେବା କରୁଛନ୍ତି । ତାହା ପୁଣି ବିନା କୌଣସି ଭୟରେ । ମହାମାରୀରର ଏହି ସଙ୍କଟ ସମୟରେ ମହିଳା ଜଣଙ୍କ ରୋଗୀଙ୍କ ସେବା କରି ଏବେ ଉଦାହରଣ ସୃଷ୍ଟି କରିଛନ୍ତି ।

ଭାରତରେ ଅନେକ ପରିବାର ସଂକ୍ରମଣ ଭୟରେ ପ୍ରେମ ଏବଂ ସ୍ନେହ ହରାଇଛନ୍ତି । ତେବେ 8 ମାସର ଗର୍ଭବତୀ ଥିବା ସତ୍ବେ ଏହି ମହିଳା ସ୍ବାସ୍ଥ୍ୟ କର୍ମୀ ଅନ୍ନପୂର୍ଣ୍ଣା ଦୀର୍ଘ ଦିନ ଧରି କୋଭିଡ ରୋଗୀଙ୍କୁ ଚିକିତ୍ସା ଏବଂ ସେବା ପ୍ରଦାନ କରିଆସୁଛନ୍ତି । ମହିଳା ଜଣଙ୍କ ଭିଜିଆନଗରାମ ଜିଲ୍ଲାର ଜିଆମାମାଭାଲାସା ମଣ୍ଡଳର ରାବଡା ରାମ-ଭଦ୍ର ପୁରମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରନ୍ତି |

ତାଙ୍କୁ ବିଶ୍ରାମ ପାଇଁ କୁହାଯାଇଥିଲେ ମଧ୍ୟ ସେ ଅଫିସରେ ଯୋଗ ଦେଇ ରୋଗୀମାନଙ୍କ ସେବା କରୁଛନ୍ତି । ସାଧାରଣ ରୋଗୀଙ୍କ ଅପେକ୍ଷା ସେ କୋରୋନା ରୋଗୀଙ୍କ ଅଧିକ ସେବା କରନ୍ତି । ମହିଳା ଜଣଙ୍କର ନିଜ ପରିବାର ଠାରୁ ଦୂରରେ ରୁହନ୍ତି ଏବଂ ଆଉ କିଛି ମାସ ପରେ ସେ ସନ୍ତାନ ଜନ୍ମ ଦେବେ କିନ୍ତୁ ସେ ସେ କଥା ନଭାବି ଏବେ ଲୋକଙ୍କୁ ନିରନ୍ତର ଭାବେ ସେବା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ହି ସେବା କରି ମହିଳା ଜଣଙ୍କ ବେସ ଖୁସିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.