ETV Bharat / bharat

ସାମ୍ନାକୁ ଆସିଲା ପଣବନ୍ଦୀ କୋବ୍ରା ଯବାନଙ୍କ ଫଟୋ

author img

By

Published : Apr 7, 2021, 3:30 PM IST

ନିଖୋଜ କୋବ୍ରା ବାଟାଲିୟନ ଯବାନ ରାକେଶ୍ବର ସିଂହଙ୍କୁ କବଜାରେ ରଖିଥିବା ନେଇ ଦାବି କରିଛନ୍ତି ନକ୍ସଲ । ସେପଟେ ଗଣମାଧ୍ୟମ ପାଖରେ ଉପଲବ୍ଧ ଯବାନଙ୍କ ଫଟୋ ରାକେଶ୍ବରଙ୍କ ବୋଲି ସ୍ପଷ୍ଟ କରିଛି ସିଆରପିଏଫ । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ପଣବନ୍ଦୀ କୋବ୍ରା ଯବାନଙ୍କ ଫଟୋ
ସାମ୍ନାକୁ ଆସିଲା ପଣବନ୍ଦୀ କୋବ୍ରା ଯବାନଙ୍କ ଫଟୋ

ରାୟପୁର: ବିଜାପୁରରେ ଗତ ଶନିବାର ହୋଇଥିବା ନକ୍ସଲ ଆକ୍ରମଣ ଘଟଣା ପରେ ସାମ୍ନାକୁ ଆସିଛି ନିଖୋଜ ଯବାନଙ୍କ ଫଟୋ । ନିଖୋଜ କୋବ୍ରା ବାଟାଲିୟନ ଯବାନ ରାକେଶ୍ବର ସିଂହଙ୍କୁ କବଜାରେ ରଖିଥିବା ନେଇ ଦାବି କରିଛନ୍ତି ନକ୍ସଲ । ସେପଟେ ଗଣମାଧ୍ୟମ ପାଖରେ ଉପଲବ୍ଧ ଯବାନଙ୍କ ଫଟୋ ରାକେଶ୍ବରଙ୍କ ବୋଲି ସ୍ପଷ୍ଟ କରିଛି ସିଆରପିଏଫ ।

ବୁଧବାର ସକାଳେ କମାଣ୍ଡୋ ରାକେଶ୍ବରଙ୍କ ଫଟୋ ଜାରି କରିଛନ୍ତି ନକ୍ସଲ । ଫଟୋରେ ବସିଥିବା ଯବାନ ଜଣକ ଠିକଠାକ ସ୍ଥିତିରେ ଥିବା ନଜର ଆସୁଛନ୍ତି । ସୁକମାର ଜଣେ ସ୍ଥାନୀୟ ସମ୍ବାଦଦାତା ଦାବି କରିଛନ୍ତି, ନକ୍ସଲମାନେ ତାଙ୍କୁ ଏହି ଫଟୋ ପଠାଇଛନ୍ତି । ସମ୍ବାଦଦାତାଙ୍କ କହିବାନୁଯାୟୀ ନକ୍ସଲମାନେ ତାଙ୍କୁ ଫୋନ କରିଥିଲେ ।

ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣାକୁ ନେଇ ମଙ୍ଗଳବାର ବୟାନ ଜାରି କରିଥିଲା ମାଓ ସଂଗଠନ । ପ୍ରେସ ବିଜ୍ଞପ୍ତି ଜାରି କରି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) । ମାଓ ସଂଗଠନ ପକ୍ଷରୁ ଜାରି ବୟାନରେ ନିଖୋଜ କୋବ୍ରା ବାଟାଲିୟନ ଯବାନକୁ ପଣବନ୍ଦୀ ନେଇ ସ୍ପଷ୍ଟ କରାଯାଇଛି ।

DKSZC ଦଣ୍ଡକାରଣ୍ୟ ସବ ଜୋନାଲ କମିଟି ମୁଖପାତ୍ର ପକ୍ଷରୁ ଏହି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ପୋଲିସ ମାଓବାଦୀ ଗୁଳିବିନିମୟରେ 4 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିଲେ ।

ଅପହୃତ ସିଆରପିଏଫ କୋବ୍ରା ଯବାନ ସୁରକ୍ଷିତ ଥିବା ଫୋନ କରି ଗଣମାଧ୍ୟମକୁ ଜଣାଇଥିଲେ ମାଓବାଦୀ । ବହୁଶୀଘ୍ର ଅପହୃତ ଯବାନଙ୍କୁ ମାଓ କବଜାରୁ ମୁକ୍ତ କରାଯିବା ନେଇ ବିକଳ୍ପ ଦେଇଛନ୍ତି ମାଓ ନେତା । ସରକାର ଖୁବଶୀଘ୍ର ମଧ୍ୟସ୍ଥତା ସ୍ଥିର କରିବା ପାଇଁ ମାଓବାଦୀ ଅପିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.