ETV Bharat / bharat

ତେଲେଙ୍ଗାନାରୁ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ - କାମାରେଡ୍ଡୀରୁ ଜଣେ ମଙ୍କିପକ୍ସ ସନ୍ଧିଗ୍ଧ ଚିହ୍ନଟ

ବିଶ୍ବରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କିପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି । ରବିବାର ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ (Kamareddy district in telangana) ଜଣେ ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ

କାମାରେଡ୍ଡୀରୁ ଜଣେ ମଙ୍କିପକ୍ସ ସନ୍ଧିଗ୍ଧ ଚିହ୍ନଟ

author img

By

Published : Jul 25, 2022, 8:01 AM IST

ହାଇଦ୍ରାବାଦ: ବିଶ୍ବରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କିପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି । କୋରୋନା ପରେ ଏବେ ଭାରତରେ କାୟା ମେଲାଉଛି ମଙ୍କିପକ୍ସ ଭୂତାଣୁ । କେରଳ, ପଞ୍ଜାବ, ନୂଆଦିଲ୍ଲୀ ପରେ ରବିବାର ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ (Kamareddy district in Telangana) ଜଣେ ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ।

ସନ୍ଦିଗ୍ଧ ଜଣକ କୁଏତରୁ ଦୀର୍ଘ ୬ ମାସ ତଳେ ଏଠାକୁ ଆସିଥିଲେ । ପରେ ତାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲ । ତାଙ୍କୁ ଜ୍ବର ହେବା ସହିତ ତାଙ୍କ ଚମଡାରେ କିଛି ଦାଗ ଦେଖିବାକୁ ମିଳିଥିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସନ୍ଦିଗ୍ଧଙ୍କୁ ହାଇଦ୍ରାବାଦ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ଗତକାଲି ଦିଲ୍ଲୀରୁ ମଧ୍ୟ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ ମାମଲା । ଏକ ୩୧ ବର୍ଷୀୟ ବ୍ୟକ୍ତି ମଙ୍କିପକ୍ସ ସଂକ୍ରମିତ ହୋଇଛନ୍ତି । ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ସ୍ଥାନୀୟ ମହଲରେ ଭୟର ବାତାବରଣ ଖେଳିଯାଇଛି । ଦେଶରେ ମୋଟ ମଙ୍କିପକ୍ସର ୪ଟି ମାମଲା ଥିବା ବେଳେ ସେଥିମଧ୍ୟରୁ କେରଳରୁ ତିନି ଜଣ ସଂକ୍ରମିତ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.