ETV Bharat / bharat

ଆମେରିକାରେ ଗୁଜୁରାଟ ବାସିନ୍ଦାଙ୍କୁ ଗୁଳିକରି ହତ୍ୟା, ପତ୍ନୀ ଓ ଝିଅ ଗୁରୁତର - ଗୁଳି କରି ହତ୍ୟା

ଆମେରିକାରେ ଗୁଜୁରାଟର ବାସିନ୍ଦା ପିନାଲ ପଟେଲଙ୍କୁ ଗୁଳି କରି ହତ୍ୟା। ଯାହାକୁ ନେଇ ଭଦୋଦରା ସ୍ବାମୀନାରାୟଣ ମନ୍ଦିରରେ ପିନାଲ୍ ପଟେଲଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କରାଯାଇଛି। ଅଧିକ ପଢନ୍ତୁ

ଆମେରିକାରେ ଗୁଜୁରାଟ ବାସିନ୍ଦାଙ୍କୁ ଗୁଳିକରି ହତ୍ୟା

author img

By

Published : Jan 24, 2023, 9:50 AM IST

ଗାନ୍ଧୀନଗର: ଆମେରିକାରେ ଗୁଜୁରାଟର ବାସିନ୍ଦାଙ୍କୁ ଗୁଳି କରି ହତ୍ୟା । ଗୁଜରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ଆମେରିକାର ଆଟଲାଣ୍ଟିକ୍ ସହରରେ ରହୁଥିଲେ। ସେଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏହି ଆକ୍ରମଣରେ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକ ପିନାଲ ପଟେଲ ହୋଇଥିବା ଏହି ଗୁଳିକାଣ୍ଡରେ ତାଙ୍କ ପତ୍ନୀ ରୂପାଲ ଏବଂ ଝିଅ ଭକ୍ତି ପଟେଲ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ 1ଟା ସମୟରେ ପଟେଲ ଏବଂ ତାଙ୍କ ପରିବାର ଘରକୁ ଫେରିଥିଲେ । ଯେତେବେଳେ ପିନାଲ୍ ଘରେ ପ୍ରବେଶ କରିଥଲେ ତା ପୂର୍ବରୁ ହିଁ ଆକ୍ରମଣକାରୀମାନେ ଘର ଭିତରେ ଥିଲେ । ଏନେଇ ପିନାଲ ସେମାନଙ୍କୁ ଘରୁ ଯିବାକୁ କହିଥିଲେ କିନ୍ତୁ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ପିନାଲଙ୍କ ଉପରେ 10ଟି ଗୁଳି ଚଳାଇଥିବା ବେଳେ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ଗୁଳିକାଣ୍ଡରେ ଆହତ ହୋଇଥିଲେ । ଅନ୍ୟପଟେ ପିନାଲଙ୍କ ଝିଅ ଭକ୍ତି ନିଜେ ଆହତ ହୋଇଥିଲେ ମଧ୍ୟ ପିନାଲଙ୍କ ରକ୍ତସ୍ରାବ ବନ୍ଦ କରିବା ପାଇଁ ତାର ସ୍ବେଟରରେ କ୍ଷତ ସ୍ଥାନକୁ ବାନ୍ଧିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିନାଲ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

ଏନେଇ ଭକ୍ତି ନିଜର ମାମୁଁ ସଞ୍ଜୀବ କୁମାରଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପୋଲିସକୁ ସୂଚନା ଦେଇଥିଲେ । ସେହିପରି ଆହାତ ହୋଇଥିବା ପିନାଲଙ୍କ ପତ୍ନୀ ଓ ଝିଅ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ସେହିପରି ଭଦୋଦରା ସ୍ବାମୀନାରାୟଣ ମନ୍ଦିରରେ ପିନାଲ୍ ପଟେଲଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କରାଯାଇଛି । ଏହା ବ୍ୟତୀତ ଗୁରୁ ଘନଶ୍ୟାମ ପ୍ରକାଶ ସ୍ବାମୀଙ୍କ ଘରେ ପିନାଲ୍ ପଟେଲଙ୍କ ଶେଷ ରୀତିନୀତି କରାଯିବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.