ETV Bharat / bharat

କୁକୁଡାର ମୃତ୍ୟୁ ପରେ ଦଶାହ ପାଳିଲେ ମାଲିକ, ସାମିଲ ହେଲେ 500 ଲୋକ - କୁକୁଡାର ଦଶାହ

ଏକ ୫ ବର୍ଷର କୁକୁଡାର ମୃତ୍ୟୁ ହେବାପରେ ତାର ଅନ୍ତେଷ୍ଟ୍ରିକ୍ରିୟା କରି ଦଶାହ ପାଳିଛନ୍ତି କୁକୁଡାର ମାଲିକ । ଉତ୍ତରପ୍ରଦେଶର ଫତନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

କୁକୁଡାର ମୃତ୍ୟୁ ପରେ ଦଶାହ ପାଳିଲେ ମାଲିକ, ସାମିଲ ହେଲେ ୫୦୦ ଲୋକ

author img

By

Published : Jul 22, 2022, 10:55 AM IST

ଲକ୍ଷ୍ନୌ: କୁକୁଡାର ଅନ୍ତେଷ୍ଟିକ୍ରିୟା । ଏକଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏକ ୫ ବର୍ଷର କୁକୁଡାର ମୃତ୍ୟୁ ହେବାପରେ ତାର ଅନ୍ତେଷ୍ଟ୍ରିକ୍ରିୟା କରି ଦଶାହ ପାଳିଛନ୍ତି କୁକୁଡାର ମାଲିକ । ଉତ୍ତରପ୍ରଦେଶର ଫତନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ଦଶାହରେ ୫ ଶହରୁ ଅଧିକ ଲୋକେ ସାମିଲ ହୋଇ କୁକୁଡା ଆତ୍ମାର ସଦଗତି କାମନା କରିଛନ୍ତି ।

ବେହଦୋଲ କାଲା ଗ୍ରାମର ବାସିନ୍ଦା ସାଲିକରାମ ସରୋଜ ପେଷାରେ ଜଣେ ଡାକ୍ତର ହୋଇଥିବା ବେଲେ ନିଶା ତାଙ୍କର ପଶୁ ସେବା । ତେଣୁ ସେ ଘରେ ଗୋଟିଏ ଛେଳି ଓ ଏକ କୁକୁଡା ପାଳନ କରିଥିଲେ । ସ୍ନେହରେ ସେ କୁକୁଡାର ନାଁ ରଖିଥିଲେ ଲାଲି । ଘରେ ଲୋକ ମଧ୍ୟ ଲାଲିଙ୍କୁ ଖୁବ ସ୍ନେହ କରୁଥିଲେ । କିନ୍ତୁ ଗତ ଗତ ୮ ତାରିଖ ଦିନ ଡାକ୍ତର ବାବୁଙ୍କ ଛେଳି ଛୁଆଁକୁ ଏକ କୁକୁର ଆକ୍ରମଣ କରିଥିଲା । ଏହା ଦେଖି ଲାଲି କୁକୁରକୁ ଆକ୍ରମଣ କରିବାରୁ ଛେଳି ଛୁଆଟି ବଞ୍ଚିଯାଇଥିଲା ସତ କିନ୍ତୁ ଲାଲିର ମୃତ୍ୟୁ ହୋଇଥିଲା ।

ଏହାରୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ କୁକୁଡାର ମୃତଦେହକୁ ମାଟିରେ ପୋତି ଦେଇ ଅନ୍ତେଷ୍ଟିକ୍ରିୟା କରିଥିଲେ । ତେବେ ମୃତ୍ୟୁର ୧୩ ଦିନପରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ବୁଧବାର ସନ୍ଧ୍ୟା 6 ଟାରୁ ରାତି ପ୍ରାୟ 10 ଟା ପର୍ଯ୍ୟନ୍ତ 500ରୁ ଅଧିକ ଲୋକ ତ୍ରୟୋଦଶରେ ପହଞ୍ଚି ଖାଦ୍ୟ ଖାଇଥିଲେ। ଏନେଇ ମାଲିକ ଜଣଙ୍କ କହିଛନ୍ତି ଯେ ଲାଲି ମୋର ଭାଇ ପରିଥିଲା । ତାର ମୃତ୍ୟୁର ୨ ଦିନ ପର୍ଯ୍ୟନ୍ତ ମୁଁ ଖାଦ୍ୟ ଖାଇଲି ନାହିଁ । ଏମିତିକି ରାକ୍ଷୀ ପୂର୍ଣ୍ଣମାରେ ସେ ରାକ୍ଷୀ ମଧ୍ୟ ବାନ୍ଧେ । ଆମ ପରିବାର ଲୋକେ ତାକୁ ବେଶ ଭଲ ପାଆନ୍ତି, ତେଣୁ ତାର ଦଶାହ ପାଳିବାକୁ ଆମେ ନିଷ୍ପତ୍ତି ନେଇଥିଲୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.