ETV Bharat / bharat

Cross Border Love Story: ଫେକ୍ ଆଧାରକାର୍ଡ କରି ଫସିଲେ ପାକିସ୍ତାନୀ ଯୁବକ, 9 ମାସ ଧରି ଭାରତରେ ରହୁଥିଲେ

ସ୍ତ୍ରୀ ପାଇଁ ବେଆଇନ ଭାବେ ଭାରତ ଆସି 9 ମାସ ଧରି ରହିଆସୁଥିଲେ ପାକିସ୍ତାନୀ ଯୁବକ। ମିଥ୍ୟା ପରିଚୟପତ୍ର ପ୍ରସ୍ତୁତ କରିବା ପରେ ଶେଷରେ ସବୁ ସତ ପଦାକୁ ଆସିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 1, 2023, 8:10 PM IST

ଫେକ୍ ଆଧାରକାର୍ଡ କରି ଫସିଲେ ପାକିସ୍ତାନୀ ଯୁବକ
Cross Border Love Story

ହାଇଦ୍ରାବାଦ: ପୁଣି ସାମ୍ନାକୁ ଆସିଛି ଆଉ ଏକ ସୀମା ପାର ପ୍ରେମ କାହାଣୀ । ସୀମା-ସଚିନ ଓ ଅଞ୍ଜୁ-ନସରୁଲ୍ଲାଙ୍କ ପରେ ଏବେ ଆଉ ଏକ ଭାରତ-ପାକିସ୍ତାନ ସମ୍ପର୍କିତ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ମିଳିଛି । ପତ୍ନୀ ପାଇଁ ପାକିସ୍ତାନର ସୀମା ଅତିକ୍ରମ କରି ଭାରତରେ ଅବାଧ ପ୍ରବେଶ କରିଛନ୍ତି ଜଣେ ପାକିସ୍ତାନୀ ନାଗରିକ । ତାଙ୍କ ନାଁ ଫାୟାଜ ଅହମ୍ମଦ ହୋଇଥିବାବେଳେ ବୟସ ମାତ୍ର 24 ବର୍ଷ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, 2018 ଡିସେମ୍ବରରେ ପାକିସ୍ତାନର ଖାଇବର ପାଖତୁନଶ୍ବାଠାରୁ ଚାକିରି ପାଇଁ ଶାରଜାହ ଯାଇଥିଲେ ଫାୟାଜ । ସେ ସାଇଫଜୋନରେ ଏକ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କାମ ମଧ୍ୟ ଆରମ୍ଭ କରିଥିଲେ । ଅନ୍ୟପଟେ ବାହାଦୁରପୁର ପୋଲିସ ଷ୍ଟେସନ ଅନ୍ତର୍ଗତ କିଶାନବାଗରୁ ନେହା ଫାତିମା ନାମକ 29ବର୍ଷୀୟ ଜଣେ ଯୁବତୀ ମଧ୍ୟ ଚାକିରି ପାଇଁ 2019ରେ ଶାରଜାହ ଯାଇଥିଲେ । ଯେଉଁଠି ଉଭୟଙ୍କ ଦେଖା ହୋଇଥିଲା । ପରବର୍ତ୍ତୀ ସମୟରେ ଏକ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଚାକିରି ପାଇଁ ଫାତିମାଙ୍କୁ ସାହାଯ୍ୟ କରିଥିଲେ ଫାୟାଜ ।

ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ 2019 ମସିହାରେ ଶାରଜାହଠାରେ ଉଭୟ ବିବାହ ମଧ୍ୟ କରିଥିଲେ । ଏପରିକି ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ଗତ ବର୍ଷ ଫାତିମା ଏକୁଟିଆ ହାଇଦ୍ରାବାଦ ଆସିଥିଲେ । ସେ ବର୍ତ୍ତମାନ କିଶାନବାଗ ସ୍ଥିତ ଆସଫ ବାବାନଗରରେ ରହୁଥିବା ଜଣାପଡିଛି । ତେବେ ଫାତିମାଙ୍କୁ ଦେଖା କରିବା ପାଇଁ ଫାୟାଜ ନେପାଳ ସୀମା ଦେଇ ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରି ହାଇଦ୍ରାବାଦରେ ପହଞ୍ଚିଥିଲେ । ଆଉ ଏହି ବେଆଇନ ପ୍ରବେଶ ବେଳେ ତାଙ୍କୁ ଶ୍ବଶୁର ଜୁବେର ଶେଖ ଏବଂ ଅଫଜଲ ବେଗମ ସାହାଯ୍ୟ କରିଥିଲେ ।

ଏହା ବି ପଢନ୍ତୁ...Karachi to Noida: ବଡ ପରଦାରେ ସୀମା-ସଚିନଙ୍କ ପ୍ରେମ କାହାଣୀ, ଆସିଲା ପୋଷ୍ଟର

ଉଭୟ ଶାଶୁ ଶ୍ବଶୁର ନେପାଳର କାଠମାଣ୍ଡୁରେ ପହଞ୍ଚି ଫାୟଜଙ୍କୁ ଭେଟିଥିଲେ । ଏହା ପରେ ଯୋଜନା ମୁତାବକ ବେଆଇନ ଭାବେ ଭାରତ ସୀମାରେ ଫାୟାଜଙ୍କୁ ପ୍ରବେଶ କରାଇଥିଲେ । ଯାହାର ସତ୍ୟାସତ୍ୟ 9ମାସ ପରେ ଲୋକ ଲୋକଲୋଚନକୁ ଆସିଛି । ଉଭୟ ଫାୟାଜଙ୍କୁ ଏକ ଆଧାର ପଞ୍ଜିକରଣ କେନ୍ଦ୍ରକୁ ନେଇ ନିଜର ପୁଅର ପରିଚୟ ଦେଇଥିଲେ । ମହମ୍ମଦ ଘୌସ ନାମରେ ରେଜିଷ୍ଟ୍ରେସନ କରିବାକୁ ସେମାନେ କହିବା ସହ ଏକ ନକଲି ଜନ୍ମ ପ୍ରମାଣପତ୍ର ଦେଖାଇଥିଲେ ।

ହେଲେ ଜୁବେର ଶେଖ ଏବଂ ଅଫଜଲ ବେଗମଙ୍କର ହଠାତ୍ ଏଭଳି ନାଁରେ ପୁଅ କେଉଁଠୁ ଆସିଲା ଭାବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସ୍ଥାନୀୟବାସିନ୍ଦା । ସେମାନଙ୍କ ମନରେ ଏନେଇ ସନ୍ଦେହ ଉପୁଜିବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଫାୟାଜ ନିକଟରୁ ଏକ ଅବଧି ଶେଷ ହୋଇଯାଇଥିବା ପାକିସ୍ତାନୀ ପାସପୋର୍ଟ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏନେଇ ପଶ୍ଚିମ ଜୋନ୍ ଡିସିପି ସାଇ ଚୈତନ୍ୟ କହିଛନ୍ତି, "ଫାୟାଜ ଭାରତୀୟ ନାଗରିକତ୍ବ ପାଇଁ ଅନ୍ୟ ଜଣଙ୍କ ନାଁରେ ଆଧାର କାର୍ଡ ରେଜିଷ୍ଟ୍ରେସନ କରି ମିଥ୍ୟା ପ୍ରମାଣପତ୍ର ପାଇଁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ଗିରଫ କରାଯାଇଛି ।" ତେବେ ଏହା ପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ ସେନେଇ ତନାଘନା କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.