ETV Bharat / bharat

ବର୍ଜ୍ୟବସ୍ତୁ ପରିଚାଳନାରେ ନମ୍ବର ୱାନ କମଲାପୁର, ଗାଁରେ ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ବସ୍ ଷ୍ଟପ - ବସ୍ ଆଶ୍ରୟସ୍ଥଳୀ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜାତୀୟ ମାନ୍ୟତା ହାସଲ କରିଛି ତେଲେଙ୍ଗାନାର କମଲାପୁର। ଗ୍ରାମବାସୀ ନିର୍ମାଣ କରିଛନ୍ତି ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ବସ୍ ଷ୍ଟପ୍। ଅଧିକ ପଢନ୍ତୁ

ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ବସ୍ ଷ୍ଟପ
ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ବସ୍ ଷ୍ଟପ
author img

By

Published : Jun 9, 2023, 10:37 PM IST

ହାଇଦ୍ରାବାଦ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜାତୀୟ ମାନ୍ୟତା ହାସଲ କରିଛି ତେଲେଙ୍ଗାନାର ଏକ ଗାଁ କମଲାପୁର । ଏଠାରେ ରହିଛି ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ବସ୍ ଷ୍ଟାଣ୍ଡ୍‌ । ଯାହାକି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ନିର୍ମିତ ହୋଇଛି । ଉପାପାଲୀ ପଞ୍ଚାୟତ ଦ୍ବାରା ଅଭିନବ ଉପାୟ ଗ୍ରହଣ କରାଯାଇ ହୁଜୁରାବାଦ-ପାରାକଲା ମୁଖ୍ୟ ରାଜପଥରେ ନିର୍ମାଣ ହୋଇଛି ଯାତ୍ରୀ ଆଶ୍ରୟସ୍ଥଳ । ହନୁମାକୋଣ୍ଡୋ ଜିଲ୍ଲାର କମଲାପୁରରେ ପ୍ଲାଷ୍ଟିକ ନିର୍ମିତ ଏହି ବସ୍ ଆଶ୍ରୟସ୍ଥଳୀ ପାଲଟିଛି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ତେବେ ଗ୍ରାମବାସୀଙ୍କ କହିବା କଥା, ନିୟମିତ ଭାବେ ବ୍ୟବହୃତ ପାଣି ବୋତଲ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଫିଙ୍ଗିବା ଦ୍ବାରା ପରିବେଶ ଦୂଷିତ ହେଉଥିଲା । ନିୟମିତ ଭାବେ ଆସୁଥିବା ଏଭଳି ବର୍ଜ୍ୟବସ୍ତୁକୁ କିଭଳି ପରିଚାଳନା କରିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ ସରପଞ୍ଚ । ଆଉ ଏହାକୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ କରିବାକୁ ଉପାୟ ଖୋଜିଥିଲେ । ଏହି ବିଷୟରେ ମଣ୍ଡଳ ପରିଷଦ ଡେଭଲପମେଣ୍ଟ ଅଫିସରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ମଣ୍ଡଳ ପରିଷଦ ଡେଭଲପମେଣ୍ଟ ଅଫିସର (MPDO)ଙ୍କ ପରାମର୍ଶକ୍ରମେ ଏଭଳି ନୂଆ ଉପାୟ ଦ୍ବାରା ଏକ ବସ୍ ଆଶ୍ରୟସ୍ଥଳୀ ନିର୍ମାଣ କରିପାରିଛନ୍ତି ପଞ୍ଚାୟତବାସୀ । ତେବେ ଏହି ବସ୍ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ପାଖାପାଖି 12ଶହ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରାଯାଇଥିବା ଜଣାପଡିଛି। ପଞ୍ଚାୟତରେ ଉପଯୁକ୍ତ ପରିମାଣରେ ସରକାରୀ ଅନୁଦାନ ନଥିବା କାରଣରୁ ବସ୍ ଆଶ୍ରୟସ୍ଥଳୀଟିଏ ନିର୍ମାଣ ହୋଇପାରିନଥିଲା। ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ସ୍ଥାନୀୟଲୋକେ। ବର୍ତ୍ତମାନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବିନିଯୋଗ ଦ୍ବାରା ଏକ ସୁନ୍ଦର ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରିଛି। ତେବେ ସରପଞ୍ଚ ତଥା ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି କମଲାପୁରର ମଣ୍ଡଳ ପରିଷଦ ଡେଭଲପମେଣ୍ଟ ଅଫିସର ।

ବିନା କୌଣସି ଅର୍ଥ ବିନିଯୋଗରେ ଅଦରକାରୀ ପ୍ଲାଷ୍ଟିକରୁ ତିଆରି ହୋଇପାରିଛି ବସ୍ ଷ୍ଟପ୍‌ । ଯେଉଁଠାରେ ବସରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଆସି ଆଶ୍ରୟ ନେଇପାରୁଛନ୍ତି । ତେବେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାମବାସୀ କରିଥିବା ଏହି ପ୍ରୟାସ ସଫଳତା ଆଣି ଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହି ପ୍ରୟାସକୁ ପ୍ରଶଂସା କରିଥିବାବେଳେ ଏଭଳି ଅଭିନବ ପ୍ରୟାସ ପାଇଁ କମଲାପୁର ଗାଁକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ତଥା ବର୍ଜ୍ୟବସ୍ତୁ ପରିଚାଳନା ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଦିନକୁ ଦିନ ବଢିବାରେ ଲାଗିଛି ପରିବେଶ ପ୍ରଦୂଷଣ। ତେବେ ପ୍ରଦୂଷଣ ରୋକିବାକୁ କମଲାପୁର ଗ୍ରାମବାସୀ ନେଇଥିବା ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଏହାସହ ଏହି ବସ୍‌ ଆଶ୍ରୟସ୍ଥଳୀ ଦେଶର ପ୍ରଥମ ପ୍ଲାଷ୍ଟିକ ନିର୍ମିତ ଆଶ୍ରୟସ୍ଥଳୀର ମାନ୍ୟତା ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.